ପିଣ୍ଟୁ ନନ୍ଦଙ୍କ ମୃ-ତ୍ୟୁ-କୁ 15 ଦିନରୁ ଅଧିକ ସମୟ ହେଲାଣି । ହେଲେ ଆଜି ବି ଦୁଇ ପୁଅ ଓ ସ୍ତ୍ରୀ ଶିଳ୍ପାଙ୍କ ଆଖିରୁ ଲୁହ ଶୁଖୁନି । ବାପା ଓ ମା’ ଅଲଗା ହୋଇଗଲେ ହେଲେ ମା’ ଭୁଲର ସଜ୍ଜା ଯେମିତି ଦୁଇ ପୁଅଙ୍କୁ ଦେଇ ଚାଲିଗଲେ ପିଣ୍ଟୁ ନନ୍ଦ । ପିଣ୍ଟୁ ନନ୍ଦ ସ୍ତ୍ରୀ ଶିଳ୍ପାଙ୍କୁ ପ୍ରେମ ବିବାହ କରିଥିଲେ ଓ ଉଭୟଙ୍କ ବୈବାହିକ ଜୀବନ ବେଶ ଭଲରେ ଚାଲିଥିଲା । ପିଣ୍ଟୁ ଶିଳ୍ପାଙ୍କୁ ଖୁବ ପ୍ରେମ କରୁଥିଲେ ଓ ତାଙ୍କ କୋଳରୁ ଦୁଇ ପୁଅ ମଧ୍ୟ ଜନ୍ମ ନେଇଥିଲେ ।

ପରିବାର ଠିକରେ ଚାଲିଥିବା ବେଳେ ହଠାତ ପିଣ୍ଟୁଙ୍କ ବୈବାହିକ ଜୀବନରେ ଝଡ ସୃଷ୍ଟି ହୋଇଥିଲା । ଶେଷରେ ଅଲଗା ହୋଇ ଯାଇଥିଲେ ପିଣ୍ଟୁ ଓ ଶିଳ୍ପା । ସେବେ ଠାରୁ ଶିଳ୍ପା ଯାଇ ଜମ୍ମୁର ଏକ ୟୁନିଭର୍ସିଟିରେ କାମ କରୁଥିଲେ । ଶିଳ୍ପା ପେଷାରେ ଜଣେ ଆର୍କିଟେକ ଅଟନ୍ତି । ପିଣ୍ଟୁ ନନ୍ଦ ଏପଟେ ନିଜ ଅଭିନୟ କ୍ଯାରିୟର ଜାରି ରଖିଥିଲେ ସତ ହେଲେ ପତ୍ନୀ ଶିଳ୍ପା ଓ ଦୁଇ ପୁଅଙ୍କ ଠାରୁ ଅଲଗା ରହି ଏକଦମ ଭାଙ୍ଗି ପଡିଥିଲେ ।
ବାପା ଓ ମା’ ପୁଣି ଥରେ ଏକାଠି ହୋଇଯିବେ ବୋଲି ମନରେ କେତେ ଆଶା ଓ ସ୍ଵପ୍ନ ଥିବ ଦୁଇ ପୁଅଙ୍କର । ହେଲେ ପିଣ୍ଟୁ ନିଜର ଯତ୍ନ ଠିକରେ ନେଇପାରିଲେ ନାହିଁ ଆଉ ଅସୁସ୍ଥ ହୋଇପଡିଲେ । ତାଙ୍କ ଜୀବନର ଶେଷ ମୂହୁର୍ତ୍ତରେ ମଧ୍ୟ ସେ ସ୍ତ୍ରୀ ପିଲାଙ୍କୁ ପାଖରେ ଟିକେ ଦେଖିପାରିଲେ ନାହିଁ । ପିଣ୍ଟୁ ନନ୍ଦଙ୍କ ଦେହ ଅସୁସ୍ଥ ଖବର ସାମ୍ନାକୁ ଆସିବା ପରଠାରୁ ସାରା ଓଡିଶାବାସୀ ଚାହୁଁଥିଲେ କି ପିଣ୍ଟୁ ନନ୍ଦ ଶୀଘ୍ର ସୁସ୍ଥ ହୋଇ ପୁଣି ଥରେ ପରଦାକୁ ଫେରି ଆସନ୍ତୁ ।

ଡାକ୍ତର ବି କହିଥିଲେ ଠିକ ସମୟରେ ଲିଭର ମିଳିଲେ ପିଣ୍ଟୁ ନିଶ୍ଚିତ ଭାବେ ବଞ୍ଚିଯିବେ । ହେଲେ ଲିଭର ନ ମିଳିବାରୁ ପିଣ୍ଟୁଙ୍କ ସ୍ଵାସ୍ଥ୍ୟାବସ୍ଥା ଦିନକୁ ଦିନ ଆହୁରି ବିଗିଡିବାରେ ଲାଗିଲା । ଶେଷରେ ସମସ୍ତଙ୍କୁ ପର କରି ଆରପରିକୁ ଚାଲିଗଲେ ସମସ୍ତଙ୍କ ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ । ଏତେ କମ୍ ବୟସରେ ବାପାଙ୍କୁ ହରେଇ ଦୁଇ ପୁଅ ଏକଦମ ଭାଙ୍ଗି ପଡିଛନ୍ତି । ବାପାଙ୍କ ଏକାଦଶାହରେ ମା ଶିଳ୍ପାଙ୍କ ସହ ଦୁଇ ପୁଅ ବି ଆସିଥିଲେ ।
ଆଉ ଶିଳ୍ପା ପିଣ୍ଟୁ ନନ୍ଦଙ୍କ ଫଟୋ ପାଖରେ ମଥା ଟେକି ସତେ ଯେମିତି ଅନୁତାପର ଲୁହ ଝରାଉଥିଲେ । ଦୁଇ ପୁଅଙ୍କ ଆଖିରୁ ମଧ୍ୟ ମଧ୍ୟ ଏବେ ଯାଏଁ ଲୁହ ଶୁଖୁନି । ମା’ ସିନା ଅଲଗା ହୋଇ ଯାଇଥିଲା ହେଲେ ବାପା ତୁମେ ଆମକୁ କଇଁ ଦଣ୍ଡ ଦେଲ ବୋଲି ସେମାନେ ସତେ ଯେମିତି ପ୍ରଶ୍ନ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।