ଅତି ପୁରୁଣା ଅର୍ଶ ମଧ୍ୟ ଭଲ କରିଦେବ ଏହି ଘରୋଇ ଉପଚାର, ଜାଣି ରଖନ୍ତୁ ଏହି Home Remedy

ଅନିୟମିତ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟ ଯୋଗୁଁ ଆଜିକାଲି ଅଧିକାଂଶ ଲୋକ ଅର୍ଶ, ମଳକଣ୍ଟକ ବା ଭଗନ୍ଦର ଭଳି ସମସ୍ଯା ଭୋଗୁଛନ୍ତି । ଅର୍ଶ ଭଳି ସମସ୍ଯା ହେଲେ ବସିବା, ଉଠିବା ଓ ଝାଡା ଯିବା ବେଳେ ଅସହଜ ମନେ ହେବା ସହ ଖୁବ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଅନେକ ସମୟରେ ସେଥିରୁ ରକ୍ତ ମଧ୍ୟ ପଡିଥାଏ । ଆଜି ଆମେ ଆପଣଙ୍କ ପାଇଁ ଏପରି ଦୁଇଟି ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ କରି ଆପଣ ଅର୍ଶ ଭଳି ସମସ୍ଯାରୁ ମୁକ୍ତ ହୋଇପାରିବେ ।

ପ୍ରଥମ ଘରୋଇ ଉପଚାର ପାଇଁ ଆପଣଙ୍କୁ ଆବଶ୍ୟକ ହେବ କିଛି ଲାଜକୁଳୀ ପତ୍ର, ଯାହା ଘରର ବାଡିପଟେ ସହଜରେ ମିଳିଯାଏ । ଏହି ଗଛକୁ ଛୁଇଁବା ମାତ୍ରେ ଏହାର ପତ୍ର ବନ୍ଦ ହୋଇଯାଏ ବା ମଉଳି ଯାଏ । ବଣୁଆ ଗଛ ଭାବି ଆମେ ଲାଜକୁଳୀ ଲତା ବା ଗଛକୁ ଆଡେଇ ଦେଇଥାଉ । କିନ୍ତୁ ଆମ ଆୟୁର୍ବେଦ ଗ୍ରନ୍ଥରେ ରହି ଲାଜକୁଳୀ ପତ୍ରର ଅନେକ ଉପଯୋଗୀତା ରହିଛି । ଏହି ପତ୍ର ଆପଣଙ୍କ ଅର୍ଶ ଭଳି ସମସ୍ଯାକୁ ସବୁଦିନ ପାଇଁ ଦୂର କରିବାରେ ସହାୟକ ହେବ ।

ଏହି ଗଛରେ କଣ୍ଟା ରହିଥିବାରୁ ସାବଧାନତାର ସହ କିଛି ପତ୍ର ତୋଳି ଦିଅନ୍ତୁ ଓ ଏହାକୁ ଭଲ ଭାବେ ପାଣିରେ ଧୋଇ ଦିଅନ୍ତୁ । ଏବେ ଏକ କପ୍ ରେ ଗାଈ କ୍ଷୀର ନିଅନ୍ତୁ । ବଜାରରେ ମିଳୁଥିବା କ୍ଷୀର ମଧ୍ୟ ଆପଣ ଏଥିପାଇଁ ବ୍ୟବହାର କରି ପାରିବେ । ଏହି ଉପଚାର ପାଇଁ ଆପଣଙ୍କୁ କଞ୍ଚା କ୍ଷୀରର ଆବଶ୍ୟକତା ହେବ ।

ଏକ କପ୍ କଞ୍ଚା କ୍ଷୀରରେ ଅଳ୍ପ ଲାଜକୁଳୀ ପତ୍ର ପକାଇ ଦିଅନ୍ତୁ । ଗୋଟିଏ ଲାଜକୁଳୀ ଡେମ୍ଫରେ ଛୋଟ ଛୋଟ ପତ୍ର ଲାଗି ରହିଥାଏ । ଏହିପରି ଦୁଇରୁ ତିନୋଟି ଡେମ୍ଫ ନେଇ ଏହାର ପତ୍ର ଛିଣ୍ଡାଇ କଞ୍ଚା କ୍ଷୀରରେ ପକାନ୍ତୁ ଓ ଗୋଳାଇ ଦିଅନ୍ତୁ । ଯଦି ଆପଣଙ୍କ ଅର୍ଶ ନୂଆରେ ବାହାରିଛି ତେବେ ମାତ୍ର ତିନିଦିନ ପର୍ଯ୍ୟନ୍ତ ଏହି ପାନୀୟକୁ ଆପଣ ସେବନ କରନ୍ତୁ ଦେଖିବେ ଅନେକ ମାତ୍ରାରେ ଉପଶମ ପାଇବେ ।

ସକାଳୁ ଖାଲି ପେଟରେ ଆପଣ ଏହି ପାନୀୟ ସେବନ କରିପାରିବେ । ପୁରୁଣା ଅର୍ଶ ପାଇଁ ଆପଣ ଏହି ପାନୀୟକୁ ୧୫ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ । ଦେଖିବେ ଅତି ପୁରୁଣା ଅର୍ଶ ମଧ୍ୟ ଭଲ ହୋଇଯିବ । ସେହିପରି ଆପଣଙ୍କ ଅର୍ଶରୁ ଯଦି ରକ୍ତ ପଡୁଛି ଏବଂ ଆପଣ ଖୁବ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ଏଥିପାଇଁ ମଧ୍ୟ ଆଉ ଏକ ଉପାୟ ରହିଛି ।

ଆପଣ କିଛି ଗେଣ୍ଡୁ ପତ୍ର ନେଇ ତାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଶୀତଦିନେ ସହଜରେ ଏହି ଗେଣ୍ଡୁ ଫୁଲ ଗଛ ବାଡି ମାନଙ୍କରେ ମିଳିଯାଏ । ଅଳ୍ପ ଗେଣ୍ଡୁ ପତ୍ରକୁ ଭଲ ଭାବେ ଧୋଇ ଦିଅନ୍ତୁ ଓ ଏଥିସହ ୧୦ଟି ଗୋଲମରିଚ ନିଅନ୍ତୁ । ଏହି ଦୁଇଟି ଜିନିଷକୁ ଏକାଠି ମିଶାଇ ଭଲଭାବେ କୁଟି ଏକ ଫାଇନ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବେ ଏକ ଗ୍ଳାସ ପିଇବା ପାଣି ନିଅନ୍ତୁ ଓ ସେଥିରେ ପ୍ରସ୍ତୁତ ପେଷ୍ଟକୁ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ଉପଚାର ।

ଏହି ପାନୀୟକୁ ଆପଣ ସକାଳ ଓ ସଞ୍ଜରେ ଖାଲି ପେଟରେ ସେବନ କରନ୍ତୁ । ଦେଖିବେ ଆପଣଙ୍କ ଅର୍ଶରୁ ରକ୍ତ ପଡିବା ବନ୍ଦ ହୋଇଯିବ ଓ ଅନେକ ମାତ୍ରାରେ ଆପଣଙ୍କୁ ଉପଶମ ମିଳିବ । ଆମର ଏହି ଘରୋଇ ଉପଚାର କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।