ପିଲାଙ୍କ ପାଇଁ କାଳ ସାଜୁଛି ମୋବାଇଲ ନିଶା, ଚାଲନ୍ତୁ ଜାଣିବା Dr. Nirmal Kumar Mahakud ଏନେଇ କଣ କହୁଛନ୍ତି

ବର୍ତ୍ତମାନ ସମୟରେ ମୋବାଇଲ ଏକ ନିଶା ପାଲଟି ଗଲାଣି । ଛୋଟ ପିଲାମାନେ ଦିନକୁ ଦିନ ମୋବାଇଲ ଫୋନ ସହିତ ଜଡିତ ହେବାର ଦେଖିବାକୁ ମିଳୁଛି । ବାପାମା ମାନେ ମଧ୍ୟ ପିଆଲଙ୍କୁ ସମ୍ଭାଳିବା ପାଇଁ ସେମାନଙ୍କ ହାତରେ ମୋବାଇଲ ଧରାଇ ଦେଉଛନ୍ତି । କିନ୍ତୁ ଏହାର ଅନେକ କୁପ୍ରଭାବ ପିଲାଙ୍କ ଉପରେ ପଡୁଛି । ତେବେ ମୋବାଇଲ ନିଶା କେତେ ବିପଦ ଓ ଏଥିପାଇଁ ବାପାମା’ଙ୍କୁ କଣ କରିବା ଦରକାର ଚାଲନ୍ତୁ ଜାଣିବା ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡଙ୍କ ଠାରୁ ।

ମୋବାଇଲ ନିଶା ଯୋଗୁଁ ଆଜିକାଲି ଛୋଟବେଳୁ ଅଧିକାଂଶ ପିଲାଙ୍କୁ ଚଷମା ପିନ୍ଧୁଥିବାର ଦେଖିବାକୁ ମିଳୁଛି । ପିଲାବେଳୁ ପିଲାର ଉଭୟ ଶାରୀରିକ, ମାନସିକ ଓ ବୌଧିକ ବିକାଶ ହେବା ନିହାତି ଜରୁରୀ । ପିଲାର ମନ କେବଳ ମୋବାଇଲ ମଧ୍ୟରେ ଆବଦ୍ଧ ରହୁଥିବାରୁ ତା’ର ମାନସିକ ବିକାଶ ସଠିକ ଭାବେ ହେଉ ପାରୁନାହିଁ । ଆଉ ମୋବାଇଲ ଦେଖି ଦେଖି ଖାଦ୍ଯ ଯାହା ଦେଲେ ଖାଇ ଦେଉଥିବାରୁ କେବଳ ଶାରୀରିକ ବିକାଶ ହେଉଛି ବା ଅଧିକାଂଶ ପିଲା ଅଧିକ ମୋଟା ହୋଇ ଯାଉଛନ୍ତି ।

ଯେହେତୁ ପିଲା ବାହାରକୁ ଖେଳିବାକୁ ଯାଉନାହିଁ ଏବଂ ବାହାର ଲୋକଙ୍କ ସହ ଅଧିକ ମିଶୁନାହିଁ ତେଣୁ ଶୋଇ ରହିବା ବା ବସିରହି ଫୋନ ଚଳାଇବା ଦ୍ଵାରା ମୋଟାପଣ ବୃଦ୍ଧି ପାଉଛି । ଏହାସହ ପିଲାର ବୌଧିକ ବିକାଶ ମଧ୍ୟ ବିଲକୁଲ ହେଉନାହିଁ । ଆଜିକାଲିର ପିଲା ବଡଙ୍କୁ କିପରି ବ୍ୟବହାର କରିବେ, କାହାକୁ କିପରି ସମ୍ମାନ ଦେବେ ବିଲକୁଲ ମଧ୍ୟ ଶିକ୍ଷା କରୁନାହାନ୍ତି ।

ମୋବାଇଲ ବ୍ୟବହାର କରି ଅଧିକ କଥା ହେବାକୁ ମଧ୍ୟ ଇଚ୍ଛା କରୁ ନାହାନ୍ତି ଓ ସେମାନେ ଜିଦିଆ ଏବଂ ଚିଡଚିଡା ସ୍ଵଭାବର ହୋଇ ଯାଉଛନ୍ତି । ମୋବାଇଲରେ ମଧ୍ୟ କାର୍ଟୁନରେ ଯାହା ମରାମରି ଦେଖୁଛନ୍ତି ସେଥିପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି ଓ ଗେମ୍ ପାଇଁ ଘରୁ ଟଙ୍କା ମଧ୍ୟ ଚୋରୀ କରୁଛନ୍ତି । ପିଲାମାନନକ ମଧ୍ୟରେ ଏହିସବୁ ଦେଖାଯିବା ଭବିଷ୍ୟତ ପିଢି ପାଇଁ ଚିନ୍ତାର ବିଷୟ । ମୋବାଇଲର କୁପ୍ରଭାବକୁ ପିଲାକୁ ରକ୍ଷା କରିବା ପିତାମାତାଙ୍କ ଦାୟିତ୍ଵ ।

ଆଜିକାଲି ଯୌଥ ପରିବାର ବହୁତ କମ୍ ଦେଖିବାକୁ ମିଳୁଛି । ତେଣୁ ଯେଉଁ ପାରିବାରରେ କେବଳ ବାପା ଓ ମାଆ ରହୁଛନ୍ତି ସେମାନେ ନିଜ ପିଲାଙ୍କୁ ଅଧିକରୁ ଅଧିକ ସମୟ ଦେବା ଉଚିତ । ଯେତେ ଥକିଥିଲେ ମଧ୍ୟ ପିଲା ସହ ଟିକେ ଖେଳନ୍ତୁ, ତାଙ୍କୁ ବାହାରକୁ ବୁଲେଇ ନିଅନ୍ତୁ, ନୂଆ ନୂଆ କଥା ଓ ଗପ ତାକୁ କୁହନ୍ତୁ । ଯେତେ ସମ୍ଭବ ତାକୁ ମୋବାଇଲ ଠାରୁ ଦୂରେଇ ରଖିବାକୁ ଚେଷ୍ଟା ରଖନ୍ତୁ ।

ପଡିଶା ଘରର ପିଲା କିମ୍ବା ଅନ୍ୟ ସାଙ୍ଗସାଥିଙ୍କ ସହ ପିଲାଙ୍କୁ ଖେଳିବାକୁ ଛାଡନ୍ତୁ କିମ୍ବା ସମୟ ପାଇଲେ ପାର୍କକୁ ନିଅନ୍ତୁ । ପ୍ରତି କଥାରେ ପିଲାକୁ ଆକଟ କରନ୍ତୁ ନାହିଁ । ସବୁବେଳେ ହସି ଖେଳି କିପରି ପିଲାକୁ ସାବି ବିଷୟ ଶିକ୍ଷା ଦେବେ ଏବଂ ତା’ର ଶାରୀରିକ ଓ ମାନସିକ ବିକାଶ ସହ କେମିତି ବୌଧିକ ବିକାଶ ମଧ୍ୟ ହୋଇପାରିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।