ନମସ୍କାର ବନ୍ଧୁଗଣ । ସଫଳତା ର ଗୋଟେ ପଟେ ପାହାଚ ଚଢି ଚାଲିଛନ୍ତି ଭାଇରାଲ ଶିଂଗର ସସ୍ମିତା ଜେନା । ଯିଏ କି ଦିନେ ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିର ରେ ଭିକ୍ଷା ବୃତ୍ତି କରି ନିଜର ପରିବାର ଚଲାଉ ଥିଲେ । ଆଜି ସେ ଗୀତ ଗାଇ ଖୁବ ପ୍ରଶଂସା ସାଉଁନ୍ଟି ସାରିଛନ୍ତି । ଆଉ ତାଙ୍କର ଗୀତ ମିଲିୟନ କୁ ମଧ୍ୟ ଛୁଇଁବାରେ ଲାଗିଛି । ସସ୍ମିତା ଜେନା ଙ୍କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି ।

ସେ ଗଣମାଧ୍ୟମରେ ଭିକ୍ଷା ବୃତ୍ତି କରୁଥିବା ସମୟରେ ଗୀତ ଗାଇଥିଲେ । ଆଉ ତା ପରେ ତାଙ୍କୁ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ ସୁବାସ ଭାଇ । ସବୁ ଠାରୁ ଖୁସି ର କଥା ହେଉଛି ଓଲିଉଡ ଇଣ୍ଡଷ୍ଟ୍ରି ର ପ୍ରସିଦ୍ଧ ଶିଂଗର କୁମାର ବାପି ଆଜି ନିଜ ସହ ଗୀତ ଗାଇବାକୁ ସୁଯୋଗ ଦେଇଛନ୍ତି ସସ୍ମିତା ଜେନା ଙ୍କୁ । ଏ ନେଇ ସସ୍ମିତା ଏକ ସାକ୍ଷାତକାର ନିଜର ପ୍ରତିକ୍ରିୟା ଦେଇଛନ୍ତି । ସସ୍ମିତା କହିଛନ୍ତି ଯେ “ବହୁତ ଖୁସି ଲାଗିଲା ମୋତେ କୁମାର ବାପି ସାର ଙ୍କ ସହ ଗୀତ ଗାଇ ।

ସେ କହିଲେ ବହୁତ ଭଲ ଗାଉଛନ୍ତି ଆଗକୁ ମଧ୍ୟ ଗୀତ ଭଲ ଗାଇବେ । ଗୀତ ପ୍ରାଟିଶ କରିବାକୁ ମୋତେ କହିଲେ । ଆଗକୁ ମୁଁ ବହୁତ ପରିଶ୍ରମ କରିବି ଆଉ ଗୀତ ଗାଇବାକୁ ଚେଷ୍ଟା କରିବି । ମୋ ଝିଅ ବହୁତ କାନ୍ଦୁ ଥିଲା । ସମସ୍ତେ ମୋତେ ବହୁତ ସପୋର୍ଟ କରିଛନ୍ତି । ଆଜି ମୁଁ ଗୋଟେ ଦିନରେ 3ଟି ଗିଉତ ଗାଇଛି । ସୁବାସ ଭାଇ ସସ୍ମିତା ଙ୍କ ରହିବା ଠାରୁ ଆରମ୍ଭ କରି ତାଙ୍କର ସବୁ ଦାୟିତ୍ଵ ଏବଂ ତାଙ୍କ ଝିଅର ସବୁ ଦାୟିତ୍ଵ ସବୁ ବୁଝୁଛନ୍ତି ।
ପିଲା ଦିନର ହିରୋ ଥିଲେ ସିଦ୍ଧାନ୍ତ ସାର । ସେ ମୋ ଗୀତ ଶୁଣିବା ପରେ ମୋତେ ପ୍ରଶଂସା କରିଲେ । ସେଥିପାଇଁ ମୁଁ ବହୁତ ଖୁସି ଅଛି । ମୁଁ କେବେ ବି ଭାବି ନ ଥିଲି ସିଦ୍ଧାନ୍ତ ସାର ମୋ ଗୀତ କେବେ ଶୁଣିବେ । ଆଗକୁ ଭବିଷ୍ୟତରେ ଯାହା ବି ସ୍ଥିତି ହୋଇଯାଉ ମୁଁ ଆଉ ବିକ୍ଷା ବୃତ୍ତି କରିବି ନାହିଁ । ମୁଁ ସଂଘର୍ଷ କରିବି” । ତେବେ ସସ୍ମିତା ଆଗକୁ ଆହୁରି ଭଲ ଭଲ ଗୀତ ଗାନ୍ତୁ ଏହା ଆମର ଶୁଭେଛା । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।