ଦୁଇଜଣ ଯୁବକ ଘରର କାନ୍ଥ ଡେଇଁ ଭିତରକୁ ଘର ପଶି ଆସିଥିଲେ । ଘରେ କେବଳ ସ୍ଵାମୀ-ସ୍ତ୍ରୀ ଥିବାବେଳେ ସ୍ଵାମୀ ଜଣକ ବସି ମୋବାଇଲରେ ଗେମ୍ ଖେଳୁଥିଲେ । ଆଉ ସ୍ତ୍ରୀ ଜଣକ ଶୋଇଥିଲେ । ସ୍ତ୍ରୀ ହଠାତ ଉଠି ଦେଖିଥିଲେ କି କେହି ଦୁଇଜଣ ଯୁବକ ତାଙ୍କ ସ୍ଵାମୀଙ୍କୁ ଡରାଉଛନ୍ତି ଓ ଧମକ ଦେଉଛନ୍ତି । ସେଠାରୁ ସ୍ତ୍ରୀ ଜଣକ ଉଠି ନିଜ ଛୁଆକୁ ନେଇ ବାହାରକୁ ବାହାରିବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ଦଉଡି ଆସି ମହିଳାଙ୍କ ଚୁଟି ଧରି ତାଙ୍କୁ ଭିତରକୁ ଟାଣି ନେଇଥିଲେ ।
ଦୁର୍ବୁର୍ତ୍ତ ମାନେ ସ୍ଵାମୀଙ୍କୁ ବନ୍ଧୁକ ଦେଖାଇବା ସହ ସ୍ତ୍ରୀକୁ ବାଡେଇଥିଲେ । ଆଉ ତାଙ୍କ ସ୍ଵାମୀଙ୍କୁ କହିଥିଲେ, “ଆମେ ତୁମକୁ ୫୦ ହଜାର ଟଙ୍କା ଓ ଏକ କେଟିଏମ ବାଇକ ଦେବୁ । ତୁମ ସ୍ତ୍ରୀଙ୍କୁ ରେପ କରିବାକୁ ଦିଅ ।” କିନ୍ତୁ ସ୍ଵାମୀ ଜଣକ ଏଥିରେ ରାଜି ହୋଇ ନଥିଲେ । ଏହାପରେ ସେମାନେ ସ୍ଵାମୀଙ୍କୁ ବନ୍ଧୁକ ଦେଖାଇ ସ୍ତ୍ରୀଙ୍କୁ ଟେକି ନେଇ ତାଙ୍କ ସହ ଦୁଷ୍କର୍ମ କଲେ । ପୀଡ଼ିତା ମହିଳାଙ୍କ ସ୍ଵାମୀ ଯେତେ କାକୁତି ମିନତି କଲେ ମଧ୍ୟ ସେମାନେ ମହିଳାଙ୍କୁ ଛାଡି ନଥିଲେ ।
ଓଲଟା ସ୍ଵାମୀ ସ୍ତ୍ରୀ ଉଭୟଙ୍କୁ ମାଡ ମାରିବା ସହ ସ୍ତ୍ରୀଙ୍କ ସହ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲେ । ଦୁଇ ଦୁର୍ବୁର୍ତ୍ତଙ୍କ ପାଖରେ ଏକ ବନ୍ଧୁକ ମଧ୍ୟ ଥିଲା । ଟିକେ ଟିକେ କଥାରେ ସେମାନେ ସ୍ଵାମୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଉଥିଲେ । ମହିଳା ଜଣକ ତାଙ୍କ ଛୁଆକୁ କୋଳରେ ଧରିଥିଲେ । ତାଙ୍କ ଠାରୁ ଛୁଆକୁ ଛଡେଇ ନେଇ ସ୍ଵାମୀଙ୍କୁ ଧରାଇ ଦେଇଥିଲେ ।
ଆଉ ମହିଳାଙ୍କୁ ଟାଣି ଟାଣି ନେଇ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ସେତେବେଳେ ରାତି ପ୍ରାୟ ୨ଟା ହୋଇଥିଲା । କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅଞ୍ଚଳରେ ଏହିପରି ଏକ ଅଭାବନୀୟ ଘଟଣା ଘଟିଛି । ରାତି ଅଧରେ ଦୁଇ ଜଣ ଯୁବକ ଘରେ ବସି ବନ୍ଧୁକ ଦେଖାଇ ଭୟଭୀତ କରି ଦୁଷ୍କର୍ମ କରିଥିବା ନେଇ ପୀଡ଼ିତା ଜଣକ ଜୟପୁର ମହିଳା ଥାନାରେ ଏତଲା ଦେଇଛନ୍ତି ।
ଅଭିଯୋଗ ହେବା ପରେ ମହିଳା ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ସେମାନେ ତୁରନ୍ତ ଏକ ଟିମ୍ ପ୍ରସ୍ତୁତ କରି ଉକ୍ତ ଯୁବକ ଦୁଇଜଣଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରି ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।