ପୀରିୟଡ୍ସରେ ସାନିଟାରୀ ପ୍ୟାଡ ନୁହେଁ ବରଂ ଏହି ଜିନିଷ ଅଟେ ସବୁଠୁ ଅଧିକ ସୁରକ୍ଷିତ

ପୀରିୟଡ୍ସ ଏକ ଏମିତି ଜିନିଷ ଅଟେ ଯାହା ବିଷୟରେ କେହି ବି ଖୋଲିକରି କଥାବାର୍ତ୍ତା କରନ୍ତି ନାହିଁ । କିଛି ଅଶିକ୍ଷିତ ଲୋକ ଏହାକୁ ମହିଳାଙ୍କୁ ହେଉଥିବା ଏକ ରୋଗ ବୋଲି ମାନନ୍ତି । କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ କି ଏହା କୌଣସି ରୋଗ ନୁହେଁ ଏହା ମହିଳାମାନଙ୍କର ଶରୀରରେ ହେଉଥିବା ଏକ ସାମାନ୍ୟ ପ୍ରକ୍ରିୟାର ଅଂଶ ଅଟେ । ଆଜି ଭାରତ ଦିନକୁ ଦିନ ଆଧୁନିକ ହେବା ସତ୍ତ୍ୱେ ବି କେତେକ ମହିଳାମାନେ ପୀରିୟଡ୍ସରେ ଆଜି ବି କପଡା ବ୍ୟବହାର କରୁଛନ୍ତି ।

ଏହି କପଡା ମହିଳାମାନଙ୍କର ସ୍ୱାସ୍ଥ୍ୟ ପାଇଁ ହାନିକାରକ ପ୍ରମାଣିତ ହୋଇପାରେ । କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ସାନିଟାରୀ ପ୍ୟାଡର ବ୍ୟବହାର ବଢୁଛି । ସାନିଟାରୀ ପ୍ୟାଡ କପଡା ତୁଳନାରେ ସେଫ ହୋଇଥାଏ କିନ୍ତୁ ଏଥିରେ ବି କିଛି ସମସ୍ୟା ଅଛି । ଉଦାହରଣ ସ୍ୱରୂପ ଏହାକୁ ସମସ୍ତେ କିଣି ପାରିବେ ନାହିଁ । ପୁଣି ଏଥିରେ ୧୨ % GST ଲାଗିବା ପରେ ଏହା ଆହୁରି ବି ମହଙ୍ଗା ହୋଇ ଯାଇଛି ।

ଏହା ଛଡା ସାନିଟାରୀ ପ୍ୟାଡ ପରିବେଶକୁ ବି ବହୁତ ଅଧିକ କ୍ଷତି ପହଞ୍ଚାଇ ଥାଏ । କେତେ ଥର ଏହାକୁ ପିନ୍ଧିଥିବା ସତ୍ତ୍ୱେ ବି କପଡା ଖରାପ ହେବାର ଡର ରହିଥାଏ । ଏମିତିରେ ଏହି ସାନିଟାରୀ ପ୍ୟାଡର ଏକ ଦ୍ଵିତୀୟ ରାସ୍ତା ଓ ଭଲ ବିକଳ୍ପ ବି ଅଛି । ଯାହା ବିଷୟରେ ବହୁତ କମ ଲୋକମାନଙ୍କୁ ଜଣା ଅଛି । ଆଜି ଆମେ ଆପଣଙ୍କୁ ସେହି ବିକଳ୍ପ ବିଷୟରେ କହିବାକୁ ଯାଉଛୁ ।

Menstrual Cup ଅଟେ ସାନିଟାରୀ ପ୍ୟାଡର ଭଲ ବିକଳ୍ପ

Menstrual Cupକୁ ମୁନକପ କିମ୍ବା ମାସିକ ଧର୍ମ କପ ବି କୁହାଯାଏ । ଏହା ଏକ ପ୍ରକାରର ପତଳା କପ ହୋଇଥାଏ ଯାହାକୁ ପୀରିୟଡ୍ସ ସମୟରେ ବ୍ୟବହାର କରାଯାଇଥାଏ । ଏହା ଦେଖିବାକୁ ଏକ ଘଣ୍ଟି ଆକାରର ହୋଇଥାଏ, ଯାହାକୁ ମେଡିକାଲ ଗ୍ରେଡ ସିଲିକାନ ଦ୍ଵାରା ତିଆରି କରାଯାଇଥାଏ । ଏହି କପକୁ ପୀରିୟଡ୍ସ ଦିନ ମାନଙ୍କରେ ବେଜାଇନା ମାନେ ୟୋନୀ ଭିତରେ ପିନ୍ଧାଯାଏ ।

ଏହି କପ ସାନିଟାରୀ ପ୍ୟାଡ ଠାରୁ ବି ଶସ୍ତା ହୋଇଥାଏ ଓ କେଉଁଠାକୁ ବି ନେଇ ଯିବା ପାଇଁ ସହଜ ଅଟେ । ଏହାର ସବୁଠୁ ଖାସ କଥା ଏହା ଅଟେ କି ଆପଣ ଏହାକୁ ବହୁତ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ ।

ମାସିକ ଧର୍ମ କପ ବ୍ୟବହାର କରିବାର ଲାଭ

·    ସବୁ ମାସରେ ସାନିଟାରୀ ପ୍ୟାଡ କ୍ରୟ କରିବା ଠାରୁ ମୁକ୍ତି

·    କୌଣସି ବି ପୋଜିସନରେ ଶୋଇ ପାରିବେ

·    ବାରମ୍ବାର ପ୍ୟାଡ ବଦଳାଇବା ରୁ ମୁକ୍ତି

·    କପଡାରେ ଦାଗ ଲାଗିବାର ବି ଟେନସନ ନାହିଁ

·    ଏଥିରୁ କୌଣସି ରୋଗ ବି ହେବାର ଡର ନ ଥାଏ

କେମିତି କରିବେ ବ୍ୟବହାର ?

ଏହାର ବ୍ୟବହାର ପାଇଁ ଆପଣ କପକୁ C ଶେପରେ ମୋଡି ନିଜର ବେଜାଇନା (ୟୋନୀ)ରେ ରଖି ଦିଅନ୍ତୁ । ଏହା ବହୁତ ପତଳା ହୋଇଥାଏ ସେଥିପାଇଁ ଆପଣଙ୍କୁ ବେଜାଇନା (ୟୋନୀ) ଭିତରେ ପ୍ରବେଶ କରିବାରେ ସହଜ ହୋଇଥାଏ । ଏହି କପ ବେଜାଇନା (ୟୋନୀ)ରୁ ବାହାରୁଥିବା ବ୍ଲଡକୁ ନିଜ ଭିତରେ ଷ୍ଟୋର କରି ରଖିଥାଏ, ଯାହାକୁ ଆପଣ କିଛି ଘଣ୍ଟା ପରେ ନିଜ ଅନୁସାରେ ବାହାର କରି ପାରିବେ । ପରେ ଏହାକୁ ଧୋଇ ପୁଣି ଥରେ ବ୍ୟବହାରକ କରିପାରିବେ ।

ଏହି ବିଷୟରେ ଅଧିକ ଜାଣିବା ପାଇଁ ଆପଣ ଏହି ଭିଡିଓକୁ ଦେଖନ୍ତୁ ।