ବୋହୁ ଶାଶୁ-ଶଶୁରଙ୍କୁ ବାହାର କଲା ଘରୁ, ଡିସି ଦିଆଇଲେ କବ୍ଜା, କହିଲେ ମା’ ଆଜିଠୁ ମୁଁ ତୋର ପୁଅ

ନିଜ ଘରୁ ବୋହୁ ବାହାର କରି ଦେବା ପରେ ଦୁଃଖରେ ଏଣେ ତେଣେ ଘୁରି ବୁଲୁଥିଲେ ବୟସ୍କ ଦମ୍ପତି, ଡେପୁଟି କମିଶନର ବୁଧବାର ଦିନ ତାଙ୍କୁ ଘର ଉପରେ ତାଙ୍କର ଅଧିକାର ଦେଇଛନ୍ତି । ଏହି ସମୟରେ ବୃଦ୍ଧ ମହିନ୍ଦର କୋରଙ୍କୁ ଡିସି ଚନ୍ଦ୍ର ଗେନ୍ଦ ଭାବୁକ ହୋଇ କହିଲେ ଆଜି ଠାରୁ ମୁଁ ହେଉଛି ଆପଣଙ୍କର ପୁଅ । କିଛି ବି ଅସୁବିଧା ହେଲେ ମୋତେ କହିବେ । ବୃଦ୍ଧ ଦମ୍ପତି ସଲବିନ୍ଦର ସିଂହ ଓ ମହିନ୍ଦର କୋର ଡିସିଙ୍କ ପାଖରେ ସିନିୟର ସିଟିଜେନ ମେଣ୍ଟେନାନ୍ସ ଆକ୍ଟ ଅନୁଯାଇ ସାହାର୍ଯ୍ୟ ମାଗିଥିଲେ ।

ସେ କହିଥିଲେ ତାଙ୍କର ପୁଅର ମୃତ୍ୟୁ ହୋଇସାରିଛି ଓ ବୋହୁ ସହ ଘରୋଇ ବିବାଦ ଲାଗିରହିଛି । ତାଙ୍କୁ ନିଜ ଘରେ ରହିବାକୁ ଦିଆଯାଉନି ଓ ନିଜ ଜମିରେ ଚାଷ କରିବାକୁ ମଧ୍ୟ ଦିଆଯାଉନି । ଡେପୁଟି କମିଶନର କୋର୍ଟରେ ବୃଦ୍ଧ ଦମ୍ପତିଙ୍କୁ ନିଜର ଜମି ଓ ଘର ଉପରେ କବଜା ଦେଲେ । ଏଥି ପାଇଁ ବୋହୁ ହାଇ କୋର୍ଟରେ ଅଭିଯୋଗ ଦେଲେ । ହାଇ କୋର୍ଟ ଅସ୍ଥାୟୀ ରୂପେ ବୋହୁକୁ ଦୁଇଟି ଘର ଦେବା ପାଇଁ ଆଦେଶ ଦେଲା ଯାହାକୁ ତତ୍କାଳୀନ ଲାଗୁ କରାଗଲା ।

ଡେପୁଟି କମିଶନର ଚନ୍ଦ୍ର ଗେନ୍ଦ କହିଲେ କି ବୁଦ୍ଧା ମହିଳା ମହିନ୍ଦର କୋର ଥରେ ତାଙ୍କୁ ଭେଟ କରି କହିଲେ କି କୋର୍ଟର ଆଦେଶକୁ ଅମାନ୍ୟ କରି ବୋହୁ ମୋତେ ପୁଣି ଘରେ ରହିବାକୁ ଦେଉନାହିଁ, ଏହା ଜାଣି ଡିସି ନିଜେ ଘରେ ପହଞ୍ଚିଥିଲେ । ସେଠାରେ ହାଇ କୋର୍ଟର ଆଦେଶ ଅନୁଯାୟୀ ଦୁଇଟି ଘର ବୋହୁକୁ ଦେଇ ବାକି ସବୁ ଘର ବୃଦ୍ଧ ଦମ୍ପତିଙ୍କୁ ଦେଇଥିଲେ ।

ଡିସି ବୃଦ୍ଧାଙ୍କୁ କହିଲେ କି, ଆପଣ ଚିନ୍ତାମୁକ୍ତ ହୋଇ ଘରେ ରୁହନ୍ତୁ । ଯଦି ଆପଣଙ୍କୁ କିଏ ହଇରାଣ କରିବ ତେବେ ଆପଣ ମକ୍ଖୁ ଥାନାର ପ୍ରଭାରି ବଚନ ସିଂହଙ୍କୁ ସୂଚନା ଦେବେ । ଡିସି ସେହି ସମୟରେ ଡିଏସପି ରାଜବିନ୍ଦର ସିଂହ ଓ ଏସଏଚଓ ବଚନ ସିଂହଙ୍କୁ ନିର୍ଦ୍ଦେଶ ଦେଇ ସୁନିଶ୍ଚିତ କରାଇଲେ କି ତାଙ୍କୁ ଯେପରି କେହି ଘରୁ ବାହାର ନକରେ ଓ ସେ ତାଙ୍କର ଜମିରେ ଚାଷ କରିବେ । ଏହା ସହ ଗ୍ରାମରେ ପଞ୍ଚାୟତ ବସାଇ ଏହାର ସମାଧାନ କରିବାକୁ କହିଲେ ।