ବାପ- ପୁଅଙ୍କର ଏହି ଯୋଡି ପ୍ରେରଣା ଅଟେ ସମସ୍ତଙ୍କ ପାଇଁ
ଯେଉଁ ମଣିଷର ସବୁ କିଛି କରିଯିବାର ଆଗ୍ରହ ଥାଏ ସେ ନିଜ ଜୀବନରେ ବହୁତ ଆଗକୁ ଯାଇ ଥାଏ। ଆତ୍ମ ବିଶ୍ଵାସ ଓ ନିଜ ଉପରେ ଭରସା ଥିଲେ ମଣିଷ କଠିନରୁ କଠିନ କାମ ଅତି ସହଜରେ କରିଥାଏ। ଭାରତରେ ମୁଲ ଲାଗୁଥିବା ସମସ୍ତ ବ୍ୟକ୍ତି ଗରିବ ନୁହନ୍ତି। କିନ୍ତୁ କାମ ସେମାନେ ମୁଲିଆଙ୍କର କରିଥାନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ବାପ ପୁଅଙ୍କର କାହାଣୀ କହିବାକୁ ଯାଉଛୁ ଯାହା ଶୁଣି ଆପଣ ମାନେ ତାଙ୍କ ପ୍ରଶଂସା ନ କରି ରହିପାରିବେ ନାହିଁ। ପିତା ପୁତ୍ରଙ୍କର ଏହି ଯୋଡି ସମସ୍ତଙ୍କ ପାଇଁ ଏକ ପ୍ରେରଣାର ସ୍ରୋତ ହୋଇଛି।
ଯେଉଁଠି ପୁଅ ରାମ ସିଏଟଲ ସହରରେ ଗୁଗଲ କମ୍ପାନିରେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରୁଥିବା ବେଳେ, ବାପା ତେଜାରାମ ରାଜସ୍ଥାନର ସୋଜତ ସହରରେ ମୂଲ ଲାଗୁଛନ୍ତି। ଏହା ସେ କୌଣସି ପରିସ୍ଥିରେ ପଡି କରୁ ନାହାଁନ୍ତି ବରଂ ଏହା ସେ ନିଜ ଖୁସିରେ କରୁଛନ୍ତି। ଏହି କାମ କରି ତାଙ୍କୁ ଖୁସି ମିଳେ, ସେ ଜୟପୁର ଠାରୁ ୨୬୨ କିଲୋମିଟର ଦୂର ଦକ୍ଷିଣ ପଶ୍ଚିମ ସହର ସୋଜତରେ ରହି କାମ କରୁଛନ୍ତି। ରାମଙ୍କ ବାପା ଟ୍ରାକରେ ଜିନିଷ ଲଦିବାର କାମ କରୁଛନ୍ତି। ଓ ଏହି କାମ ଦ୍ଵାରା ସେ ସବୁଦିନ ୧୦୦ ରୁ ୪ଊ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି।
ଚାକିରି ଗୁଗଲରେ ହୋଇଯିବା ପରେ
ରାମର ମା ସେତେଦିନ ଜାକେ ମୂଲ ଲାଗୁଥିଲେ ଯେ ପର୍ଯ୍ୟନ୍ତ ରାମ ଚାକିରି ପାଇ ନଥିଲେ। ପୁଅର ଚାକିରି ଗୁଗଲରେ ହୋଇଯିବା ପରେ ସେ କାମ କରିବା ଛାଡିଦେଇଥିଲ। ଏବେ ସେ ଘରେ ଅରହି ଘରର ଓ ୧.୫ ଏକର ଜମିର ଦେଖାଶୁଣା କରୁଛନ୍ତି। ରାମର ଦରମାରେ ଘର କର୍ଚ ଭଲଭାବେ ହୋଇଯାଉଛି। ସେ ନିଜ ବଡ ପୁଅ ରାମ ପାଇଁ ବହୁତ ଗର୍ବ ଅନୁଭବ କରନ୍ତି। ରାମଙ୍କର ବାପ କହୁଥିଲେ ଯେ ଛୋଟବେଳୁ ରାମ ପାଠ ପଢାରେ ବହୁତ ଭଲ ଥିଲେ ଓ ସେ ଜାଣିଥିଲେ ଯେ ବଡ ହୋଇ ରାମ ପରିବାରର ଭାଗ୍ୟ ବଦଳାଇବା ବୋଲି। ରାମର ବାପା ଚାହିଁଲେ କାମ ଛାଡି ଘରେ ବସି ଆରମରେ ଚାଲି ପାରିବେ କିନ୍ତୁ ସେ କୁହନ୍ତିକି ସେ ପୁରା ଜୀବନ କାମ କରି ବିତାଇଛନ୍ତି, ସେଥିପାଇଁ ଘରେ ବସିଲେ ତାଙ୍କୁ ଭଲ ଲାଗେନାହିଁ।
୨୦୦୯ ମସିହାରେ ରାମଙ୍କୁ IITରେ ଏଡମିଶନ ମିଳିଥିଲା, ରାମର କାଉନ୍ସେଲିଙ୍ଗ ଓ ପ୍ରଥମ ସେମିଷ୍ଟରର ଖର୍ଚ୍ଚ ସୋଜତର କୌଣସି ଏକ ପରିବାର ଦେଇଥିଲେ। ରାମ କହୁଥିଲେ ସେହି ପରିବାର ତାଙ୍କୁ କଲେଜରେ ପିନ୍ଧିବା ପାଇଁ ଡ୍ରେସ ଓ ସୁଟକେସ ଦେଇଥିଲେ। ପରେ ତାଙ୍କ ସମୁଦାୟରଲୋକ ପଇସା ଏକାଠି କରି ତାକୁ ଲ୍ଯାପଟପ କିଣିକି ମଧ୍ୟ ଦେଇଥି;ଲେ। ଏହା ପରେ ଦୁତୀୟ ସେମିଷ୍ଟରର ଖର୍ଚ୍ଚ ତାର ବାପା ଲୋନ ଆଣି ଦେଇଥିଲେ।
ବାକି ସବୁ ଖର୍ଚ୍ଚ ପାଇଁ ରାମ ଦୁତୀୟ ବର୍ଷ education ଲୋନ ଆଣିଥିଲେ। ତାଙ୍କୁ scholarshipରୁ ତିନି ବର୍ଷ ପର୍ଯ୍ୟନ୍ତ ସବୁ ସେମିଷ୍ଟର ରେ ୩୦,୦୦୦ ଟଙ୍କା ମିଳୁଥିଲା। ସେ ସେହି ପଇସାରୁ ସେ ୭୦,୦୦୦ ଟଙ୍କା ଘରେ ରୋଷେଘର ହେବା ପାଇଁ ଦେଇଥିଲେ।