କେଉଁ ବାର ରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ଥାଏ

ବ୍ୟକ୍ତିଙ୍କର ଚାଲି ଚଳନ, ସ୍ଵଭାବ, ଆଚାର ବ୍ୟବହାର, ବିଦ୍ୟା ବୁଦ୍ଧି, ଜ୍ଞାନୀ, ପଣ୍ଡିତ, କ୍ରୋଧୀ ଆଦି ସେମାନେ କିପରି ହୋଇଥାନ୍ତି ବା ତାଙ୍କର ବ୍ୟକ୍ତିତ୍ବ କିପରି ହୋଇଥାଏ ତାହା ସେମାନଙ୍କ ଜନ୍ମ ବରରୁ ଜଣା ପଡିଥାଏ। କେଉଁ ବାରରେ ଜନ୍ମ ହେଲେ ବ୍ୟକ୍ତି କେଉଁ ପ୍ରକାରର ହୋଇଥାଏ ଆଜି ଆମେ ସେହି ବିଷୟରେ ଜାଣିବା। ତେବେ ଚାଲନ୍ତୁ ଜାଣିବା ସେହି ସମ୍ବନ୍ଧରେ।

ରବିବାର-

ରବିବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଅଭିମାନୀ, କ୍ରୋଧୀ, କାମାତୁର, ସ୍ତ୍ରୀକୁ ବହୁତ ଭଲ ପାଆନ୍ତି, ମିଷ୍ଟ ଭାଷାରେ ସମସ୍ତଙ୍କୁ ମୁଗ୍ଧ କରିବା ସହିତ, ଭ୍ରମଣ ପ୍ରିୟ, ଧାର୍ମିକ ତଥା ଭକ୍ତିମନ୍ତ ହୋଇଥାଏ।

ସୋମବାର-

ଯେଉଁ ବ୍ୟକ୍ତି ସୋମବାରରେ ଜନ୍ମ ଗ୍ରହଣ କରିଥାନ୍ତି ସେ ବହୁତ ଅଳସୁଆ, ଭୋଗବିଳାସ ପ୍ରିୟା, ଧୀର ନୀତି, ପ୍ରିୟା ଭାଷା, ରୀତିକାର୍ଯ୍ୟରେ ଉତ୍ତେଜିତ, ନ୍ୟାପାରାୟଣ, ତଥା ଶାନ୍ତ ଶିଷ୍ଟ ସ୍ଵଭାବର ହୋଇଥାନ୍ତି।

ମଙ୍ଗଳବାର-

ଯେଉଁ ବ୍ୟକ୍ତି ଏହି ବାରରେ ଜନ୍ମ ଗ୍ରହଣ କରିଥାନ୍ତି, ସେମାନେ ସାହସୀ, ଚଞ୍ଚଳମତି, କ୍ଷଣ କୋପୀ, ଶତ୍ରୁ ବିରୋଧୀ, ବୁଦ୍ଧିମନ୍ତ, ବିଦ୍ୟାପ୍ରବିଣ, ରତିମନ୍ତ, କାର୍ଯ୍ୟ କରିବାରେ କୌଶଳୀ ତଥା ଚିନ୍ତାଶୀଳ ହୋଇଥାନ୍ତି।

ବୁଧବାର-

ଯେଉଁ ବ୍ୟକ୍ତି ଏହି ବାରରେ ଜନ୍ମ ସେମାନେ ଗଭୀର ଚିତ୍ତରେ ଚିନ୍ତାଶୀଳ, ନ୍ୟାୟବନ୍ତ, ଗୁଣୀ, ଅତି ଚତୁର, ଭୋଗବିଳାସ ପ୍ରିୟା, ଧର୍ମ କାର୍ଯ୍ୟରେ ଆଗ୍ରହୀ, ଅନେକ ସ୍ତ୍ରୀ ସହିତ ସମ୍ପର୍କ ରଖିଥାନ୍ତି।

ଗୁରୁବାର-

ଏହି ବାରରେ ଜନ୍ମିତ ବ୍ୟକ୍ତି ବହୁ ଗୁଣର ଅଧିକାରୀ ହୋଇଥାଏ, ସେ ବୁଦ୍ଧି ବିଦ୍ୟାରେ ବିଚକ୍ଷଣ ହେବା ସହିତ ପଶୁ ପରି ସ୍ଵଭାବ ଦେଖାଇ ଥାନ୍ତି। ଧାର୍ମିକ ଓ କ୍ଷମାବନ୍ତ ମଧ୍ୟ ଅଟନ୍ତି।

ଶୁକ୍ରବାର-

ଯେଉଁ ବ୍ୟକ୍ତି ଶୁକ୍ର ବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି, ସେହି ବ୍ୟକ୍ତି ନୀତି ନିୟମକୁ ମାନି ଚଳନ୍ତି, ସେ ପରୋପକାରୀ, ଭ୍ରମଣ ପ୍ରିୟା ଏବଂ କାମ ବିଳାସୀ ହୋଇଥାନ୍ତି।

ଶନିବାର-

ଯେଉଁ ସବୁ ବ୍ୟକ୍ତି ଏହି ବାରରେ ଜନ୍ମ ହୋଇଥାନ୍ତି ସେମାନେ କ୍ଷଣ କୋପୀ, ଚଞ୍ଚଳ ମନା, ବହୁତ ଅହଂଙ୍କାରୀ, ତାମସିକ ବିଦ୍ୟାରେ ପ୍ରବୀଣ, ପର ଧନରେ ଲୋଭ ତଥା ଯଶସ୍ଵୀ ଅଟନ୍ତି।