ପେନସନ ଭୋଗ୍ୟଙ୍କ ପାଇଁ ଆସିଛି ଏକ ଖୁସି ଖବର । ଇପିଏଫଧାରୀ ପାଇବେ ୯ ହଜାର ଟଙ୍କା ପେନସନ । କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ବା ଇପିଏଫଓ ସ୍କିମ ଅଧୀନରେ ସର୍ବନିମ୍ନ ପେନସନ ରାଶିକୁ ୯ ଗୁଣା ବୃଦ୍ଧି କରିପାରନ୍ତି । ବର୍ତ୍ତମାନ ସର୍ବନିମ୍ନ ମାସିକ ପେନସନ ଏକ ହଜାର ଟଙ୍କା ରହିଛି । ଆଗକୁ ଏହି ରାଶିକୁ ୯ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବାର ଯୋଜନା ରହିଛି । ଆସନ୍ତା ଫେବୃୟାରୀ ମାସରେ ଏହା ଉପରେ ଆଲୋଚନା କରିବା ପାଇଁ ଶ୍ରମ ମନ୍ତ୍ରଣାଳୟ ତରଫରୁ ଏକ ବୈଠକ ହେବାକୁ ଯାଉଛି ।

ଏହି ବୈଠକରେ ମଜୁରୀ କୋଡ ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ଇପିଏଫ ସଦସ୍ୟ ମାନେ ସର୍ବନିମ୍ନ ପେନସନ ରାଶିକୁ ବୃଦ୍ଧି କରିବା ଲାଗି । ଦୀର୍ଘଦିନ ହେଲା ଦାବି କରି ଆସୁଛନ୍ତି । ଏହା ପୂର୍ବରୁ ସର୍ବନିମ୍ନ ପେନସନ ବୃଦ୍ଧି ପାଇଁ ଅନେକ ଥର ଆଲୋଚନା ହୋଇସାରିଛି । ତେଣୁ ଏହି ନୂଆବର୍ଷ ଆରମ୍ଭରେ ସରକାର ପେନସନ ଭୋଗୀଙ୍କୁ ଏହି ସୁଖଦ ଭେଟି ଦେଇପାରନ୍ତି । ୨୦୨୧ ରେ ସଂସଦର ଏକ ସ୍ଥାୟୀ କମିଟି ଏନେଇ ସୁପାରିଶ କରିଥିଲା ।
ସର୍ବନିମ୍ନ ପେନସନ ଏକ ହଜାର ଟଙ୍କାରୁ ବୃଦ୍ଧି କରି ତିନି ହଜାର ଟଙ୍କା କରିବା ପାଇଁ କମିଟି ପରାମର୍ଶ ଦେଇଥିଲା । କିନ୍ତୁ ପେନସନ ଭୋଗୀମାନେ ସର୍ବନିମ୍ନ ପେନସନ ରାଶି ୯ ହଜାର ଟଙ୍କା କରିବା ପାଇଁ ଦାବି କରୁଛନ୍ତି । ଇପିଏଫଓ ସଦସ୍ୟ ମାନଙ୍କର ଅନ୍ୟ ଏକ ଦାବି ହେଉଛି, କର୍ମଚାରୀ ମାନଙ୍କର ଶେଷ ବେତନ ଯାହା ଥିଲା ତାହାର ଅଧା ସେମାନଙ୍କୁ ପେନସନ ଆକାରରେ ଦିଆଯାଉ । ଶ୍ରମ ମନ୍ତ୍ରଣାଳୟରେ ଏହି ଦାବି ଉପରେ ମଧ୍ୟ ବୈଠକ ହୋଇପାରେ ।

ଇପିଏଫଓ ସଦସ୍ୟ ମାନେ କର୍ମଚାରୀ ପେନସନ ଯୋଜନା ୧୯୯୫ ଅଧୀନରେ ପେନସନ ପାଉଛନ୍ତି । ସଂଗଠିତ କ୍ଷେତ୍ରରେ କର୍ମଚାରୀ ୫୮ ବର୍ଷ ବୟସରେ ଅବସର ଗ୍ରହଣ କରିଥାନ୍ତି । ଏହାପରେ ସେମାନଙ୍କୁ ମାସିକ ସର୍ବନିମ୍ନ ଏକ ହଜାର ଟଙ୍କାର ପେନସନ ଦେବାର ବ୍ୟବସ୍ଥା ରହିଛି । ଏଥିପାଇଁ କର୍ମଚାରୀଙ୍କୁ ଅତିକମରେ ୧୦ ବର୍ଷ ଚାକିରି କରିଥିବା ଅନିବାର୍ଯ୍ୟ ଅଟେ । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରେ ବର୍ତ୍ତମାନ ପ୍ରାୟ ୬ କୋଟିରୁ ଅଧିକ ସଦସ୍ୟ ରହିଛନ୍ତି ।
ସଂଗଠିତ କ୍ଷେତ୍ରର କର୍ମଚାରୀମାନେ ଦୀର୍ଘଦିନରୁ ସେବା ଯୋଗାଉଥିଲେ ମଧ୍ୟ ସେମାନେ ଯାହା ପେନସନ ପାଉଛନ୍ତି ତାହା ସେମାନଙ୍କ ସର୍ବନିମ୍ନ ସାଧାରଣ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ହେଉନାହିଁ । ସେଥିପାଇଁ ସେମାନଙ୍କୁ ଅଧିକ ପେନସନ ଦେବା ଲାଗି ଦାବି ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।