୧୦ ଜାନୁୟାରୀରେ ପୌଷ ପୂର୍ଣ୍ଣିମା ଦିନ ଏହି ସମୟରେ ଲାଗିବ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କଣ ରହିବ ଆପଣଙ୍କ ଉପରେ ଏହାର ପ୍ରଭାବ

୧୦ ଜାନୁୟାରୀରେ ଏହି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ଚନ୍ଦ୍ର ଗ୍ରହଣ ସହିତ ୧୦ ଜାନୁୟାରୀରେ ପୌଷ ପୂର୍ଣ୍ଣିମା ମଧ୍ୟ ରହିଛି । ଏହି ବର୍ଷ ୬ ଟି ଗ୍ରହଣ ପରାଗ ଲାଗିବ । ଯେଉଁଥିରେ ୪ ଟି ଚନ୍ଦ୍ର ଗ୍ରହଣ ଓ ୨ ଟି ସୂର୍ଯ୍ୟ ପରାଗ ଲାଗିବ । ପ୍ରଥମ ଚନ୍ଦ୍ର ଗ୍ରହଣ ୧୦ ଜାନୁୟାରୀରେ ଲାଗିବା ଯାହା ରାତି ୧୦:୩୭ରେ ଆରମ୍ଭ ହେବ ଓ ୧୧ ଜାନୁୟାରୀ ୨:୪୨ ପର୍ଯ୍ୟନ୍ତ ରହିବ । ଏହି ଗ୍ରହଣର ପ୍ରଭାବ ୪ ଘଣ୍ଟା ୧ ମିନିଟ ପର୍ଯ୍ୟନ୍ତ ରହିବ । ଏହି ଗ୍ରହଣ ଭରତର ଅଧିକାଂଶ ସ୍ଥାନରେ ଦେଖାଯାଇପାରିବ ।

୧୦ ଜାନୁୟାରୀରେ ଚନ୍ଦ୍ର ଗ୍ରହଣର ସୁତକ ୧୨ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯିବ । ଯାହା ଦ୍ଵାରା ସଖାଳ ସମୟରୁ ମନ୍ଦିରର କବାଟ ବନ୍ଦ କରାଯିବ । ଏହା ସହ କୌଣସି ପ୍ରକାରର ଶୁଭ କାର୍ଯ୍ୟ କରାଯିବ ନାହି । ୧୧ ଜାନୁୟାରୀର ରାତିରେ ଗ୍ରହଣ ସରିବା ପରେ ମନ୍ଦିରର କବାଟ ଖୋଲାଯିବ ।


୧୦ ଜାନୁୟାରୀ ୨୦୨୦ରେ ଲାଗୁଥିବା ଚନ୍ଦ୍ର ଗ୍ରହଣର ସମୟ

  • ଗ୍ରହଣ ଲାଗିବାର ସମୟ:୧୦ ଜାନୁୟାରୀ ରାତି ୧୦:୩୭ ରୁ ୧୧ ଜାନୁୟାରୀ ୨:୪୨ ପର୍ଯ୍ୟନ୍ତ
  • କେଉଁଠି ଦେଖାଯିବ ଚନ୍ଦ୍ର ଗ୍ରହଣ: ଭାରତ, ଆଫ୍ରିକା, ଏସିଆ, ୟୁରୋପ ଓ ଅଷ୍ଟ୍ରେଲିଆ


ପୋଷ ପୂର୍ଣ୍ଣିମା ୨୦୨୦

୧୦ ଜାନୁୟାରୀରେ ପୋଷ ପୂର୍ଣ୍ଣିମା ଅଛି ଓ ପୋଷ ପୂର୍ଣ୍ଣିମାରେ ପବିତ୍ର ନଦୀରେ ଗାଧୋଇବାର ପ୍ରଥା ରହିଛି । ପୋଷ ପୂର୍ଣ୍ଣିମା ଦିନ ସ୍ନାନ କରିବା ପରେ ଦାନ କରିଲେ ବହୁତ ବଡ ମହତ୍ଵ ରହିଥାଏ । ହେଲେ ଏଥର ଗ୍ରହଣ ସାରିବା ପରେ ପବିତ୍ର ନଦୀରେ ସ୍ନାନ କରାଯାଇପାରିବ ।


କରନ୍ତୁ ନାହି ଏହି କାର୍ଯ୍ୟ

ଚନ୍ଦ୍ର ଗ୍ରହଣକୁ ଶାସ୍ତ୍ରରେ ଶୁଭ ମାନିନଥାନ୍ତି, ତେଣୁ ଗ୍ରହଣ ସମୟରେ କିଛି ଜିନିଷ ପାଇଁ ସାବଧାନ ରହିବା ଉଚିତ । ତେବେ ଆସନ୍ତୁ ଜାଣିବା ଏହି ସବୁ ଜିନିଷ ବିଷୟରେ ।


୧ ଚନ୍ଦ୍ର ଗ୍ରହଣ ସମୟରେ ନିଜ ପୂଜା ଘରକୁ କପଡାରେ ଘୋଡାଇ ଦିଅନ୍ତୁ ଓ ପୂଜା କରିବେ ନାହି ।

୨ ଚନ୍ଦ୍ର ଗ୍ରହଣ ସମୟରେ ସୋଇବେ ନାହି ଓ ଭଗବାନଙ୍କ ନାମକୁ ଜାପ କରିବେ ।

୩ ଗର୍ଭବତୀ ମହିଳା ଚନ୍ଦ୍ର ଗ୍ରହଣ ସମୟରେ ଧାର୍ମିକ ଗ୍ରନ୍ଥ ପଢନ୍ତୁ ଓ ଗ୍ରହଣ ସାରିବା ପରେ ସ୍ନାନ କରନ୍ତୁ ।

୪ ଗ୍ରହଣ ଦ୍ୱ୍ରା ଘରର ସମସ୍ତ ଜିନିଷ ଅପବିତ୍ର ହୋଇଯାଏ, ସେଥିପାଇଁ ଗ୍ରହଣ ସାରିବା ପରେ ଘରେ ଗଙ୍ଗା ଜଳ ଚିଞ୍ଚନ୍ତୁ ।

୫ ଗ୍ରହଣ ସାରିବା ପରେ ଗହମ, ଚାଉଳ ଓ ଗୁଡ ପରିକା ଜିନିଷର ଦାନ କରିବା ଉଚିତ ।

୬ ଗ୍ରହଣ ଥିବା ଦିନରେ ପୋଷ ପୂର୍ଣ୍ଣିମା ଅଛି ତେଣୁ ଆପଣ ଏହି ଦିନରେ କ୍ଷୀରୀ କରିକି ତାକୁ ଦାନ କରିପାରନ୍ତି । ହେଲେ କ୍ଷୀରୀ ବନେଇବା ସମୟରେ ଏକ ତୁଳସୀ ପତ୍ର କ୍ଷୀରୀରେ ପକେଇ ଦେବେ ।