ୟୁପିର ମେରଠରୁ ଏକ ସଂବେଦନଶୀଳ ଘଟଣା ସାମନାକୁ ଆସିଛି । ମେରଠ ଥାନାର ମୁଣ୍ଡାଳି ଅଞ୍ଚଳର ଜଣେ ଯୁବକ ହାପୁଡରେ ରହୁଥିବା ଏକ ଯୁବତୀଙ୍କୁ ନିଜର ପରିଚୟ ଲୁଚାଇ ଫସାଇଲା ଏବଂ ପରେ ତା ସହିତ ସମ୍ପର୍କ ରଖିଲା । ଦୋଷୀ ନିଜର ନାମ ଏବଂ ଅନ୍ୟ ସବୁ ପରିଚୟ ଲୁଚାଇ ଆଧାର କାର୍ଡ ଏବଂ ଅନ୍ୟ କାଗଜପତ୍ର ମଧ୍ୟ ନକଲି ଭାବରେ ତିଆରି କରିଥିଲା ।
ମେରଠ ପୋଲିସଙ୍କ ଅନୁସାରେ ହାପୁଡରେ ରହୁଥିବା ଜଣେ ଯୁବତୀ ପୋଲିସ ପାଖରେ ଅଭିଯୋଗ କରିବା ସମୟରେ କହିଲେ କି ମେରଠରେ ରହୁଥିବା ଯୁବକ ନିଜର ପରିଚୟ ଲୁଚାଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଲେ ଏବଂ ଯେତବେଳେ ସେ ବିବାହ କରିବା ପାଇଁ ଦାବି କଲେ ସେତବେଳେ ସେହି ଯୁବକ ନିଜର ପ୍ରକୃତ ପରିଚୟ ଦେଲେ । ଯୁବକ ଜଣକ ତାଙ୍କ ନାମ ଦିନେଶ ରାୱତ ବୋଲି କହିଥିଲେ ଯେଉଁ ନାମରେ ସେ ଆଧାର କାର୍ଡ ମଧ୍ୟ ତିଆରି କରି ରଖିଥିଲେ । ଯେତବେଳେ ତାଙ୍କର ରହସ୍ୟ ଖୋଲିଲା ସେତବେଳେ ତାଙ୍କ ନାମ ୱାସୀମ ଅହମଦ ବୋଲି ଜଣା ପଡିଲା । ଯୁବକ ଜଣକ ନିଜର ପରିଚୟ ଲୁଚାଇବା ପାଇଁ ନିଜ ନାମରେ ନକଲି କାଗଜପତ୍ର ମଧ୍ୟ ତିଆରି କରି ରଖିଥିଲେ ।
ବିବାହିତ ବୋଲି ଜଣା ପଡିଲେ ଅଭିଯୁକ୍ତ ଯୁବକ
ଯୁବତୀ ଜଣଙ୍କର ଅଭିଯୋଗ ହେଉଛି କି ସେହି ଯୁବକ ଜଣଙ୍କ ଆଗରୁ ବିବାହ କରିଛନ୍ତି ଏବଂ ତାଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି । ଯୁବକଙ୍କର ଫେସବୁକ ଆଇଡି ଦିନେଶ ରାୱତ ନାମରେ ଅଛି । ନକଲି ଭାବରେ ଆଧାର କାର୍ଡରେ ବିଜୟ ସିଂହଙ୍କ ପୁଅ ଦିନେଶ ରାୱତ, ଜାକିର କଲୋନୀ ଥାନା ଲିସାଡୀ ଗେଟ ନାମରେ ତିଆରି ହୋଇଛି ।
ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି କି ସେ ଅଭିଯୁକ୍ତଙ୍କ ସହିତ ମିଳାମିଶା ବନ୍ଦ କରିବାରୁ ଅଭିଯୁକ୍ତ ତାଙ୍କର ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଛନ୍ତି ଯାହା ପୋଲିସ ଅଭିଯୁକ୍ତଙ୍କ ମୋବାଇଲରୁ ମଧ୍ୟ ପ୍ରମାଣ ପାଇଛି । ଏହି ଘଟଣା ବହୁତ ଦିନର ଅଟେ । ହାପୁଡରେ ରହୁଥିବା ଜଣେ ଯୁବତୀକୁ ଫସାଇ ତାଙ୍କ ସହିତ ବନ୍ଧୁତା କରିବା ପରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବାର ଯୁବତୀ ଏସପି ଦେହାତଙ୍କ ପାଖରେ ଅଭିଯୋଗ କରିଛନ୍ତି ।
ଏସପି ଦେହାତ ଅଭିନାଶ ପାଣ୍ଡେଙ୍କ ଅନୁସାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୁଇଟି ମାମଲା ରୁଜୁ କରାଯାଇଛି ଏବଂ ଶନିବାର ଦିନ ବିଳମ୍ବିତ ରାତିରେ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।