Parenting Tips: ପିଲା ଆପଣଙ୍କ କଥା ମାନୁନି କି ? ପିଲା ବହୁତ ଜିଦି ହୋଇଥିଲେ ଥରେ ଏହି ଉପାୟ ଆପଣେଇ ଦେଖନ୍ତୁ (Jaya Kishori)

ଆଜିକାଲି ପ୍ରତ୍ଯେକ ପିତାମାତାଙ୍କ ମୁଖ୍ୟ ଚିନ୍ତା ହେଉଛି ପିଲାମାନେ ତାଙ୍କ କଥା କିପରି ମାନିବେ । ପିତାମାତା ମାନେ ମଧ୍ୟ ସର୍ବଦା ବ୍ୟସ୍ତ ରହୁଛନ୍ତି ଯାହା ଫଳରେ ପିଲାଙ୍କ ପ୍ରତି ଅଧିକ ଧ୍ୟାନ ଦେଇ ପାରୁ ନାହାନ୍ତି । ପିଲାମାନେ ମଧ୍ୟ ଟିଭି, ମୋବାଇଲ ଓ ଭିଡିଓ ଗେମ ମଧ୍ୟରେ ଅଧିକ ବ୍ୟସ୍ତ ରହୁଛନ୍ତି । ତେବେ ପିଲାକୁ ସୁଧାରିବା ଆଗରୁ ପିଲାର ହୃଦୟ ସହ ଯୋଡି ହେବା ଓ ପରସ୍ପରକୁ ବୁଝିବା ଅଧିକ ଆବଶ୍ୟକ ଅଟେ । ଏଥିପାଇଁ ଚାଲନ୍ତୁ ଜାଣିବା କେତୋଟି ଆବଶ୍ଯକୀୟ ଟିପ୍ସ ।

ଆଜିକାଲି ବିଭିନ୍ନ ଟେକ୍ନୋଲୋଜି ସହ ପିଲାମାନେ ବଡ ହେଉଛନ୍ତି । ସେଥିପାଇଁ ସେମାନେ ସର୍ବଦା ଟିଭି, ମୋବାଇଲ ଓ ଗେମ ଓ ଅନଲାଇନ ଫ୍ରେଣ୍ଡ୍ସଙ୍କ ସହ ଅଧିକ ସମୟ ଅତିବାହିତ କରିବାକୁ ଚାହୁଁଛନ୍ତି । ଯାହାଫଳରେ ବାହାରେ ଖେଳିବା , ପାଠ ପଢିବା, ପିତାମାତାଙ୍କ ସହ କଥା ହେବା ଆଦି ପ୍ରଭାବିତ ହେବା ସହ ଦିନକୁ ଦିନ ପିଲା ଜିଦି ସ୍ଵଭାବର ହୋଇ ଯାଉଛନ୍ତି । ପିତାମାତା ମଧ୍ୟ କାର୍ଯ୍ୟବ୍ୟସ୍ତ ରହୁଥିବାରୁ ପିଲାଙ୍କ ପ୍ରତି ବିଶେଷ ଧ୍ୟାନ ଦେଇ ପାରୁନାହାନ୍ତି । ଯାହାଫଳରେ ପିତାମାତା ଓ ପିଲାଙ୍କ ମଧ୍ୟରେ ଦୂରତା ଦେଖାଯାଉଛି ।

ଆପଣଙ୍କ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆପଣ ଏହି ଦୂରତାକୁ କମ କରିପାରିବେ । ଏଥିପାଇଁ ଆପଣ ଯେଉଁ ଅଳ୍ପ ସମୟ ପିଲାଙ୍କ ସହ ବା ଘରେ ବିତାଉଛନ୍ତି ତାର ସଠିକ ଉପଯୋଗ କରିପାରିଲେ ଏହା ସମ୍ଭବ ହୋଇପାରିବ । ପ୍ରଥମ ଗୁରୁତ୍ବପୂର୍ଣ ସମୟ ହେଉଛି ସକାଳ ସମୟ । ଯାହାକୁ କେୟାରିଂ (caring) ଟାଇମ ବୋଲି କୁହାଯାଏ । ପିଲା ଯଦି ଶୀଘ୍ର ଉଠୁନାହିଁ ଏବଂ ଆପଣଙ୍କ କଥା ମାନୁନି । ତେବେ ସକାଳୁ କେବେ ହେଲେ ତା ଉପରେ ବିରକ୍ତ ହୁଅନ୍ତୁ ନାହିଁ ।

ପିଲା ପାଖରେ ଯାଇ କିଛି ସମୟ ଶୁଅନ୍ତୁ ତାଙ୍କ ମୁଣ୍ଡ ଆଉଁସି ଦେଉନ୍ତୁ ଓ ପ୍ରେମର ସହ ଉଠିବାକୁ କୁହନ୍ତୁ । ଦେଖିବେ ଏତେ ସମୟ କହି କହି ଯେଉଁ ପିଲାଉଠୁ ନଥିଲା ଏବେ ଝଟପଟ ହୋଇ ଉଠିଯିବ । ସେହିପରି ଡିନର ସମୟକୁ ସେୟାରି॰ (sharing) ଟାଇମ ବୋଲି କୁହାଯାଏ । ସେହିପରି ରାତ୍ରି ଭୋଜନ ସମୟରେ ପିଲା ସହ ଆପଣଙ୍କ ଦିନ କିପରି ଥିଲା । କଣ କଣ କଲେ ଏହିସବୁ କଥା ସେୟାର କରନ୍ତୁ, ପିତାମାତା ପରସ୍ପର ସହ କଥା ହୁଅନ୍ତୁ । ଦେଖିବେ ପିଲା ମଧ୍ୟ ତା କଥା ଆପଣଙ୍କୁ ଧୀରେ ଧୀରେ ସେୟାର କରିବାକୁ ଲାଗିବ ।

ଏହାଦ୍ବାରା ଆପଣଙ୍କ ପିଲା ସହ ସମ୍ପର୍କ ଭଲ ରହିବ । ଏହା ପରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ହେଉଛି ରାତିରେ ଶୋଇବା ସମୟ ବ ଡେୟାରି॰ (daring) ଟାଇମ । ଏହି ସମୟରେ ଆପଣ ପିଲକୁ କିଛି ସମୟ ଦିଅନ୍ତୁ । ତାଙ୍କ ମନରେ ସକାରାତ୍ମକ ଚିନ୍ତାଧାରା ଆଣିବାକୁ ଚେଷ୍ଟା କରନ୍ତୁ । ଭଲ ଉପଦେଶ ଦିଅନ୍ତୁ , ଏଥିପାଇଁ ଆପଣ କିଛି କାହାଣୀର ସହାୟତା ନିଅନ୍ତୁ । ଦେଖିବେ ଆପଣ ପିଲା ସହ ଯେତେ ଯୋଡି ହୋଇ ରହିବେ ଆପଣଙ୍କ ପିଲା ସେତେ ଆପଣଙ୍କ କଥା ମାନିବ ।

ଏହି ସବୁ ଟିପ୍ସ ଆପଣେଇ ଦେଖନ୍ତୁ ନିଶ୍ଚୟ ଉପକୃତ ହେବେ । ଆମ ପୋଷ୍ଟ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଏହିପରି ଟିପ୍ସ ପାଇବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।