ଜଣେ ଭଲ ମାଆ କେମିତି ବନିବେ ? ଜାଣନ୍ତୁ Parikshit Jobanputra ଙ୍କ ଠାରୁ କିଛି ବିଶେଷ Parenting Tips

ଅନେକ ସମୟରେ ମାଆ ମାନେ ଭାବିଥାନ୍ତି କି ପିଲା ଜନ୍ମ ହେବ ପରେ ସେମାନେ କିଛି କରିପାରୁ ନାହାନ୍ତି । କେବଳ ପିଲାର ଯତ୍ନ ନେବା ଓ ଘରକାମରେ ସମୟ ବିତାଉଛନ୍ତି । ଏହାକୁ ନେଇ ଅନେକ ମହିଳା ପିଲା ଜନ୍ମ ହେବା ପରେ ବହୁତ ଦୁଃଖୀ ମଧ୍ୟ ହୋଇଯାନ୍ତି । ତାଙ୍କୁ ଲାଗିଥାଏ ଯେମିତି ସେମାନେ ଜୀବନରେ ବହୁତ କିଛି ପଛରେ ଛାଡି ଯାଉଛନ୍ତି । ଏପରି ଭାବୁଥିବା ମହିଳାଙ୍କ ପାଇଁ ଆଜି ଆମେ ସ୍ଵାମୀ ବିବେକାନନ୍ଦଙ୍କ ଏକ କାହାଣୀ ନେଇ ଆସିଛୁ । ଯାଅନ୍ତୁ କେମିତି ହେବେ ଜଣେ ଭଲ ମାଆ ।

ଯେତେବେଳେ ସ୍ଵାମୀ ବିବେକାନନ୍ଦ ଚିକାଗୋ ଯାଇଥିଲେ ସେଠାରେ ଜଣେ ପତ୍ରକାର ମହିଳା ସ୍ଵାମୀ ବିବେକାନନ୍ଦଙ୍କୁ ଏକ ପ୍ରଶ୍ନ ପଚାରିଲେ । ସେ ପଚାରିଲେ କି, ସ୍ଵାମିଜୀ ଦେଖନ୍ତୁ ମୁଁ ଜଣେ ପତ୍ରକାର, ଏମୋ ବାନ୍ଧବୀ ଜଣେ ପାଇଲଟ ଓ ଆଉ ଜଣେ ଇଞ୍ଜିନିୟର ମଧ୍ୟ । ଏଠାକାର ସ୍ତ୍ରୀମାନେ ପୁରୁଷ କରୁଥିବା ଦୁନିଆ ସାରାର ସବୁ କାର୍ଯ୍ୟ ବରାବର କରୁଛନ୍ତି କିନ୍ତୁ ମୁଁ ଶୁଣିଛି ଆପଣଙ୍କ ଦେଶରେ ସ୍ତ୍ରୀମାନେ କେବଳ ଘରର ଛୋଟମୋଟ କାମ କରିଥାନ୍ତି ।

କେବଳ ଘର ସଫାସୁତୁରା କରିବା ପିଲାଙ୍କ ଯତ୍ନ ନେବା କାମ କରନ୍ତି । ଏହି ମାମଲାରେ ଆପଣଙ୍କ ରାୟ କଣ ? ସ୍ଵାମୀ ବିବେକାନନ୍ଦ ଏହା ଶୁଣି ବହୁତ ସୁନ୍ଦର ଜବାବ ଦେଇଥିଲେ, ତୁମକୁ ଆମ ଦେଶର ଛୋଟମୋଟ କାମ କରୁଥିବା ସ୍ତ୍ରୀମାନଙ୍କ ଉପରେ ଦୟା ଆସୁଛି କିନ୍ତୁ ମୁଁ କହିବାକୁ ଚାହେଁ କି ମୋତେ ତୁମ ଦେଶର ପିଲାଙ୍କ ଉପରେ ଦୟା ଆସୁଛି । କାରଣ ତୁମ ଦେଶର ପିଲାଙ୍କୁ କେବଳ ଦୁଇଟି ପିତା ମିଳୁଛନ୍ତି ଜଣେ ମହିଳା ପିତା ଓ ଆଉ ଜଣେ ପୁରୁଷ ପିତା ।

କିନ୍ତୁ ପିଲାଙ୍କ ପାଇଁ ନିଜ ଜୀବନ ଲଗେଇଦେବା, ତ୍ୟାଗ କଣ, ନିସର୍ତ୍ତ ପ୍ରେମ କଣ ଏସବୁ ତୁମ ପିଲାମାନେ ଜାଣିପାରୁ ନାହାନ୍ତି । ତେଣୁ ପିତାମତ ଦୁଇଜଣ କାମ କରି ହୁଏତ ପିଲାକୁ ଉତ୍ତମ ଜୀବନଶୈଳୀ ଦେଇପାରିବ କିନ୍ତୁ ପିଲାଙ୍କ ସହ ସମୟ ବିତାଇ ଆପଣ ପିଲାକୁ ଏକ ଭଲ ଜୀବନ ଦେଇପାରିବ । ଏହାସହ ଉତ୍ତମ ସଂସ୍କାର ମଧ୍ୟ ଦେଇପାରିବ । ସେଥିପାଇଁ ଆପଣ ଯଦି ଜଣେ ହାଉସ ୱାଇଫ ତେବେ କେବେବି ନିଜକୁ ନୀଚ ବୋଲି ଭାବନ୍ତୁ ନାହିଁ ।

ଆପଣ ନିଜ ଦେଶ ଓ ସମାଜ ପାଇଁ ଏପରି ପିଲାଙ୍କୁ ବଡ କରୁଛନ୍ତି ଯେଉଁମାନେ ସମାଜରେ ବହୁତ ବଡ କାମ କରିବାକୁ ଯାଉଛନ୍ତି । ଯଦି ଆପଣଙ୍କୁ ଘରର ଆର୍ଥିକ ସ୍ଥିତି ଯୋଗୁଁ କାମ କରିବାକୁ ପଡୁଛି ତେବେ ମଧ୍ୟ କୌଣସି ଗିଲ୍ଟ ଅନୁଭବ କରନ୍ତୁ ନାହିଁ । କାମ କରିବା ସହ ପିଲାକୁ ସମୟ ଦିଅନ୍ତୁ ।

ଆପଣ ନିଜେ ଦୃଢ ନିଶ୍ଚୟ ହେଲେ ଯାଇ ନିଜକୁ ସବଳ କଲେ ଯାଇ ପିଲାକୁ ଉତ୍ତମ ସଂସ୍କାର ଦେଇପାରିବେ । ତେଣୁ କେବେ ହେଲେ ନିଜ କାର୍ଯ୍ୟ କରିବା ଏବଂ ନ କରିବା କୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ କାରଣ ଆପଣ ସବୁ ପରିସ୍ଥିତିରେ ପିଲାକୁ ଉତ୍ତମ ସଂସ୍କାର ଦେଇ ଜଣେ ଉତ୍ତମ ମାଆ ବନିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।