ପରଟାରେ ମହାପ୍ରଭୁ ଜଗନ୍ନାଥ ବିରାଜମାନ ହେଲେ, ଭଦ୍ରକରେ ଦେଖିବାକୁ ମିଳିଛି ଏହି ଆଲୋକିକ ଦୃଶ୍ୟ

ଖାଇବା ପାଇଁ ପରଟା କରୁଥିଲେ । ଆଉ ଦେଖିଲା ବେଳକୁ ସେଥିରୁ ବାହାରିଲେ ମହାପ୍ରଭୁ ଜଗନ୍ନାଥ । ପରଟା ଉପରେ ହୋଇଗଲା ଶ୍ରୀ ଜୀଉ ଙ୍କ ଶ୍ରୀ ମୁଖ । କଳା ବଦନ ସହ ଚକା ଡୋଳା ଓ ପାଟି ପରଟା ଉପରେ ତିଆରି ହୋଇଗଲା । ହଁ ଦର୍ଶକ ବନ୍ଧୁ ଥରେ ଭକ୍ତି ରେ ଡାକିଲେ ମଣିଷ ଯେଉଁଠି ବି ଥାଉ ନାଁ କାହିଁକି ଭଗବାନ ସେଠାରେ ଆସି ପହଞ୍ଚି ଯାଇଥାନ୍ତି । ଯେମିତି ଏ ମହିଳା ଜଣଙ୍କୁ ଦେଖା ଦେଇଛନ୍ତି ।

ଘର ଲୋକଙ୍କ ପାଇଁ ପରଟା ତିଆରି କରୁଥିବା ସମୟରେ ପରଟା ଉପରେ ସ୍ଵୟଂ ମହାପ୍ରଭୁ ଙ୍କ ଚକା ଡୋଳା ବିରାଜମାନ ମରିଛନ୍ତି । ଆଉ ଏଭଳି ଦ୍ରୁଶ୍ଯ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଘଟସାହି ପଞ୍ଚାୟତର ଇଟାପାଳ ଗାଁ ରେ । ଆପଣ ମାନେ ବି ଥରେ ଏହି ଦ୍ରୁଶ୍ଯ ଉପରେ ନଜର ପକାନ୍ତୁ । ଯେମିତି ପରଟା ଉପରେ ମହାପ୍ରଭୁ ଙ୍କ ଶ୍ରୀ ମୁଖ ଝଲକି ଦିଶୁଛି ।

କଳା ବଦନ, ନାକ, ଆଖି, ପାଟି ସବୁ ହୋଇଛି ପରଟା ଉପରେ ଆଉ ଏହାକୁ ଦେଖିଲେ ଲୋମ ଟାଙ୍କୁରି ଉଠୁଛି । ଆଖି ରୁ ଭକ୍ତି ଭାବ ର ଲୁହ ଯେମିତି ଝଋ ଆସୁଛି । କାରଣ ମହାପ୍ରଭୁ ସ୍ଵୟଂ ଆସି ଦର୍ଶନ ଦେଇଛନ୍ତି । ଭକ୍ତଙ୍କର ଡାକ କୁ ଶୁଣିଛନ୍ତି ମହାପ୍ରଭୁ । ସୂଚନା ଅନୁଯାୟୀ ଯେବେ ଇଟାପାଳ ଗାଁ ର  ଯଦୁନାଥ ଜେନା ଙ୍କ ବୋହୂ ମିଳିରାଣୀ ସକାଳ ଖାଇବା ପାଇଁ ପରଟା କରୁଥିଲେ ।

ଆଉ ଠିକ ସେତିକି ବେଳେ ଗୋଟିଏ ପରଟା ଲେଉଟିବା ବେଳକୁ ଦେଖିଥିଲେ କି ମହାପ୍ରଭୁ ବିରାଜମାନ ହୋଇଛନ୍ତି । କଳା ବଦନ ସହ ଚକା ଡୋଳା ପରଟା ଉପରେ ଆଙ୍କି ହୋଇ ଯାଇଛି । ଯାହାକୁ ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଆଉ ଆଖି ରୁ ଝଋ ଆସିଥିଲା ଅଶ୍ରୁଳ ଲୁହ । ପରଟା ରେ ମହାପ୍ରଭୁ ଜଗନ୍ନାଥ ଆର୍ବିଭାବ ହେବାର ଖବର କିଛି କ୍ଷଣ ମଧ୍ୟ ରେ ପୁରା ଗାଁ ରେ ବ୍ୟାପିବାରେ ଲାଗିଛି ।

ଆଉ ଏହି ଦୃଶ୍ୟ ଆକୁ ଦେଖିବା ପାଇଁ ଏବେ ମିଳିରାଣୀ ଙ୍କ ଘରେ ଆଗରେ ଗହଳି ଦେଖିବାକୁ ମିଳିଛି । ପରଟା କୁ ପିତଳ ଥାଳି ରେ ରଖାଯାଇ ପୂଜା କରା ଯାଇଥିଲା । ଏପରି ଦ୍ରୁଶ୍ଯ କୁ ଦେଖି ସବୁ ସେହି କାଳିଆ ର ଇଚ୍ଛା ବୋଲି କହୁଛନ୍ତି ଭକ୍ତ ମାନେ ।