ପରକୁ ପର ଝିଅ ଜନ୍ମ ହେବା ଦେଖି ସହି ପାରିଲାନି ବାପା, ଆଉ ଘରକୁ ଫେରିବିନି କହି ନେଇଗଲା ଏଭଳି ଚରମ ନିଷ୍ପତ୍ତି, ଦେଖନ୍ତୁ video

ସ୍ବାମୀର ଫଟୋକୁ ଜାବୁଡି ଧରି ନିଜ ଭାଗ୍ୟକୁ ନିନ୍ଦୁଛି ଏହି ଅଭାଗିନୀ ସ୍ତ୍ରୀ । କୋଳରେ ଥିବା ଚାରି ଚାରିଟା ଝିଅଙ୍କୁ କେମିତି ମଣିଷ କରିବେ ଭାବି ଭାବି ଆଖିରୁ ନିଦ ହଜିଯାଇଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ ରାମପୁର ଗାଁରେ । ଗୁଜୁରାଟରୁ ଟ୍ରେନ ଯୋଗେ ଘରକୁ ଫେରୁଥିବା ବେଳେ ଏହି ଗାଁର ସନ୍ତୋଷ କୁମାର ମହାନ୍ତି ଟ୍ରେନରୁ ଖସି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ହେଲେ ନେହି ଦୁଃଖଦ ଘଟଣାର କାରଣ ଜାଣିଲେ ଆପଣ ବି ତାଜୁବ ହୋଇଯିବେ ।

ଅଭାବ ଅନଟନ ସାଙ୍ଗକୁ ମୁଣ୍ଡ ଉପରେ ଚାରି ଚାରିଟା ଝିଅଙ୍କ ବୋଝକୁ ସନ୍ତୋଷ ସହି ପାରିଲାନି । ପରିସ୍ଥିତିକୁ ସାମ୍ନା କରି ନପାରି ଶେଷରେ ସ୍ତ୍ରୀ ହାତରେ ପିଲାଙ୍କୁ ଛାଡି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଗଲେ । ନିଜେ ସିନା ବୋଝଶୂନ୍ୟ ହୋଇ ଚାଲିଗଲା ହେଲେ ତାଙ୍କ ପରେ ମା, ସ୍ତ୍ରୀ ଓ ଚାରିଟା ଝିଅଙ୍କୁ ଅସହାୟ କରିଗଲା । ସନ୍ତୋଷ 13 ବର୍ଷ ତଳେ ବିବାହ କରିଥିବା ବେଳେ ଏକ ବର୍ଷ ପରେ ତାଙ୍କ ପତ୍ନୀ ସସ୍ମିତା କନ୍ୟା ସନ୍ତାନଟିଏ ଜନ୍ମ ଦେଇଥିଲେ ।

ଏବେ ତାଙ୍କର ଚାରୋଟି ଝିଅ ଥିବାବେଳେ ବଡ ଝିଅ ପୁଷ୍ପାଞ୍ଜଳି ଷଷ୍ଠ ଶ୍ରେଣୀରେ ପାଠ ପଢୁଛି । ଦ୍ଵିତୀୟ ଝିଅ ଦୀପାଞ୍ଜଳି 8 ବର୍ଷର ଓ ସେ ଦ୍ଵିତୀୟ ଶ୍ରେଣୀରେ ପଢୁଛି ଏବଂ ଚାରି ବର୍ଷର ତୃତୀୟ ଝିଅ ଶ୍ରଦ୍ଧାଞ୍ଜଳି ଅଙ୍ଗନବାଡିରେ ପଢୁଛି । ସାନ ଝିଅ ଗୀତାଞ୍ଜଳି ଗତ ତିନିମାସ ହେବ ଜନ୍ମ ନେଇଥିଲା । ପରକୁ ପର ଚାରି ଚାରିଟା ଝିଅ ଜନ୍ମ ହେବା ଦେଖି ସହି ପାରି ନଥିଲା ସନ୍ତୋଷ । ଶେଷରେ ମାନସିକ ଭାରସାମ୍ୟ ହରେଇ ଜୀବନ ହାରିଦେଲେ ।

କୁନି କୁନି ପିଲାଙ୍କୁ ଦେଖି ଜେଜେମା’ ବି ଆଖିରୁ ଲୁହ ଝରାଉଛି । ଗତ ଡିସେମ୍ବର 22 ତାରିଖରେ କମ୍ପାନୀ କାମ ସାରି ଘରକୁ ଫେରୁଥିଲେ ସନ୍ତୋଷ । ସେତେବେଳେ ସେ ନିଜ ମା’ ଓ ପତ୍ନୀଙ୍କ ସହ କଥା ହୋଇଥିଲେ । କଥା ହେବା ବେଳେ ସେ ଆଉ ଘରକୁ ଫେରିବେନି ବୋଲି କହିଥିଲେ । ଘରଲୋକ ବାରମ୍ବାର ବୁଝାଇଆବାକୁ ଫୋନ କରିଥିଲେ ମଧ୍ୟ ସେ ଆଉ ଫୋନ ଉଠାଇ ନଥିଲେ । ଦିନ ଚାରିଟା ବେଳେ ମହାରାଷ୍ଟ୍ର ଜିଆରପି ପୋଲିସ ତାଙ୍କୁ କଲ୍ କରିଥିଲା ଏବଂ ସେତେବେଳକୁ ସବୁକିଛି ସରି ଯାଇଥିଲା ।

ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଚାଲିଯିବା ପରେ ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଏହି ପରିବାର । ଝିଅମାନଙ୍କ ପାଠପଢାର ବ୍ୟବସ୍ଥା ସହ କିଛି ସରକାରୀ ସହାୟତା ମିଳିଲେ ଏମାନଙ୍କୁ ଭଲ ଭବିଷ୍ୟତ ଟିଏ ମିଳନ୍ତା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।