ଗାଁରେ ବସିଥିବା ସଭାରେ ସ୍ତ୍ରୀ ଯେଉଁ କଥା କହୁଛନ୍ତି ଶୁଣିଲେ ଆପଣ ବି ଭବିବେ ତାଙ୍କ ସ୍ଵାମୀ ଓ ଶ୍ଵଶୁର ବହୁତ ଖରାପ । ତାଙ୍କୁ ବହୁତ ନିର୍ଯ୍ୟାତନା ଦେଇଛନ୍ତି ଓ ଶେଷରେ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି । ଯାହାଫଳରେ ମହିଳାଜଣକ ତାଙ୍କ ବାପଘରେ ଯାଇ ରହୁଛନ୍ତି । କିନ୍ତୁ ସ୍ଵାମୀଜଣକ କହୁଛନ୍ତି ପୁରା ଓଲଟା କଥା । ଦୁହିଁଙ୍କ କଥା ଶୁଣିବା ପରେ କିଏ ସତ କହୁଛି କିଏ ମିଛ କହୁଛି ଆପଣ ବି ଦ୍ଵନ୍ଦରେ ପଡିଯିବେ । ତେବେ ସ୍ଵାମୀ ଓ ଶ୍ଵଶୁରଙ୍କ ନାଁରେ ଅଭିଯୋଗ ଆଣିଥିବା ଏହି ମହିଳାଙ୍କର ବାହୁରେ ଆଉ ଜଣେ ପୁରୁଷଙ୍କୁ ଦେଖିବାକୁ ମିଳିଛି ।

ଏହି ଚିତ୍ର ସ୍ପଷ୍ଟ କରିଦେଉଛି ସ୍ତ୍ରୀର ପରକୀୟାପ୍ରୀତି । ଯାହାକୁ ସ୍ଵାମୀ ସହି ନ ପାରିବାରୁ ସମୟ ସୁବିଧା ଦେଖି ସ୍ତ୍ରୀ ରାଗ ସୁଝେଇଛି । ଏହି ଘଟଣାଟି ହେଉଛି ଆଠଗଡ ତଳସାହିର ବସନ୍ତ ରାଉତଙ୍କ କୁନମ କୁମାର ରାଉତଙ୍କ ପରିବାରର । କୁନମ ଆଠଗଡ ପୋଲିସ କଲୋନୀର କୈଳାଶ ପ୍ରଧାନଙ୍କ ଝିଅ ପାୟଲ ରାଉତଙ୍କୁ ୨୦୧୫ରେ ବିବାହ କରିଥିଲେ । ଗୋଟିଏ ବର୍ଷ ସୁଖର ସଂସାର ଗଢିଲେ ଆଉ ପିଲାଟିଏ ବି ହେଲା ।
କିନ୍ତୁ ଏହାପରେ କୁନମ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ତ୍ରୀ ଅନ୍ୟ କାହାକୁ ଭଲପାଉଛି । ତାଙ୍କ ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ପାୟଲ ଅନ୍ୟ କାହା ସହ ଚାଟିଂ କରୁଛି ଓ ତାକୁ ମନ ଦେଇ ବସିଛି । ତା’ ପରେ ମା ଛେଉଣ୍ଡ କୁନମ ତାଙ୍କ ବାପାଙ୍କୁ ସବୁ କଥା ଜଣାଇଲେ । ତାଙ୍କ ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଆଉ କାହାକୁ ପ୍ରେମ କରୁଛି ବୋଲି କହିଦେଲା । ଏହାପରେ ଶ୍ଵଶୁର ଓ ସ୍ଵାମୀ ମିଶି ବୋହୂକୁ ବୁଝାଇବାକୁ ଚେଷ୍ଟା କଲେ ।

ତାଙ୍କୁ ସେ ରାସ୍ତାରୁ ଫେରିଆ ଆଣିବା ପାଇଁ ଚେଷ୍ଟା ମଧ୍ୟ କରିଲେ । କିନ୍ତୁ ମାନିଲାନି ବୋହୂ । ଶେଷରେ ଏକଥା ଘରୁ ଯାଇ ଥାନାରେ ପହଞ୍ଚିଲା ଓ ତା’ପରେ କୋର୍ଟରେ । ଆଉ ଏବେ ମହିଳାଜଣକ ତାଙ୍କ ବାପଘରେ ରହୁଥିବା ବେଳେ ସ୍ଵାମୀ ଓ ଶ୍ଵଶୁର ନିଜ ଘରେ ରହୁଛନ୍ତି । ମା’ ତଥା ଘରେ ଅନ୍ୟ କେହି ସ୍ତ୍ରୀ ଲୋକ ନଥିବାରୁ ସ୍ଵାମୀ ଓ ଶ୍ଵଶୁର ବନ୍ଧୁଘରକୁ ଖାଇବା ପାଇଁ ଯାଇଥିଲେ । ଖବର ପାଇ ସେଠାରେ ତାଙ୍କ ସ୍ତ୍ରୀ ଓ ପୁରୁଷବନ୍ଧୁ ପହଞ୍ଚିଗଲେ ।
ସ୍ଵାମୀ ଓ ଶ୍ଵଶୁରକୁ ଭାଷା ଅଭାଷା କହି ସେମାନେ ମାଡ ମାରି ଚାଲିଲେ । ସେଠାକାର ଗାଁଲୋକେ ରୁଣ୍ଡ ହୋଇ ଠାକୁର ଘରେ ସଭା ବସେଇଲେ । ଗାଁ ଲୋକ ଯୁବତୀଙ୍କର ସପକ୍ଷ ନେଇ ବାପପୁଅଙ୍କୁ ଉଠ ବସ୍ କରାଇଲେ । ଆଉ କୁନମ ଏହାପରେ ଖୋଲିଦେଇଛନ୍ତି ସ୍ତ୍ରୀର ସବୁ ଗୁମର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।