ନମସ୍କାର ବନ୍ଧୁଗଣ । ଅନେକ ସମୟରେ ସୋସିଆଲ ମିଡିଆରେ ନାନା ପ୍ରକାରର ଘଟଣା ମାନ ଦେଖା ଯାଇଥାଏ । ବିଶେଷ କରି ବନ୍ୟା ପଶୁ ମାନଙ୍କୁ ନେଇ ଅନେକ ଚକିତ କରିବା ଭଳି ଖବର ସାମନା କୁ ଆସିଥାଏ । ଯାହା କେହେ କେବେ ଭାବି ନ ଥାନ୍ତି ସେଭଳି ଖବର ଦେଖିବାକୁ ମିଳିଥାଏ ।
ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଖବର ସାମ୍ନା କୁ ଆସିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ ପଣସ ଖାଇବାକୁ ଆସି ଫସିଲା ହାତୀ । ଅନୁଗୁଳ ବନ ଖଣ୍ଡ ବର୍ତ୍ତୀ ଜଙ୍ଗଲରେ ଫସି ରହିଛି ମାଈ ହାତୀ । ଆମ୍ବ ଓ ପଣସ ଗଛର ମଝିରେ ହାତୀର ଗୋଡ ଲାଖି ରହିଛି ।
ହାତୀ କୁ ଉଧାର କରିବା ପାଇଁ ବନ ବିଭାଗ ର କର୍ମଚାରୀ ଏବେ ଉଦ୍ୟମ କରୁଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓ ରେ ଦେଖିବାକୁ ମିଳିଛି କି କିଭଳି ଆମ୍ବ ଗଛ ମଝିରେ ହାତୀ ଟି ଫସି ଯାଇଛି ।
ହାତୀ ଟି ଜଙ୍ଗଲରୁ ଆମ୍ବ ଓ ପଣସ ଖାଇବାକୁ ଆସିଥିଲା । କିନତିଉ ହାତୀ ଫସି ଯାଇଛି । ହାତୀ କୁ କିଭଳି ଭାବେ ତୁରନ୍ତ ଦୁହାର କରାଯିବ ସେଥିପାଇଁ ବନ ବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି । ତେବେ କେତେ ସମୟ ଲାଗିବ ତାହା ସ୍ପଷ୍ଟ ଭାବେ କହି ହେଉ ନାହିଁ ।
ଗତ କାଲି ରାତି ରେ ହାତୀ ଟି ଆମ୍ବ ପଣସ ଗଛ ପାଖକୁ ଯାଇଥିଲା । ଯାହା ଫଳରେ ତାର ଅବସ୍ଥା ଏମିତି ହୋଇ ଯାଇଛି । ତେବେ ଗଛ 2ଟି ମଧ୍ୟରୁ ଗୋଟିଏ ଗଛକୁ ଜେସିବି ମେସିନ ସାହାର୍ଯ୍ୟ ରେ କଟା ଯାଇଛି । ହାତୀ ଟି ବର୍ତ୍ତମାନ ଚାଲିପାରୁ ନାହିଁ । ହାତୀ ର କ୍ଷତ କେତେ ଗୁରୁତର ତାହା ଚିକିତ୍ସା ପରେ ଜଣା ପଡିବ ।
ବର୍ତ୍ତମାନ ବନ ବିଭାଗର କର୍ମଚାରୀ ମାନେ ହାତୀ କୁ ଉଧାର କରି ସାରିଛନ୍ତି । ହେଲେ ତାର ଗୋଡ ରେ ହୋଇଥିବା କ୍ଷତ କେତେ ଗୁରୁତର ତାହା ଚିକିତ୍ସା ଆରମ୍ଭ ପରେ ଜଣା ପଡିବ । ଗୋଡ ରେ କ୍ଷତ ହୋଇଥିବା କାରଣରୁ ହାତୀ ଟି ସେମିତି ପଡି ରହିଛି । ନା ଚାଲି ପାରୁଛି ନା ଉଠି ପାରୁଛି ।
ଡାକ୍ତରୀ ଟିମ ପହଞ୍ଚି ହାତୀ ର ଚିକିତ୍ସା ଆରମ୍ଭ କରାଯିବ ବୋଲି ବନ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି । ହାତୀ ର ଗୋଡ ରେ ଗଭୀର ଆଘାତ ଲାଗିବାର ଅନୁମାନ କରା ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।