ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଓଡିଆ ନବବର୍ଷ ଭାବେ ପାଳନ କରାଯାଏ । ଏହିଦିନ ଠାରୁ ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥାଏ । ଏହିଦିନ ଗୋଟିଏ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧି ଦିଆ ଯାଇଥାଏ, ଏଥିରୁ ଧୀରେ ଧୀରେ ପାଣି ଝରେ । ଯାହା ବର୍ଷାକୁ ସୁଚାଇ ଥାଏ । ଏହିଦିନ ହନୁମାନ ଜୟନ୍ତୀ ମଧ୍ୟ ପାଳିତ ହେବାକୁ ଯାଉଛି । ତେଣୁ ଏହି ଶୁଭଦିନରେ ଏପରି କିଛି କାମ ରହିଛି ଯାହା ଭୁଲରେ ବି କରିବା ଉଚିତ ନୁହେଁ ।
ପଣା ସଂକ୍ରାନ୍ତି ଦିନକୁ ପ୍ରଭୁ ହନୁମାନଙ୍କର ସର୍ବୋତ୍ତମ ଦିନ ବୋଲି ମାନା ଯାଇଥାଏ । ତେଣୁ ଏହିଦିନ ହନୁମାନଙ୍କର ବ୍ରତ ଉପାସ ନିଶ୍ଚୟ କରନ୍ତୁ, ଯାହାଫଳରେ ଆପଣଙ୍କ ସମସ୍ତ ଦୁଃଖ କଷ୍ଟ ଦୂର ହେବ । ଯଦି ଆପଣ ଚାହୁଁଛନ୍ତି କି ପ୍ରଭୁ ହନୁମାଙ୍କ କୋପଦୃଷ୍ଟି ଆପଣଙ୍କ ଉପରେ ନପଡୁ ବୋଲି ତେବେ ଏହିଦିନ ଆପଣ କାହା ସହ ବି ଶାରୀରିକ ସମ୍ବନ୍ଧ ରଖନ୍ତୁ ନାହିଁ । ମାନ୍ୟତା ରହିଛି କି ଏହିଦିନ ସମ୍ପର୍କ ସ୍ଥାପନ କରିବା ଦ୍ଵାରା ସନ୍ତାନ ବିକଳାଙ୍ଗ ଜନ୍ମ ହୋଇପାରନ୍ତି ।
ତେଣୁ ଏହିଦିନ ମନକୁ ସଂଯମରେ ରଖନ୍ତୁ ନଚେତ ଭୟଙ୍କର ବିପଦ ମାଡି ଆସିବ ଓ ଆପଣଙ୍କ କୁଣ୍ଡଳୀ ମଧ୍ୟ ବିଗିଡି ଯିବ । ଏହିଦିନ ଦୁଗ୍ଧରେ ବନା ଯାଇଥିବା ଯେକୌଣସି ଖାଦ୍ଯ ତଥା ମିଠା, ରାବିଡି ଆଦି ଘରକୁ ଆଣନ୍ତୁ ନାହିଁ । ଦୁଗ୍ଧକୁ ଚନ୍ଦ୍ରମାଙ୍କ କାରକ ବୋଲି ମାନାଯାଏ । ଆଉ ଚନ୍ଦ୍ରମା ଏବଂ ମଙ୍ଗଳ ଦୁଇ ବିରୋଧୀ ଗ୍ରହ । ତେଣୁ ଏପରି ଜିନିଷ ଘରକୁ ଆଣନ୍ତୁ ନାହିଁ ନଚେତ ଭୟଙ୍କର କ୍ଷତି ସହିବାକୁ ପଡିପାରେ ।
ଏହିଦିନ କୌଣସି ଲୁହା ଜିନିଷ କିଣିବା ମଧ୍ୟ ବର୍ଜିତ ମନାଯାଏ । ଷ୍ଟିଲ ଧାର ଥିବା ଜିନିଷ ତଥା କଇଁଚି, ଛୁରି ଆଦି ମଧ୍ୟ କିଣନ୍ତୁ ନାହିଁ । ଏହିଦିନ ନଖ ଏବଂ ବାଳ ମଧ୍ୟ କାଟିବା ଅନୁଚିତ । ନଚେତ ଭଗବାନ ହନୁମାନଙ୍କ କୋପଦୃଷ୍ଟିର ସାମ୍ନା କରିବାକୁ ପଡିପାରେ । ଯେଉଁମାନେ ଏହିଦିନ ମାଛ ମାଂସ ଓ ମଦ୍ୟପାନ କରିଥାନ୍ତି ସେମାନଙ୍କୁ ପ୍ରଭୁ ହନୁମାନ ବରବାଦ କରି ଦେଇଥାନ୍ତି । ସେହିପରି ଲୋକଙ୍କୁ ପ୍ରଭୁ ହନୁମାନ ଭିକାରି କରି ଛାଡନ୍ତି । ତେଣୁ ଏହିଦିନ ଏପରି ଭୁଲ କରିବାରୁ ବଞ୍ଚିତ ରୁହନ୍ତୁ ।
ହନୁମାନ ଶାନ୍ତିପ୍ରିୟ ଅଟନ୍ତି । ତେଣୁ ଯଦି ଆପଣଙ୍କ ମନରେ କିଛି କ୍ରୋଧଭାବ ରହିଛି ତେବେ ହନୁମାନଙ୍କ ପୂଜା କରନ୍ତୁ ନାହିଁ । କାରଣ ଏପରି ପୂଜା କରିବା ଦ୍ଵାରା କୌଣସି ଫଳ ମିଳି ନଥାଏ । ଏହିଦିନ ପ୍ରଭୁ ହନୁମାନଙ୍କୁ ସୁଗନ୍ଧିତ ପୁଷ୍ପ, ଫଳ ଓ ଲଡୁ ଦେବା ଦ୍ଵାରା ହନୁମାନ ଆପଣଙ୍କ ଉପରେ ଖୁସି ହୋଇଥାନ୍ତି ଓ ପ୍ରଚୁର ଆଶୀର୍ବାଦ କରିଥାନ୍ତି ।
ମଙ୍ଗଳବାର ଓ ଶନିବାର ଏହି ଦୁଇ ଦିନକୁ ପ୍ରଭୁ ହନୁମାନଙ୍କ ସର୍ବୋତ୍ତମ ଦିନ ବୋଲି କୁହାଯାଏ । ତେଣୁ ଏହିସବୁ କାମ କେବେବି କରନ୍ତୁ ନାହିଁ । ପଣା ସଂକ୍ରାନ୍ତି ଦିନ କଳା ରଙ୍ଗର ବସ୍ତ୍ର ମଧ୍ୟ ଭୁଲରେ ପିନ୍ଧନ୍ତୁ ନାହିଁ । ଏହିଦିନ ଧଳା, କମଳା ଏବଂ ନୀଳ ରଙ୍ଗର ବସ୍ତ୍ର ପିନ୍ଧିବା ଅଧିକ ଶୁଭ ମାନା ଯାଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।