ପାକିସ୍ତାନର ବର୍ବାଦୀ କାଶ୍ମୀର ପାଇଁ ସାଜିଲା ବରଦାନ, ଏମିତି ଗଜବ ଖେଳ ହେଲା ଯେ ଆପଣ ବି ଜାଣିଲେ ଖୁସିରେ ନାଚିବେ…

ପାକିସ୍ତାନ ବରବାଦୀ ଆଡକୁ ଗତି କରୁଛି, କିନ୍ତୁ ଏହାର ସବୁଠୁ ଭଲ ଫାଇଦା କାଶ୍ମୀରକୁ ହେଉଛି । ବର୍ତ୍ତମାନ କାଶ୍ମୀର ଉନ୍ନତି ପାଇଁ ଏମିତି ଏକ ସଂଯୋଗ ବନୁଛି ଯାହା କେବେବି ବନି ନଥିଲା । ବର୍ତ୍ତମାନ ପାକିସ୍ତାନ ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ବେଳେ କାଶ୍ମୀରରେ ଜବରଦସ୍ତ ବିକାଶ ହେବାରେ ଲାଗିଛି । ଦୁନିଆରେ ଅନେକ ଦେଶ ଏବେ ପାକିସ୍ତାନରେ ନିବେଶ କରିବାକୁ ହାତ ବଢାଇଛନ୍ତି ।

ଗ୍ରୀଷ୍ମଋତୁ ଆରମ୍ଭ ହେବା ମାତ୍ରେ ଆତଙ୍କବାଦୀ ମାନେ ପାକିସ୍ଥାନରୁ ଭାରତକୁ ପ୍ରବେଶ କରିବାକୁ ଚେଷ୍ଟା କରିଥାନ୍ତି । ଗୁପ୍ତଚରଙ୍କ ସୂଚନାରୁ ଜଣାପଡିଛି କି କାଶ୍ମୀରର ବିକାଶକୁ ନେଇ ଏବେ ପାକିସ୍ତାନ ଚିନ୍ତିତ ହେଉଛି । ଯେଉଁଥି ପାଇଁ ସେ କିଛି ନା କିଛି ହରକତ ନିଶ୍ଚୟ କରିପାରେ । କିନ୍ତୁ ପାକିସ୍ତାନ ନିଜେ ବରାବାଦୀ ଆଡକୁ ଯାଉଥିବାରୁ ଏହି ଇଚ୍ଛା ପୂରଣ କରିପାରିବ ନାହିଁ । ଏବେ ପାକିସ୍ତାନର ନେତା, ସେନା ଓ ଆଇଏସଆଇ ପରସ୍ପର ମଧ୍ୟରେ ଲଢେଇ କରୁଛନ୍ତି ।

କାଶ୍ମୀରରେ ଖରାଦିନେ ବରଫ ତରଳୁ ଥିବାରୁ ସେହି ରାସ୍ତା ଦେଇ ଆତଙ୍କିମାନେ ଭାରତକୁ ପଶିବାକୁ ଚେଷ୍ଟା କରନ୍ତି ଓ କାଶ୍ମୀରରେ ଆତଙ୍କି ଆକ୍ରମଣ କରିଥାନ୍ତି । ଭାରତୀୟ ସେନା ମଧ୍ୟ ସେହି ଅନୁଆରେ ଖରାଦିନେ ସମର ପୋଜିଶନିଙ୍ଗ ବା ଆଗକୁ ଆସି ସୀମା ରକ୍ଷା କରନ୍ତି । କିନ୍ତୁ ଏଥର ଲକ୍ଷ୍ନୌରେ ସେନାର ସମର ପୋଜିଶନିଙ୍ଗକୁ ନେଇ ହୋଇଥିବା ମିଟିଂରୁ ଜଣାପଡିଛି କି ଚଳିତ ବର୍ଷ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବହୁତ କମ ହୋଇପାରେ ।

ପାକିସ୍ତାନରେ ଯେତେବେଳେ ସ୍ଥିରତା ଥାଏ ସେତେବେଳେ ହିଁ ସେ ବଡ ଆକ୍ରମଣର ଯୋଜନା କରିଥାଏ ବୋଲି ଭାରତୀୟ ସୁରକ୍ଷା ଏଜେନ୍ସି ସହ ଜଡିତ କିଛି ବଡ ଅଧିକାରୀମାନେ କହିଥାନ୍ତି । କିନ୍ତୁ ବର୍ତ୍ତମାନ ପାକିସ୍ତାନ ନିଜେ ରାଜନୈତିକ ଉତ୍ଥାନ ପତନ ସହ ଲଢେଇ କରୁଛି । ୨୦୧୯ରେ ବାଲାକୋଟରେ ଭାରତୀୟ ସେନାଙ୍କ ଷ୍ଟ୍ରାଇକ ପରେ ଗତ ଦୁଇ-ତିନି ବର୍ଷ ଧରି କାଶ୍ମୀରରେ ଆତଙ୍କବାଦୀଙ୍କ ଗ୍ରାଫ ଲଗାତାର ତକାଳୁ ଖସିଛି । ଆଉ ଏହି ସମସ୍ତ ପରିପାର୍ଶ୍ଵିକ ପରିସ୍ଥିତି କାଶ୍ମୀରର ବିକାଶ ପାଇଁ ବହୁତ ଭଲ ବୋଲି ବିଶେଷଜ୍ଞ ମାନେ କହୁଛନ୍ତି ।

ଏହା ଯୋଗୁଁ କାଶ୍ମୀରରେ ପର୍ଯ୍ୟଟକଙ୍କ ଭିଡ ସହ ବିଦେଶୀ ଦେଶମାନେ ମଧ୍ୟ ନିବେଶ କରିବାକୁ ଧାଡି ବାନ୍ଧିଛନ୍ତି । ଯାହା କାଶ୍ମୀରର ବିକାଶ ଦିଗରେ ବେଶ କାରିଗରୀ ହେବ ବୋଲି ଆଶା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।