ସାଧାରଣତଃ ଆମେ ସମସ୍ତେ ଏହା ଜାଣିଛୁ କି ଲୋକମାନେ ଗର୍ଭରେ ଥିବା ଶିଶୁର ଲିଙ୍ଗଜାଣିବା ପାଇଁ ସୋନୋଗ୍ରାଫୀର ସାହାରା ନେଇଥାନ୍ତି । କିନ୍ତୁ କନ୍ୟା ଭ୍ରୁଣ ହତ୍ୟାର ମାମଲାକୁ ଦେଖି ସରକାର ଏହା ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି । ନିୟମ ଅନୁସାରେ ଯଦି ଆପଣ ସୋନୋଗ୍ରାଫୀ ମେସିନର ବ୍ୟବହାର ପେଟରେ ଥିବା ଶିଶୁର ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତେବେ କୌଣସି ଅସୁବିଧା ନାହିଁ ।
କିନ୍ତୁ ଗର୍ଭରେ ଥିବା ଶିଶୁର ଲିଙ୍ଗବିଷୟରେ ଜାଣିବା ଉପରେ ଭାରତରେ ଉଚିତ ଦଣ୍ଡ ବିଧାନ ଅଛି । ଏହା ଛଡା ଆପଣଙ୍କ ଆଖପାଖରେ ବି ଏମିତି କିଛି ଲୋକମାନଙ୍କ ବିଷୟରେ ଆପଣ ଶୁଣିଥିବେ କିମ୍ବା ଦେଖିଥିବେ ଯେଉଁମାନେ ଅନ୍ଦାଜ ଲଗାଇ କହି ଦିଅନ୍ତି କି ଗର୍ଭରେ ପୁଅ ଅଛି ନା ଝିଅ । କିନ୍ତୁ ଏହା ସବୁବେଳେ ସତ ହୋଇ ନ ଥାଏ । ଏହା ଏକ ଆନୁମାନିକ ଅଟେ ।
କିନ୍ତୁ ଝାଡ଼ଖଣ୍ଡର ଏକ ଗ୍ରାମରେ ଲୋକମାନେ ଗର୍ଭରେ ଥିବା ଶିଶୁ ବିଷୟରେ ଜାଣିବା ପାଇଁ ଏକ ଉପାୟ ବ୍ୟବହାର କରନ୍ତି ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କହିବାକୁ ଗଲେ ଝାରଖଣ୍ଡର ଲୋହରଦଗା ସ୍ଥିତ ଖୁଖରା ଗ୍ରାମରେ ଏକ ଏମିତି ପାହାଡ ଅଛି ଯେଉଁଠି ଗର୍ଭରେ ଥିବା ନବଜାତ ଶିଶୁ ପୁଅ ନା ଝିଅ ଅଟେ ଏହା ବିଷୟରେ କହିଦିଏ । ଏଠିକାର ସ୍ଥାନୀୟ ଲୋକମାନଙ୍କ କହିବା ଅଟେ କି ଗୋଟିଏ ଟଙ୍କା ଖର୍ଚ ନ କରି ସେମାନେ ଏହା ଜାଣି ନିଅନ୍ତି ।
ଏହି ପରମ୍ପରା ଏଠି ୪୦୦ ବର୍ଷ ପୂର୍ବେ ନାଗବଂଶୀ ରାଜାମାନଙ୍କ ଶାସନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ଚାଲୁଅଛି । ଲୋକମାନଙ୍କ ଅନୁସାରେ ଏହି ପର୍ବତ ଗତ ୪୦୦ ବର୍ଷ ହେବ ଲୋକମାନଙ୍କୁ ତାଙ୍କର ଭବିଷ୍ୟତ ବିଷୟରେ ସୂଚନା ଦେଉଛି । ଗ୍ରାମର ଲୋକମାନଙ୍କ ଏହି ପାହାଡ ପ୍ରତି ଅଖଣ୍ଡ ବିଶ୍ଵାସ ଅଛି । ଏହା ସହିତ ଏହି ପାହାଡକୁ ନେଇ ଏଠିକାର ଲୋକମାନଙ୍କ ମନରେ ବହୁତ ଆସ୍ଥା ବି ଅଛି ।
ତାଙ୍କର କହିବା ଅଟେ କି ଏହି ପାହାଡ ଉପରେ ଚାନ୍ଦ ଆକାରରେ ଆକୃତି ବି ହୋଇଛି । ଯାହା ନବଜାତ ଶିଶୁର ଲିଙ୍ଗବିଷୟରେ କହିଥାଏ । ସୂଚନା ଅନୁସାରେ ଏହି ପାହାଡ ଉପରେ ଏକ ଛୋଟ ପଥର ମାରି ଏହା ଯାଞ୍ଚ କରାଯାଇଥାଏ । କହିବାକୁ ଗଲେ ଗର୍ଭବତୀ ମହିଳା ଏକ ନିଶ୍ଚିତ ଦୂରତାରେ ଛିଡା ହୋଇ ଗୋଟିଏ ଛୋଟ ପଥରକୁ ଏହି ପାହଡାରେ ଥିବା ଚାନ୍ଦ ଆଡକୁ ମାରିଥାଏ ।

ଯଦି ପଥର ଚନ୍ଦ୍ରମାର ଠିକ ମଝିରେ ଲାଗିବ ତେବେ ଲୋକମାନେ ଜାଣି ଯାଆନ୍ତି କି ଗର୍ଭରେ ପୁଅ ଅଛି ଓ ଯଦି ସେହି ପଥର ଚନ୍ଦ୍ରମାର ବାହାରେ ଲାଗେ ତେବେ ସେମାନେ ଜାଣି ଯାଆନ୍ତି କି ଗର୍ଭରେ ଥିବା ନବଜାତ ଶିଶୁ ଝିଅ ଅଟେ । ଗର୍ଭରେ ଥିବା ଶିଶୁର ଲିଙ୍ଗଯାହା ବି ହେଉ ତାହା ବିଷୟରେ ଜାଣିବାର ଉପାୟ ଯାହା ବି ହେଉ କିନ୍ତୁ ବର୍ତ୍ତମାନ ସମୟରେ ଏହାକୁ ବନ୍ଦ କରି ଦେବା ହିଁ ଭଲ ଅଟେ । କିନ୍ତୁ ଏହା ଆଜି ପର୍ଯ୍ୟନ୍ତ ଚାଲିଛି । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।