ପାଦକୁ ଗରମ ପାଣିରେ ବୁଡାଇଲେ ମିଳିଥାଏ ଏହି ସବୁ ଲାଭ, ଆଜି ପର୍ଯ୍ୟନ୍ତ ଆପଣ ବି ଜାଣି ନ ଥିବେ

ପୁରା ଦିନରେ ବିଭିନ୍ନ କାର୍ଯ୍ୟ କରି ଯେତେବେଳେ ଆପଣ ଘରେ ପହଞ୍ଚିଥାନ୍ତି ତେବ ଆପଣ ବହୁତ ଥକି ଯାଇଥାନ୍ତି । ଏମିତିରେ ଆପଣଙ୍କର ମନ କରିଥାଏ କି ଏମିତି କଣ କରିବା ଦ୍ଵାରା ଆପଣଙ୍କର ଶରୀରର ସମସ୍ତ ବ୍ୟଥା ଦୂର ହୋଇଯିବ ଓ ଆପଣ ନିଜକୁ ସତେଜ ମନେ ଅନୁଭବ କରିବେ । ନିଜ ଶରୀରର ଥକାନକୁ ଦୂର କରିବା ପାଇଁ ଆପଣଙ୍କୁ କେବଳ ନିଜର ଗୋଡକୁ ଗରମ ପାଣିରେ ରଖିବା ଦରକାର । ଏହା ଦ୍ଵାରା ଆପଣଙ୍କର ଶରୀରର ସମସ୍ତ ବ୍ୟଥା ଅଳ୍ପ ସମୟ ମଧ୍ୟରେ ଦୂର ହୋଇଯିବ ।

ଗରମ ପାଣିରେ ଗୋଡ ରଖିବ ଦ୍ଵାରା କେବଳ ଗୋଡର ବ୍ୟଥା ଦୂର ହୋଇ ନ ଥାଏ ଏହା ବ୍ୟତିତ ଆପଣଙ୍କର ଆଣ୍ଠୁ ଓ ମାଂସପେଶୀ ଗୁଡିକର ବ୍ୟଥା ଗୁଡିକ ବି ଦୂର ହୋଇଯାଏ । ଗରମ ପାଣିରେ ଗୋଡ ରଖିବା ଦ୍ଵାରା ରକ୍ତର ସଂଚାର ବି ସାମାନ୍ୟ ହୋଇଯାଏ । ଏହା ସହିତ ଆପଣଙ୍କୁ କିଛି ସ୍ୱାସ୍ଥ୍ୟ ଲାଭ ବି ମିଳିଥାଏ ।

ଗରମ ପାଣିରେ ସକାଳେ ଗୋଡ ବୁଡାଇ ରଖିଲେ

ରାତିସାରା ଗୋଟିଏ ହିଁ ପୋଜିଶନରେ ଶୋଇବା ଦ୍ଵାରା ରକ୍ତ ସଂଚାର ପ୍ରଭାବିତ ହୋଇଥାଏ । ଏମିତିରେ ସକାଳେ ଉଠି ଗରମ ପାଣିରେ ଗୋଡ ବୁଡାଇ ରଖିବା ଦ୍ଵାରା ଶରୀରକୁ ଏନର୍ଜୀ ମିଳିଥାଏ । ଏହା ଦ୍ଵାରା ଆପଣ ବହୁତ ଅଧିକ ନିଜକୁ ଫ୍ରେଶ ମନେ କରିବେ ।

ଗରମ ପାଣିରେ ସନ୍ଧ୍ୟା ସମୟରେ ଗୋଡ ବୁଡାଇ ରଖିବାର ଲାଭ

ସନ୍ଧ୍ୟା ୫- ୭ ଟା ସମୟରେ ଗରମ ପାଣିରେ ଗୋଡ ରଖିବା ଦ୍ଵାରା କିଡନିର ବି ଏନର୍ଜୀ ଲେବୁଲ ବଢିଥାଏ ଓ ଏହା ଦ୍ଵାରା ଶରୀରରେ ରକ୍ତ ସଂଚାର ବି ଜଲ୍ଦି ହୋଇଥାଏ । ଏହା ପରେ ତଳିପାଦରେ ତେଲ ମାଲସି କରିବା ବି  ବହୁତ ଲାଭଦାୟକ ହୋଇଥାଏ ।

ଗରମ ପାଣିରେ ରାତିକୁ ଗୋଡ ବୁଡାଇ ରଖିବାର ଲାଭ

ରାତିରେ ଗରମ ପାଣିରେ ଗୋଡ ବୁଡାଇ ରଖିବା ଦ୍ଵାରା ଶରୀରର ଥକାନ କମ ହୋଇଥାଏ ଓ ଏହା ସହିତ ନିଦ ବି ଭଲ ଆସିଥାଏ ।

ଗରମ ପାଣିରେ କଣ ମିଶାଇବା ଉଚିତ

ଯଦି ଆପଣଙ୍କୁ ଥଣ୍ଡା କିମ୍ବା ଜର ହୋଇଛି ତେବେ ପାଣିରେ ଅଦା ନିଶ୍ଚିତ ପକାଇ ଦିଅନ୍ତୁ ।

ଗୋଡର ବ୍ୟଥା ଦୂର କରିବା ପାଇଁ ଓ ନିଜକୁ ରିଲୈକସ କରିବା ପାଇଁ ଗରମ ପାଣିରେ ଲେୱେଂଡର ତେଲ କିମ୍ବା ରୋଜମୈରୀ ତେଲ ମିଶାଇ ଗୋଡର ସେକ କରିବା ଉଚିତ ।

କାହାକୁ ବୁଡାଇବା ଉଚିତ ନୁହେଁ ଗରମ ପାଣିରେ ଗୋଡ

ଯେଉଁ ଲୋକମାନଙ୍କର ବିପି ସମସ୍ୟା ଅଛି ସେମାନଙ୍କୁ ଗରମ ପାଣିରେ ଗୋଡ ବୁଡାଇବା ଉଚିତ ନୁହେଁ, ଏହା କରିବା ଦ୍ଵାରା ବିପି ରୋଗ ବାଲା ଲୋକମାନେ ବେହୋସ ହୋଇ ପାରନ୍ତି ।

ଯଦି ଆପଣ ସୁଗାର ରୋଗୀ ଅଛନ୍ତି ତେବେ ଆପଣ ବି ଗରମ ପାଣିରେ ବୁଡାଇବେ ନାହିଁ ।

ଏହା ସହିତ ଆପଣଙ୍କୁ ଯଦି ବହୁତ ଭୋକ ଲାଗୁଥିବ ତେବେ ବି ଆପଣ ଗୋଡକୁ ଗରମ ପାଣିରେ ବୁଡାଇବା ଉଚିତ ନୁହେଁ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।