ପାକିସ୍ତାନୀ କ୍ରିକେଟର ମହମଦ ରିଜୁଆନ ଖେଳ ମଝିରେ ନମାଜ ପଢୁଥିବାର ନେଇ ଏବେ ଅଡୁଆ ବଢିବାରେ ଲାଗିଛି…

ଭାରତରେ ବଢିଲା ପାକିସ୍ତାନ ବ୍ୟାଟର ଙ୍କ ଅଡୁଆ । ICC ରେ ଅଭିଯୋଗ କରିଲେ ଭାରତୀୟ ଓକିଲ । ହଁ ଦର୍ଶକ ବନ୍ଧୁ ମହଙ୍ଗା ପଡିପାରେ ଖେଳ ମଧ୍ୟରେ ନମାଜ ପଢିବା । ଏବେ ଅଡୁଆରେ ଛନ୍ଦି ହୋଇ ପାରନ୍ତି ପାକିସ୍ତାନ ବ୍ୟାଟ୍ଶମ୍ୟାନ ମହମଦ ରିଜୁଆନ କାରଣ ଏ ନେଇ ଅଭିଯୋଗ ଏବେ ଆଇସିସି ରେ ପହଞ୍ଚିଛି । ରିଜୁଆନ ଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ସୁପ୍ରିମ କୋର୍ଟ ର  ଜଣେ ଓକିଲ ଭିନିତ ଜିନ୍ଦଲ ।

ଜିନ୍ଦଲ ଏକ ଚିଠିରେ ଲେଖିଛନ୍ତି ମହମଦ ରିଜୁଆନ ନେଦରଲ୍ୟାଣ୍ଡ ବିପକ୍ଷ ରେ ଫିଲ୍ଡ ମଝିରେ ନମାଜ ପଢିଥିଲେ ଯାହା ମ୍ଯାଚର ଭାବନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓକିଲ ବିନୀତ ଜିନ୍ଦଲ ଆଇସିସି ଚେୟାରମ୍ୟାନ ଗ୍ରେକ ୱାର୍କେଲ ଙ୍କୁ ଚିଠି ଲେଖି କହିଛନ୍ତି ଯେ ଏହା ପାକିସ୍ତାନ କ୍ରିକେଟର ମହମଦ ରିଜୁଆନ ଙ୍କ ବିରୁଦ୍ଧରେ ଅଭିଯୋଗ । ତାଙ୍କୁ ଅକ୍ଟୋବର 6 ରେ ନେଦରଲ୍ୟାଣ୍ଡ ବିରୁଦ୍ଧରେ ଖେଳ ମଝିରେ ନମାଜ ପଢୁଥିବାର ଦେଖିବାକୁ ମିଳିଥିଲା ।

ସେ ଜାଣି ଜାଣି ତାଙ୍କ ଧର୍ମର ପ୍ରଚାର କରୁଥିଲେ ଯାହା କ୍ରିକେଟର ନିୟମ ବିରୋଧୀ ଅଟେ । ମ୍ଯାଚ ବ୍ରେକ ସମୟରେ ତାଙ୍କ ସାଥି ଖେଳାଳି ଡ୍ରିଂକ୍ସ ପାଇଁ ଅପେକ୍ଷା କରିଥିବା ବେଳେ ସେ ନମାଜ ପାଠ କରୁଥିଲେ । ଖାଲି ଏତିକି ନୁହେଁ ଏହା ପରେ ରିଜୁଆନ ବିଶ୍ଵକପ ରେ ବିବାଦ ଘେରକୁ ଆସିଥିଲେ । ଶ୍ରୀଲଙ୍କା ବିରୁଦ୍ଧରେ ଶତକ ହାସଲ ପରେ ସେ ଏହାକୁ ଗାଜା ର ଲୋକଙ୍କୁ ସମର୍ପିତ କରିଥିଲେ ।

ଯାହାକୁ ସୋସିଆଲ ମିଡିଆରେ ପୋସ୍ଟ କରିବା ପରେ ଅନେକ ଟ୍ରୋଲ ର ଶିକାର ହେବାକୁ ପଡିଥିଲା । ଆଉ ଏବେ ନମାଜ ପଢିବା ଘଟଣାକୁ ନେଇ ପୁଣି ଚର୍ଚ୍ଚା କୁ ଆସିଛନ୍ତି । ଆଉ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଇସିସି ପାଖରେ ପହଞ୍ଚିଛି । ତେବେ ଦେଖିବାକୁ ବାକି ରହିଲା ଆଇସିସି ତାଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ଚଳିତ ବିଶ୍ଵକପରେ ପାକିସ୍ତାନ ମୋଟ 3ଟି ମ୍ଯାଚ ଖେଳି 2ଟି ବିଜୟ ଓ ଗୋଟେ ପରାଜୟ ହୋଇଛି । ଗତ ମ୍ଯାଚ ରେ ପାକିସ୍ତାନ ଭାରତ ବିପକ୍ଷରେ ପରାଜିତ ହୋଇଥିଲା । ସେହିପରି ମହମଦ ରିଜୁଆନ ପାକିସ୍ତାନ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି । ସେ ନେଦରଲ୍ୟାଣ୍ଡ ବିପକ୍ଷରେ 68 ରନ କରିଥିବା ବେଳେ ଶ୍ରୀଲଙ୍କା ବିପକ୍ଷରେ 131 ରନ କରିଥିଲେ । ଆଉ ଭାରତ ବିପକ୍ଷ ରେ 49 ରନ କରି ଅର୍ଦ୍ଧ ଶତକ ରୁ ବଞ୍ଚିତ ହୋଇଥିଲେ । ତେବେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।