ପାକିସ୍ତାନ କୁ ଆମେରିକାର ଶକ୍ତ ଚେତାବନୀ, କହିଲା- ‘ଭାରତ ବିରୁଦ୍ଧରେ କିଛି କରିବାକୁ ଚେଷ୍ଟା ବି କରନି, ନ ହେଲେ

କେନ୍ଦ୍ରର ମୋଦୀ ସରକାର ଜାମୁକାଶ୍ମୀର ରୁ ବିଶେଷ ଅଧିକାରୀ ହଟାଇ ରାଜ୍ୟକୁ ଦୁଇ ଭାଗରେ ବାଣ୍ଟିଲେ, ତ ପଡୋଶୀ ଦେଶରେ ଚହଳ ପଡିଗଲା । ଆଜ୍ଞା ହଁ, ପଡୋଶୀ ଦେଶରେ ମୋଦୀ ସରକାରଙ୍କର ଏହି ନିଷ୍ପତ୍ତି ରେ ହା..ହା କାର ସୃଷ୍ଟି ହୋଇଛି, ଯାହା କାରଣରୁ ସେଠିକାର ପିଏମ ଇମରାନ ଖାନଙ୍କ ଅବସ୍ଥା ଶୋଚନୀୟ । କେବଳ ଏତିକି ନୁହେଁ ଇମରାନ ଖାନ ନିଜର ଦୁଃଖ କଥା ନେଇ ସଂଯୁକ୍ତ ରାଷ୍ଟ୍ର ପର୍ଯ୍ୟନ୍ତ ଯିବାର କଥା କହୁଛନ୍ତି, କିନ୍ତୁ ଏହା ମଧ୍ୟରେ ତାଙ୍କୁ ଆମେରିକାରୁ କିଛି ଏମିତି ଚେତାବନୀ ମିଳିଛି ଯାହା ପରେ କେବଳ ନିରାଶା ହିଁ ତାଙ୍କ ହାତରେ ଲାଗିଛି ।

ଧାରା ୩୭୦ ହଟିବା ପରେ ପାକିସ୍ଥାନର ନିଦ ଉଡି ଯାଇଛି, ଯାହା କାରଣରୁ ସେ ପୁରା ଦୁନିଆରେ ସାହାର୍ଯ୍ୟର ଭିକ ମାଗୁଛି କିନ୍ତୁ ତାକୁ କେଉଁଠାରୁ ବି ସାହାର୍ଯ୍ୟ ମିଳୁଥିବାର ନଜର ଆସୁନାହିଁ । ସେ ସମସ୍ତ ଆଶା ଆମେରିକା ଉପରେ ହିଁ ରଖିଛି କିନ୍ତୁ ସେଠାରୁ ମଧ୍ୟ ତାକୁ ନିରାଶା ମିଳିଛି । ପାକିସ୍ତାନକୁ ଟ୍ରମ୍ପ ଚେତାବନୀ ଦେଲା ପରେ ତାର ଶେଷ ଆଶା କେବଳ ଚୀନ ହିଁ ଅଟେ ।

ଆମେରିକା ପାକିସ୍ତାନକୁ ଦେଲା ଚେତାବନୀ

କାଶ୍ମୀର ଘଟଣାରେ ଆମେରିକାକୁ ସାହାର୍ଯ୍ୟ ମାଗୁଥିବା ପାକିସ୍ତାନକୁ ଶକ୍ତ ଚଟକଣି ପଡିଛି । ପ୍ରକୃତରେ ଆମେରିକାର ଜଣେ ଅଧିକାରୀ ପାକିସ୍ତାନ କୁ କହିଲେ କି କାଶ୍ମୀର ଘଟଣାରେ ଭାରତର ସବୁ ଆକ୍ସନ ଉପରେ ତାଙ୍କର ନଜର ଅଛି, ଏମିତିରେ ପାକିସ୍ତାନକୁ ମଧ୍ୟ ଆତଙ୍କବାଦକୁ ଅଟକାଇବା ପାଇଁ କିଛି ଠୋସ ପଦକ୍ଷେପ ନେବା ଆବଶ୍ୟକ ଓ ଯଦି ସେ ଏମିତି କରେ ନାହିଁ, ତେବେ ପରିଣାମ ବହୁତ ଖରାପ ହେବ । ଏହାର ଅର୍ଥ କ୍ଲିୟର ଅଟେ କି ଆମେରିକା କୌଣସି ବି ମୂଲ୍ୟରେ ପାକିସ୍ତାନକୁ ସାହାର୍ଯ୍ୟ କରିବ ନାହିଁ ଓ ଏବେ ତାର ଶେଷ ଆଶା ଚୀନ ଅଟେ ।

ନିଜ ଘରେ କାରବାଇ କରୁ ପାକିସ୍ତାନ

ଭାରତ ଓ ପାକିସ୍ତାନ ଘଟଣାରେ ବୟାନ ଦେଇ ଆମେରିକା କହିଛି ପାକ କୁ ଭାରତ ସୀମାର ଆଖ ପାଖରେ ଉକସାଇବା ଭଳିଆ କାରବାଇ କରିବା ବଦଳରେ ନିଜ ଘରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ପଦକ୍ଷେପ ନେବା ଉଚିତ । ଆମେରିକା ଏହା ମଧ୍ୟ କହିଲା କି ପାକିସ୍ତାନକୁ ପୁରା ମାମଲାରେ ଶାନ୍ତି ରଖିବା ଆବଶ୍ୟକ ଓ ଚେତାବନୀ ଦେଲା କି ଯଦି ପାକିସ୍ତାନ ତରଫରୁ ଯଦି ଏମିତି କୌଣସି ପଦକ୍ଷେପ ନିଆଗଲା ତେବେ ତା ଉପରେ ଆମ ନଜର ରହିବ ।

ଆମେରିକା ଧାରା ୩୭୦ ହଟିବାକୁ ଦେଲା ସମର୍ଥନ

ଆମେରିକା ଖୋଲା ଖୋଲି ଭାବରେ ଧାରା ୩୭୦ ହଟିବାକୁ ସମର୍ଥନ କରିଛି ଓ କହିଛି କି ଆମେ ଏହି ପୁରା ଘଟଣା ଉପରେ ନଜର ରଖିଛୁ । ଏହା ମଧ୍ୟ କହିଛି କି ନିୟନ୍ତ୍ରଣ ରେଖାରେ ସବୁ ପକ୍ଷ ଶାନ୍ତି ବଜାୟ ରଖନ୍ତୁ ଯାହା ଦ୍ଵାରା ବିଶ୍ଵର ମଙ୍ଗଳ ହେବ । ଏମିତିରେ ପାକିସ୍ତାନ ଏବେ ପୁରା କମ୍ଜୋର ପଡି ଯାଇଛି । ଏବେ ଦେଖାଯାଉ ଚୀନ ତାକୁ ଏଥିରେ କଣ ସାହାର୍ଯ୍ୟ କରୁଛି ।