ଓଲା ଡ୍ରାଇଭରଙ୍କୁ ଚୂନା ଲଗାଇଲେ ରାଜଧାନୀର ଦୁଇ ଚଇନି ଚିକଣି ଯୁବତୀ, ଦେଖନ୍ତୁ କଣ କହୁଛନ୍ତି ଓଲା ଡ୍ରାଇଭର ନିଜେ, ଦେଖନ୍ତୁ video

ଦୁଇ ଚଇନି ଚିକଣି ଯୁବତୀ ଘରୁ ଓଲା ବୁକ୍ କରି ବାହାରିଲେ । ୟୁନିଟ-4 ରୁ କଳିଙ୍ଗ ଷ୍ଟାଡିୟମ 3 ନଂ ଗେଟ୍ ଯାଏଁ ଗଲେ । ହେଲେ ଭୁବନେଶ୍ବରରୁ ନୂଆଦିଲ୍ଲୀ ଓଲା ବୁକ୍ କରିଥିଲେ । ଓଲା ଡ୍ରାଇଭରଙ୍କୁ ଏନେଇ ନୋଟିଫିକେଶନ ଆସିବା ପରେ ସେ ଉଭୟ ଯୁବତୀଙ୍କ ସହ ଆଲୋଚନା କରିଥିଲେ । ସେମାନେ କଳିଙ୍ଗ ଷ୍ଟାଡିୟମ ଯାଏଁ ଯାଇଥିଲେ । ହେଲେ ଡ୍ରାଇଭରଙ୍କୁ ଟଙ୍କା ନଦେଇ ସିଧାସଳଖ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଗଲେ ଯୁବତୀ ଦୁଇଜଣ ।

ଏନେଇ ଉଭୟ ଯୁବତୀଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଉକ୍ତ ଓଲା ଡ୍ରାଇଭର ଜଣକ । ଡ୍ରାଇଭରଙ୍କ କହିବା ଅନୁଯାୟୀ, ସେମାନେ ପ୍ରଥମେ ତାଙ୍କୁ ଭୁଲ ଲୋକେସନ ଦେଇଥିଲେ । ତା’ପରେ ଠିକ ଲୋକେସନ ହ୍ଵା-ଟ୍ସ-ଆ-ପ କରିବା ପରେ ଡ୍ରାଇଭର ଜଣକ ତାଙ୍କ ଲୋକେସରେ ଯାଇ ପହଞ୍ଚିଥିଲେ । ଉଭୟ ଯୁବତୀ ଗାଡିରେ ବସିଥିଲେ ଓ ଡ୍ରାଇଭର ତାଙ୍କୁ ପଚାରିଥିଲେ କି ସେମାନେ କଣ ସତରେ ଏତେ ବାଟ ଯିବେ । ଏକଥା ଶୁଣି ଉଭୟ ଯୁବତୀ କହିଥିଲେ କି, ସେମାନେ କଳିଙ୍ଗ ଷ୍ଟାଡିୟମ ଯାଏଁ ଯିବେ ।

ଡ୍ରାଇଭର କହିଥିଲେ କି, ଆପଣ ଯେହେତୁ ଭୁଲ ବୁକିଙ୍ଗ କରିଛନ୍ତି ସେଥିପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ମିଟରରେ ଆପଣଙ୍କର ଯେତିକି ଟଙ୍କା ଉଠିବ ଆପଣ ଦେଇଦେବେ । କିନ୍ତୁ ଯୁବତୀ ଦୁଇଜଣ ପାଖକୁ ଯିବା ପାଇଁ ଡ୍ରାଇଭରଙ୍କୁ ଏତେ ଟଙ୍କା ଦେବେ ନାହିଁ ବୋଲି କହିଥିଲେ । କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିବା ପରେ ସେମାନେ ଗାଦୀରୁ ଓହ୍ଲାଇ ଚାଲି ଯାଇଥିଲେ ।

ଡ୍ରାଇଭରଙ୍କୁ ବିଲ୍ ପେମେଣ୍ଟ ନକରି ସିଧା ଚାଲି ଚାଲି ପଳାଇଲେ ଯୁବତୀ ଦୁଇଜଣ । ଯାହାକୁ ନେଇ ଏବେ ଚିନ୍ତାରେ ପଡି ଯାଇଛନ୍ତି ଡ୍ରାଇଭର ଜଣକ । ସେମାନେ ଷ୍ଟାଡିୟମ ଭିତରକୁ ଯିବାବେଳେ ଜଣେ ପୋଲିସଙ୍କୁ ତାଙ୍କୁ ଅଟକାଇବାକୁ କହିଥିଲେ । ପୋଲିସ ଜଣକ ମଧ୍ୟ ତାଙ୍କୁ ଅଟକିବା ପାଇଁ କହିଥିଲେ । କିନ୍ତୁ ଯୁବତୀ ଦୁଇଜଣ କାହା କଥା ଅଖାତିର ନକରି ସିଧା ଷ୍ଟାଡିୟମ ଭିତରକୁ ଚାଲିଗଲେ ବୋଲି ଅଟୋ ଡ୍ରାଇଭର କରିଛନ୍ତି । ଉଭୟ ଯୁବତୀ ଦେଖିବାକୁ ଶିକ୍ଷିତ ଓ ସମ୍ଭ୍ରାନ୍ତ ଘରର ଛୁଆ ଭଳି ଲାଗୁଥିଲେ ।

ହେଲେ ଭୁଲ ବୁକିଙ୍ଗ କରି ଓଲା ଡ୍ରାଇଭରଙ୍କୁ ଏଭଳି ହଇରାଣ କରିବା ନେଇ ସେ ଦୁଇ ଯୁବତୀଙ୍କୁ ନିନ୍ଦା କରିଛନ୍ତି । ଯଦି ଭଲରେ ଏହି ସମସ୍ଯା ସମାଧାନ ନହୁଏ ତେବେ ଡ୍ରାଇଭର ଜଣକ ବାଧ୍ୟ ହୋଇ ଥା-ନା-ର ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।