ବର୍ତ୍ତମାନର ବଡ ଖବର, ଓଡିଶାରେ ପୁଣି ୧୪ କରୋନା ପଜିଟିଭ, ଜାଣନ୍ତୁ ସଂପୂର୍ଣ୍ଣ ଖବର

ରାଜ୍ୟରେ କରୋନା ଥମିବାର ନା ନେଉ ନାହିଁ । ଆଜି ପୂର୍ବରୁ ୩ ଜଣ ଚିହ୍ନଟ ହେଇଥିବା ବେଳେ, ଏବେ ମିଳିଥିବା ଖବର ଅନୁଯାୟୀ ଯାଜପୁର ଦଶରଥପୁର ବ୍ଲକରେ ପୁଣି ୧୪ ଜଣଙ୍କ ନମୂନାରେ କରୋନା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ ଯାଜପୁରରେ ଟୋଟାଲ ସଂକ୍ରମିତ ସଂଖ୍ୟା ପହଞ୍ଚିଲା ୩୬ ରେ । ଏହା ସହିତ ରାଜ୍ୟରେ ସଙ୍କ୍ରମିତଙ୍କ ସଂଖ୍ୟା ପହଞ୍ଚିଲା ୧୪୨ ରେ । ଚିହ୍ନଟ ହେଇଥିବା ସଙ୍କ୍ରମିତଙ୍କ ଭିତରେ ଅଛନ୍ତି ଆଠ ଜଣ ପୁରୁଷ ଓ ଛଅ ଜଣ ମହିଳା ।

ଯେଉମାନଙ୍କ ମଧ୍ୟରେ ଅଛନ୍ତି ଜଣେ 3 ବର୍ଷର ଛୋଟ ଝିଅ, ଜଣେ ୩ ବର୍ଷର ଛୋଟ ପୁଅ ଓ ୧୨ ବର୍ଷର ଜଣେ ନାବାଳକ । ସଂପୃକ୍ତ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହି ସମସ୍ତ କରୋନା ପଜିଟିଭ ଯାଜପୁର ଦଶରଥପୁର ବ୍ଲକ ଅଞ୍ଚଳର ବୋଲି ଜଣା ପଡିଛି । ପୁରୁଷମାନଙ୍କର ବୟସ ୨୯ ବର୍ଷର ୨ ଜଣ, ୩୮ ବର୍ଷ, ୩୫ ବର୍ଷ, ୩୪ ବର୍ଷ ଓ ୬୨ ବର୍ଷ । ଅନ୍ୟ ମହିଳାମାନଙ୍କର ବୟସ ୪୦ ବର୍ଷ, ୨୦ ବର୍ଷ, ୩୬ ବର୍ଷ ଓ ୫୨ ବର୍ଷ ।

ତେବେ ଆଜି ସକାଳେ ୩ ଜଣ ଆକ୍ରାନ୍ତ ଯାଜପୁରରୁ ଚିହ୍ନଟ ହୋଇଥିଲେ । ସକାଳେ ୩ ଓ ବର୍ତ୍ତମାନ ୧୪ ଜଣ ଚିହ୍ନଟ ପରେ ଆଜି ଗୋଟିଏ ଦିନରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭କୁ ବଢିଛି । ନୂଆ ଆକ୍ରାନ୍ତ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।