ଆସନ୍ତା ମାସରେ ଏହି ସବୁ ବଡ ଗ୍ରହଙ୍କର ହେବ ପରିବର୍ତ୍ତନ, ଏମାନେ ହେବେ ପ୍ରଭାବିତ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେ ମାସରେ କେତେକ ଗ୍ରହ ନିଜର ଗତି ପରିବର୍ତ୍ତନ କରିବେ । ଏହି ଗ୍ରହ ଗୁଡିକରେ ସୂର୍ଯ୍ୟ, ମଙ୍ଗଳ, ବୁଧ ସାମିଲ ଅଛନ୍ତି । ଏହି ମାସରେ ବୁଧ ଦୁଇ ଥର ନିଜର ରାଶି ପରିବର୍ତ୍ତନ କରିବେ । ଏହା ସହିତ ମେ ୨୦୨୦ ରେ ଗୁରୁ, ଶୁକ୍ର ଓ ଶନି ଗ୍ରହ ବକ୍ରୀ ହେବେ । ଏହି ସମସ୍ତ ଗ୍ରହମାନଙ୍କ ଗତିର ପ୍ରଭାବ ଆପଣ ସମସ୍ତଙ୍କ ଉପରେ ଶୁଭ ପ୍ରଭାବ ପକାଇବ । ମେ ର ପ୍ରଥମ ସପ୍ତାହର ୪ ତାରିଖକୁ ଊର୍ଜା, କ୍ରୋଧ ଓ ସୈନ୍ୟ ଶକ୍ତିର କାରକ ମଙ୍ଗଳ ଗ୍ରହ କୁମ୍ଭ ରାଶିରେ ପ୍ରବେଶ କରିବେ ।

ଏହି ରାଶିରେ ମଙ୍ଗଳ ଗ୍ରହ ୧୮ ଜୁନ ୨୦୨୦ ପର୍ଯ୍ୟନ୍ତ ରହିବେ । ଏହି ଅବଧିରେ କୁମ୍ଭ ରାଶିର ଜାତକଙ୍କ ସାହସ ଓ ପରାକ୍ରମ ବଢିବ । କିନ୍ତୁ ଏହି ସମୟରେ କୁମ୍ଭ ରାଶିର ଲୋକମାନଙ୍କ କ୍ରୋଧ ବି ବଢିବ । ସେଥିପାଇଁ ଆପଣଙ୍କୁ ନିଜ ଉପରେ ସଂଯମତା ରଖିବାକୁ ହେବ । ଅନ୍ୟଥା ବିବାଦ ହୋଇପାରେ ।

୯ ମେ ରେ ବୁଧ ବୃଷ ରାଶିରେ ହେବେ ଗୋଚର

ସମ୍ବାଦ, ସଂଚାର ଓ ବୁଦ୍ଧିର ପ୍ରତୀକ ବୁଧ ଗ୍ରହ ୯ ମେ ରେ ବୃଷ ରାଶିରେ ପ୍ରବେଶ କରିବେ । ଏହି ସମୟରେ ବୃଷ ରାଶିର ଜାତକମାନଙ୍କ ଉପରେ କିଛି ପ୍ରଭାବ ରହିବ । ଏହା ସମୟରେ ଆପଣଙ୍କ କ୍ଷମତା ବି ବୃଦ୍ଧି ହେବ । ଆପଣ ସାହସର ସହିତ ନିଜର କଥାକୁ ରଖିବେ । ଆପଣଙ୍କ ଦୃଷ୍ଟିକୋଣ ସ୍ପଷ୍ଟ ହେବ ।

୧୪ ମେ ରେ ସୂର୍ଯ୍ୟ ବୃଷ ରାଶିରେ କରିବେ ପ୍ରବେଶ

୧୪ ମେ ରେ ସୂର୍ଯ୍ୟ ମେଷ ରାଶିରୁ ବାହାରି ବୃଷ ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟ ଏହି ରାଶିରେ ୧୫ ଜୁନ ୨୦୨୦ ପର୍ଯ୍ୟନ୍ତ ରହିବେ । ସୂର୍ଯ୍ୟର ଏହି ରାଶିରେ ଆସିବା ଦ୍ଵାରା ଏହି ରାଶିମାନଙ୍କୁ ମିଶ୍ରିତ ଫଳାଫଳ ମିଳିବ । ଏହା ସହିତ ଆପଣ ସମସ୍ତ ସମସ୍ୟାର ସମାଧାନ ବାହାର କରିବେ ଓ ସମସ୍ତ କ୍ଷେତ୍ରରେ ବିଜୟ ପ୍ରାପ୍ତ ବି କରିବେ । ଅନ୍ୟ ପଟେ ଆପଣଙ୍କ ଭିତରେ ଅହଂକାର ବି ଆସିପାରେ । ଯାହାର ପ୍ରଭାବ ଦ୍ଵାରା ଆପଣଙ୍କ ସମ୍ପର୍କ ବି ଖରାପ ହୋଇପାରେ । ସୂର୍ଯ୍ୟର ଏହି ଗୋଚର ଆପଣଙ୍କ ଦାମ୍ପତ୍ୟ ଜୀବନ ପାଇଁ ଅନୁକୂଳ ନ ହୋଇପାରେ ।

 

୨୫ ମେ ବୁଧ ମିଥୁନ ରାଶିରେ କରିବେ ପ୍ରବେଶ

ମିଥୁନ ବୁଧର ରାଶି ଅଟେ । ଏହି ବର୍ଷ ୨୫ ମେ ରେ ବୁଧ ନିଜ ରାଶିରେ ପ୍ରବେଶ କରିବେ । ଏହି ସମୟରେ ଆପଣ ନିଜର ଭଲ ସ୍ଵଭାବ କାରଣରୁ ଲୋକମାନଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ହେବେ । ସମାଜ ମଧ୍ୟରେ ଆପଣଙ୍କ ଛବି ଭଲ ରହିବ ଓ ଲୋକମାନେ ଆପଣଙ୍କୁ ସମ୍ମାନ ଦୃଷ୍ଟିରେ ଦେଖିବେ । ଏହି ଗୋଚର କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟରେ ବି ବିଭିନ୍ନ ପ୍ରକାରର ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ବୈବାହିକ ଜୀବନରେ ଆପଣଙ୍କୁ ଉତ୍ତମ ପରିଣାମ ମିଳିବ ।

୧୧ ମେ ରେ ଶନି ବକ୍ରୀ

୧୧ ମେ କୁ ଶନି ବକ୍ରୀ କରିବେ । ତାଙ୍କର ଏହି ବକ୍ରୀ ଗତି ୧୪୨ ଦିନ ପର୍ଯ୍ୟନ୍ତ ରହିବ । ଏହା ପରେ ୨୯ ସେପ୍ଟେମ୍ବରରେ ପୁଣି ଥରେ ଶନି ମାର୍ଗୀ ହୋଇଯିବେ । ଜ୍ୟୋତିଷ ଶାସ୍ତ୍ରରେ ଶନିର ଗୋଚର, ବକ୍ରୀ ଓ ମାର୍ଗୀ ହେବା ବହୁତ ମହତ୍ଵ ରଖିଥାଏ । ଏହାର ପ୍ରଭାବ ସବୁ ରାଶିଙ୍କ ଉପରେ ପଡିଥାଏ ।

୧୩ ମେ ଶୁକ୍ର ବକ୍ରୀ

ଏହି ମାସରେ ୧୩ ମେ ରେ ଶୁକ୍ର ଗ୍ରହ ବକ୍ରୀ କରିବେ । ଏହା ପରେ ୨୫ ଜୁନ ୨୦୨୦ରେ ଶୁକ୍ର ମାର୍ଗୀ ହେବେ ।

୧୪ ମେ ଗୁରୁ ବକ୍ରୀ

ଏହି ମାସରେ ୧୪ ତାରିଖକୁ ଗୁରୁ ବକ୍ରୀ ଭାବରେ ଚଳିବେ ଓ ପୁଣି ୧୩ ସେପ୍ଟେମ୍ବର ୨୦୨୦ରେ ସେ ମାର୍ଗୀ ହେବେ । ଆପଣଙ୍କୁ ଆମର ଏହି ପୋସ୍ଟ ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।