ବର୍ତ୍ତମାନ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେଉଛି । କିଛିଦିନ ହେବ ସେହି ଅଞ୍ଚଳରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ଆଉ ଦାରିଙ୍ଗିବାଡିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ସେଠାକୁ ବୁଲି ଯାଇଥିବା ପର୍ଯ୍ୟଟକ ମାନେ ଏହି ତୁଷାରପାତର ମଜା ଉଠାଉଛନ୍ତି । ସ୍ଥାନୀୟ ବାସିନ୍ଦା ମଧ୍ୟ ବର୍ଷର ପ୍ରଥମ ତୁଷାରପାତ ଦେଖି ଖୁବ୍ ଖୁସି ହେଉଛନ୍ତି ।
ଏହାସହ ଯେଉଁମାନେ ଦାରିଙ୍ଗିବାଡି ବୁଲି ଯିବାକୁ ଯୋଜନା କରୁଛନ୍ତି ଏହି ସମୟରେ ନିଶ୍ଚୟ ଆସନ୍ତୁ ଓ ତୁଷାରପାତର ମଜା ଉଠାନ୍ତୁ ବୋଲି ସେମାନେ କହିଛନ୍ତି । ଭୁବନେଶ୍ଵରରୁ କିଛି ପର୍ଯ୍ୟଟକ ଦାରିଙ୍ଗିବାଡି ଯାଇଛନ୍ତି । ବିଶେଷ କରି ଓଡିଶାରେ ତୁଷାରପାତ ଦେଖିବାକୁ ହିଁ ବହୁଦୂରରୁ ସେମାନେ ଆସିଥିବା କଥା କହିଛନ୍ତି । ଆଉ ସେମାନଙ୍କ ବୁଲିଯିବା ସମୟ ମଧ୍ୟରେ ଏପରି ହୋଇଥିବାରୁ ସେମାନେ ଖୁବ୍ ଖୁସି ଅଛନ୍ତି ମଧ୍ୟ ।
ଆମ ରାଜ୍ୟରେ ମଧ୍ୟ ଏପରି ଏକ ପର୍ଯ୍ୟଟନସ୍ଥଳ ରହିଛି ଏହା ସମସ୍ତେ ଜାଣିବା ଉଚିତ ଏବଂ ସେଠାକୁ ଯାଇ ଏହାର ଅନୁଭୂତି ନେବା ଉଚିତ ବୋଲି କହିଛନ୍ତି ପର୍ଯ୍ୟଟକ । ଦାରିଙ୍ଗିବାଡିର ପାଣିପାଗ ପର୍ଯ୍ୟଟକଙ୍କ ପାଇଁ ଖୁବ୍ ଅନୁକୂଳ ରହିଥାଏ । ସେଠାକାର ସ୍ଥାନୀୟ ବାସିନ୍ଦା ମଧ୍ୟ ଖୁବ୍ ଭଲ । ଦାରିଙ୍ଗିବାଡିକୁ ଆମ ଓଡିଶାର କାଶ୍ମୀର ବୋଲି କୁହାଯାଏ । ଏହା ଓଡିଶାର ଏକମାତ୍ର ସ୍ଥାନ ଯେଉଁଠାରେ ବରଫ ପଡେ ବୋଲି ଶୁଣିବାକୁ ମିଳେ ।
ଆଉ ସେଠାରେ ଏବେ ବରଫ ପଡିବା ପର୍ଯ୍ୟଟକଙ୍କୁ ନିଶ୍ଚିତ ଭାବେ ଆନନ୍ଦିତ କରୁଛି ଓ ସେମାନେ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି । ଶୀତଦିନର ମଜା ଉଠାଇବା ପାଇଁ ଏହିଦିନେ ପର୍ଯ୍ୟଟକ ମାନେ ବିଭିନ୍ନ ସ୍ଥାନକୁ ବୁଲିଯିବାକୁ ଭଲ ପାଆନ୍ତି । ଏପରି ବେଳେ ଓଡିଶାର ଦାରିଙ୍ଗିବାଡିକୁ ମଧ୍ୟ ଅନେକ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । କିନ୍ତୁ ଆଜିକାଲି ଦାରିଙ୍ଗିବାଡିରେ ପର୍ଯ୍ୟଟକଙ୍କ ଭିଡ କମିବାରେ ଲାଗିଛି ।
ଯଦି ଆପଣ ଏହି ସମୟରେ କମ୍ ବଜେଟରେ ଏହିପରି ଏକ ଜାଗାକୁ ଯିବାକୁ ଯୋଜନା କରୁଛନ୍ତି ତେବେ ଆପଣ ଦାରିଙ୍ଗିବାଡି ଯାଇପାରିବେ । ଆଉ ଏହି ସମୟରେ ଶୀତ ସହ ଏବଂ ବରଫ ପଡିବା ମଧ୍ୟ ଉପଭୋଗ କରିପାରିବେ । ଆପଣ କେବେ ଦାରିଙ୍ଗିବାଡି ଯାଇଛନ୍ତି କି ନାହିଁ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।