ସାବଧାନ, ଏବେ ଓଡିଶା ବଜାରରେ ମିଳୁଛି ନକଲି ଅଣ୍ଡା !

ଆପଣ ଯଦି ଅଣ୍ଡା ପ୍ରିୟ ହୋଇଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏବେ ବଜାରକୁ ବହୁଳ ମାତ୍ରରେ ନକଲି ଅଣ୍ଡା ଆସୁଛି, ତେଣୁ କରି ଆପଣ ଯେତେବେଳେ ବଜାରରୁ ଅଣ୍ଡା କିଣୁଛନ୍ତି ଟିକେ ସାବଧାନର ସହ କିଣନ୍ତୁ । ଏହା କୁ ଆପଣ ଯେତେ ସିଝାଇଲେ ମଧ୍ୟ ଏହା ଅଧା କଞ୍ଚା ଓ ଅଧା ସିଝା ହୋଇ ରହିଯିବ । ଯାହା ଦ୍ଵାରା କି ଆପଣ ମାନେ ଜାଣି ପାରିବେ କି ଏହା ନକଲି ଅଣ୍ଡା ଅଟେ । ମହାମାରୀ କରୋନା ସମୟରେ ମଧ୍ୟ ଲୋକେ ନକଲି ଅଣ୍ଡା ବିକିବାର କଥା ସାମ୍ନାକୁ ଆସିଛି ।

ଆପଣ ମାନେ ତ କେତେଥର ଶୁଣିଥିବେ କି ଡାଲି ନକଲି, ଚାଉଳ ନକଲି ଏମିତି ବହୁତ ପ୍ରକାରର ନକଲି ଜିନିଷ ବିଷୟରେ ଶୁଣିଥିବେ ଏବେ ଅଣ୍ଡା କଥା ସାମନା କୁ ଆସିଛି । ଏହା ପୂର୍ବରୁ ମଧ୍ୟ ଆଉ ଥରେ ଶୁଣିବାକୁ ମିଳିଥିଲା ଅଣ୍ଡା ନକଲି ବଜାରକୁ ଆସିବାର । କିନ୍ତୁ ଏବେ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି ନକଲି ଅଣ୍ଡା ବିକ୍ରି ହେବାର ।

ତେବେ ଲୋକଙ୍କର କହିବା କଥା ଅନୁସାରେ ଏହି ଅଣ୍ଡା ଗୁଡିକ ଦେଖିବାକୁ ପୁରା ଅସଲି ଅଣ୍ଡା ପରି କିନ୍ତୁ ଏହାକୁ ଆପଣ ଯେତେବେଳେ ଭାଙ୍ଗି ସାରିଲା ପରେ ଭାଜିବେ ସେତେବେଳେ ଅଣ୍ଡା ନକଲି ନା ଅସଲି ଜଣା ପଡିବ । ଆପଣକୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଘଟଣା ଅଟେ । କନ୍ଧମାଳର ଏକ ଲୋକ ଅଣ୍ଡା କୁ ନେଇ ଘରେ ଯେତେବେଳେ ସିଝାଇ ଥିଲେ ଏହା ସିଝିବା ପରିବର୍ତେ ଭଲ ଭାବରେ ସିଝିଲା ନାହିଁ କିନ୍ତୁ ଏହା ର କେସର ଅଂଶ ତଳକୁ ଲମ୍ବି ଯାଇଥିଲା । ଯେତେବେଳେ ସେହି ଲୋକ ଏହିପରି ହେବାର ଦେଖିଲେ ସେଥିପାଇଁ ତାଙ୍କୁ ଡାଉଟ ଲାଗିଲା ।

ଏହାପରେ ସେ ଗୋଟିଏ ପରେ ଗୋଟିଏ ଅଣ୍ଡା ଭାଙ୍ଗିଥିଲେ, ତାପରେ ଯାଇ ଜଣା ପଡିଲା ଯେ ସେହି ସବୁ ଅଣ୍ଡା ଗୁଡିକ ନକଲି ଅଣ୍ଡା । ଏବେ ସେହି ନକଲି ଅଣ୍ଡା ଆସିବାରୁ ଖୁବ ଜୋରରେ ଚର୍ଚା ଚାଲିଛି । ଏବେ ସେହି ପ୍ରସଙ୍ଗରେ ଜୋର ଧରିଛି ଯେ ଓଡିଶା କୁ କିପରି ନକଲି ଅଣ୍ଡା ଆସିଥିଲା । ଏହାପରେ ଲୋକ ପ୍ରଶ୍ନ ଉଠାଇଛନ୍ତି କି ଏହା କିପରି ସମ୍ଭବ ହେଉଛି କି ଏହା ଯାଇ ଲୋକଙ୍କର ଘରେ ମଧ୍ୟ ପହଞ୍ଚି ଯାଉଛି ।

ଏହି ବିଷାକ୍ତ ଅଣ୍ଡା ଆଣି କିପରି ଲୋକଙ୍କ ସହ ଖେଳା ଯାଉଛି । ଏହା କିପରି ଡିଲରଙ୍କ ପାଖରୁ ଯାଇ ରିଟେଲର ଓ ଏହା ପରେ ସିଧା ଲୋକ ନେଇ ନିଜ ଘରେ ତାକୂ ଖାଉଛନ୍ତି । ଏହା ଲୋକଙ୍କର ଜୀବନ ସହିତ ବହୁତ ବଡ ଖେଳ ଖେଳା ଯାଉଛି ବୋଲି କହିବା କିଛି ଭୁଲ ହେବ ନାହିଁ । ଏଥିପାଇଁ ସରକାରଙ୍କ ନିୟମ କଡା ହେବା ନୀହାତି ଦରକାର ବୋଲି ସବୁ ଲୋକ କହିଛନ୍ତି ।