ନମସ୍କାର ବନ୍ଧୁଗଣ । ପୁଅ ମାଟି ମା ପାଇଁ ପ୍ରାଣ ବଳି ଦେଇଛି । ବାପା-ମା ମଧ୍ୟ ପୁଅ ପାଇଁ ଗର୍ବ ଅନୁଭବ କରିଛନ୍ତି । କୋହଭରା କଣ୍ଠରେ ଓ ମା ର ପଣତ କାନି ରେ ପୁଅର ଫୋଟୋକୁ ପୋଛି ଦେଉଛନ୍ତି ବାପା-ମା । ସୁନ୍ଦର ସଂସାର ଗଢିବାକୁ ସ୍ଵପ୍ନ ଦେଖିଥିବା ପୁଅ ସହିଦ ହେବା ପରେ ଦୁଃଖ ସହ ଦଇବର ଦାରୁଣ ଯନ୍ତ୍ରଣା ଭୋଗ କରିଛନ୍ତି ବୀର ଯବାନ ମନୋଜ ବେହେରାଙ୍କ ପରିବାର ।
ସାହସୀ ଯବାନ ସହିଦ ହେବା ପରେ କେମିତି ପେଟରେ ଭୋକକୁ ମାରନ୍ତି ସେମାନଙ୍କ ପରିବାର ତାହା ଏ ଦୃଶ୍ୟ ରୁ ସ୍ପଷ୍ଟ ହେଉଛି । ନିଆଳି ର ସହିଦ ବୀର ମନୋଜ ବେହେରାଙ୍କ ପରିବାର ର ଦଯନୀଯ କାହାଣୀ ଜାଣିଲେ କାହାର ଆଖିରୁ ବି ଲୁହ ଆସିଯିବ । ଚାହୁଁ ଚାହୁଁ ବୀର ଯବାନ ପୁଅ 5 ବର୍ଷ ହେଲାଣି ସହିଦ ହେଲାଣି । ପୁଲୱାନା ଆକ୍ରମଣରେ ପ୍ରାଣ ବଳି ଦେଇଥିଲା ବୀର ପୁଅ ।
ଆଉ ପୁଅ ଯିବାର କିଛି ମାସ ପରେ ପରିବାର ର ଜୀବନ ଦୟନୀୟ ଅବସ୍ଥାରେ କଟୁଛି । ଏମିତିକି ପେଟ ପୋଷିବା ପାଇଁ କୌଳିକ ବୃତ୍ତି କୁ ଆପଣେଇଛନ୍ତି ପରିବାର । ଆଉ ତାଳପତ୍ରରେ ତିଆରି ଭୋଗେଇ ଝାଡୁ ଇତ୍ୟାଦି ତିଆରି କରି ବଜାରରେ ବିକ୍ରି କରୁଛନ୍ତି ସହିଦ ମନୋଜ ଙ୍କ ବାପା । ପୁଅର ପିଲାଦିନ ର ପ୍ରତିଟି ସ୍ମୃତି କୁ ମନେ ପକାଇ ପୁଅର ଫେରିବା ବାଟକୁ ଦାଣ୍ଡ ଦୁଆରେ ବସି ଚାତକ ପରି ଚାହିଁ ବସିଛନ୍ତି ବାପା ।
କେବେ ଫେରିବ ମୋ ପୁଅ ମନେ ମନେ ଅନେକ କଥା ଭାବି ବାହୁନୁଛନ୍ତି ମନୋଜ ଙ୍କ ପରିବାର । ବାପା ଭାବୁଛନ୍ତି ମୋ ପୁଅ ମୋତେ ଠକି ଦେଇ ଚାଲିଗଲା । କହିଥିଲା ସେ ଘରକୁ ଆସିବ ବୋଲି ହେଲେ ଆସିଲା ନାହିଁ । ମନୋଜ ବେହେରା ନିଆଳି ର ତତପୁର ଗାଁ ର ବୀର ଯବାନ ଥିଲେ । ସହିଦ ଙ୍କ ସହ ବିତାଇଥିବା ପ୍ରତେକଟି ସମୟକୁ ପ୍ରତି ମୂହୁର୍ତ୍ତ ରେ ମନେ ପକାଇ ମନୋଜ କୁ ଝୁରୁଛନ୍ତି ଗାଁ ଲୋକେ ।
ଏମିତିକି ସ୍କୁଲରେ ମଧ୍ୟ ପିଲା ମାନେ ଆଜି ବି ମନୋଜ ଙ୍କୁ ଝୁରୁଛନ୍ତି । କୁନି କୁନି ପିଲା ମାନେ ବଡ ଭାଇ ଙ୍କୁ ଝୁରୁଛନ୍ତି । ଆଉ ବଡ ହେଲେ ମନୋଜ ଙ୍କ ଭଳି ହେବେ ବୋଲି କୁନି କୁନି ପିଲା ମାନେ ଶପଥ ନେଇଛନ୍ତି । ସହିଦ ପୁଅ ଆଉ କେବେ ବି ଗାଁ କୁ ଫେରିବାନି କି ମା କୋଳକୁ ଫେରିବନି । ଆଉ ମୃତ୍ୟୁ ଚିର ସତ୍ୟ ଜାଣି ମଧ୍ୟ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବାପା ମା । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।