ସୁପରଷ୍ଟାର ବାବୁଶାନ ମହାନ୍ତିଙ୍କ ଅଭିନୀତ ଓଡିଆ ଫିଲ୍ମ “ଦମନ” ର ସଫଳତା ପରେ ଏବେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଛି । ଏହାରି ମଧ୍ୟରେ ଶୁଣିବାକୁ ମିଳିଛି ଏକ ବଡ ଖବର । ଓଡିଆରେ 500 କୋଟିର ସିନେମା ତିଆରି ହେବ ବୋଲି ଚର୍ଚ୍ଚା ହେଉଛି । ନିକଟରେ “ଦି ଫିଲ୍ମ ମେକର୍ସ ଆଡ୍ଡା 2022” ରେ ଫିଲ୍ମ ଦୁନିଆର କିଛି ବରିଷ୍ଠ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଚାଲିଥିବା ଏକ ଆଲୋଚନା ସମୟର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ।

ଭିଡିଓରେ ଦେଖିବାକୁ ମିଳିଛି ସୁପରହିଟ ଚଳଚିତ୍ର RRR ଓ ବାହୁବଳୀ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଡାଇରେକ୍ଟର ଏସ. ଏସ. ରାଜାମୌଲି, ଦିଗଜ ଅଭିନେତା କମଲ୍ ହାସନ, ସୀତାରାମମ ଚଳଚ୍ଚିତ୍ରର ପ୍ରଡ୍ୟୁସର ସ୍ଵପ୍ନା ଦତ୍ତ, ପ୍ରଡ୍ୟୁସର ପୃଥିବୀରାଜ ସୁକୁମାରନ, ଲୋକେଶ କନକରାଜ, ଗୌତମ ବାସୁଦେବନ ଆଦିଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା । ଏହି ସମୟରେ ସମସ୍ତେ ସାଉଥ ଚଳଚ୍ଚିତ୍ରକୁ ନେଇ ଆଲୋଚନା କରୁଥିବା ବେଳେ ହଠାତ ପୃଥିବୀରାଜ ସୁକୁମାରଣ ଓଡିଆ ଫିଲ୍ମ “ଦମନ” କଥା ଉଠାଇଥିଲେ ।
ସେ କହିଛନ୍ତି କି, ନିକଟରେ ଓଡିଶାରୁ ଏକ ଫିଲ୍ମ ଆସିଛି ଯାହାର ନାଁ ମୋର ଠିକରେ ମନେନାହିଁ, ସେହି ଫିଲ୍ମ ବିଷୟରେ ଏବେ ସମସ୍ତେ କଥା ହେଉଛନ୍ତି । ସୁପରଷ୍ଟାର ପ୍ରଭାସ ଏନେଇ ତାଙ୍କ ସହ କଥା ହୋଇ ସାରିଥିବା ବେଳେ ଆଗକୁ ଓଡିଶା ଏବଂ ଆସାମରୁ ବଡ ପ୍ରୋଜେକ୍ଟର ଫିଲ୍ମ ତିଆରି କରିବା ନେଇ ସେମାନେ କଥା ହୋଇଥିଲେ ।

ପ୍ରଭାସ କୁଆଡେ ତାଙ୍କୁ ସବୁବେଳେ କହି ଆସୁଛନ୍ତି କି, ଆମେ ସବୁବେଳେ ହିନ୍ଦୀ, ତେଲୁଗୁ, ତାମିଲ ଫିଲ୍ମ ଗୁଡିକୁ ଅଧିକ ବଜେଟରେ ତିଆରି କରୁଛି ସେ ଗୁଡିକୁ ସୁପରହିଟ ହେଉଛି । କିନ୍ତୁ ଆଗକୁ କିଏ କହିବ ଓଡିଶା ଓ ଆସାମ ଭଳି ରାଜ୍ୟରେ 500 କୋଟିର ସିନେମା ତିଆରି ନହେବ ବୋଲି । ସେମାନଙ୍କ ପାଖରେ ଏଭଳି ଦକ୍ଷତା ରହିଛି । ତେବେ ପୂର୍ବରୁ ଓଡିଶାରେ କେବେବି ଏତେ ବଜେଟର ଫିଲ୍ମ ତିଆରି ହୋଇନି । ନିକଟରେ ଦମନର ସଫଳତା ଓଡିଆ ଇଣ୍ଡଷ୍ଟ୍ରିକୁ ଜାତୀୟ ସ୍ତରରେ ଏକ ନୂଆ ପରିଚୟ ଆଣି ଦେଇଛି ।
ଏହିଠାରୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ବଡ ବିପ୍ଳବ ସୃଷ୍ଟି ହୋଇଛି ଏବଂ ଏହା ଆଗକୁ ଓଡିଆ ସିନେମାକୁ ବିଶ୍ଵ ଦରବାରରେ ପହଞ୍ଚାଇବ ବୋଲି ଲୋକେ ଆଶା କରୁଛନ୍ତି । ତେବେ ଆଗକୁ ଆପଣ କେଉଁ ପ୍ରକାରର ଓଡିଆ ସିନେମା ଦେଖିବାକୁ ଆଶା କରୁଛନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।