ଓଡିଆ ନୂଆ ବର୍ଷରେ ଆସିଲା ନୂଆ ପାଞ୍ଜି, ବର୍ଷଟି ଦେଶ ଏବଂ ରାଜ୍ୟ ପାଇଁ କିପରି ରହିବ ଓ ଆଗକୁ କଣ ସବୁ ଘଟିବାକୁ ଯାଉଛି ? ଦେଖନ୍ତୁ ପାଞ୍ଜି…

ଆଜି ହେଉଛି ପଣା ସଂକ୍ରାନ୍ତି ଏବଂ ଏହିଦିନକୁ ଓଡିଆ ନବବର୍ଷ ଭାବେ ମଧ୍ୟ ପାଳନ କରାଯାଏ । ଓଡିଆ ନୂଆବର୍ଷରେ ନୂଆ ପାଞ୍ଜି ଆସିଯାଇଛି । ଚଳିତ ବର୍ଷ ଭାରତ ତଥା ଓଡିଶାରେ ଏକମାତ୍ର ଚନ୍ଦ୍ରଗ୍ରହଣ ଅକ୍ଟୋବର 28 ଅଶ୍ଵିନ ପୂର୍ଣ୍ଣିମାରେ ଅନୁଷ୍ଠିତ ହେବ । ବର୍ଷଟି ଓଡିଶା ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେବ । ଜ୍ଯୋତିଷ ଗଣନାନୁସାରେ ଚଳିତ ବର୍ଷ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ସରକାର ପରିବର୍ତ୍ତନ ହେବନାହିଁ ।

ରାଜ୍ୟରେ କ୍ଷମତାରେ ଥିବା ଦଳ ବିଜେଡି ଏବଂ କେନ୍ଦ୍ରରେ କ୍ଷମତାରେ ଥିବା ଦଳ ବିଜେପି ପୁଣି ଥରେ ସରକାର ଗଧିବେ ବୋଲି ଆକଳନ କରାଯାଇଛି । କିନ୍ତୁ ମନ୍ତ୍ରୀମଣ୍ଡଳ ଏବଂ ସଚିବ ସ୍ତରରେ ପରିବର୍ତ୍ତନ ହେବ । ମୁଖ୍ୟ ବିରଧି ଦଳ ନେତୃତ୍ବରେ ବଡ ପରିବର୍ତ୍ତନ ଦେଖାଯିବ ଏବଂ ଜନପ୍ରିୟ ବ୍ୟକ୍ତି ରାଜନୀତିରେ ପ୍ରବେଶ କରିବେ । ଅନେକ ନେତା ଏବଂ ମନ୍ତ୍ରୀ ଦଳ ପରିବର୍ତ୍ତନ କରିବାର ମଧ୍ୟ ସମ୍ଭାବନା ରହିଛି ।

ସେହିପରି ଚଳିତ ବର୍ଷ ଜୁନ୍ ରୁ ଅକ୍ଟୋବର ମଧ୍ୟରେ ରାଜ୍ୟରେ ସାମୁଦ୍ରିକ ଝଡ, ଭୂକମ୍ପ, ଲଘୁଚାପ ଏବଂ ଅତିବୃଷ୍ଟି ଆଦି ପ୍ରାକୃତିକ ବିପର୍ଯ୍ୟୟ ଘଟିବ ବୋଲି ଗଣନା କରାଯାଇଛି । ଏଥିପାଇଁ ବିଶେଷ କ୍ଷୟକ୍ଷତିର ମଧ୍ୟ ଆଶଙ୍କା ରହିଛି । ଏହାସହ ବିଶ୍ବରେ ଯୁଦ୍ଧ ବିଭୀଷିକା ଆହୁରି ଭୟଙ୍କର ରୂପ ଧାରଣ କରିବ ବୋଲି ଜ୍ଯୋତିଷ ମାନେ କହିଛନ୍ତି । ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଯେମିତି ଅଧିକ ରହିବ ଶୀତର ପ୍ରଭାବ ମଧ୍ୟ ସେହିଭଳି ଅଧିକ ରହିବ ।

ହେଲେ ଶିକ୍ଷା, ବିଜ୍ଞାନ ଏବଂ ଚିକିତ୍ସା କ୍ଷେତ୍ରରେ ଓଡିଶା ସୁନାମ ଅର୍ଜନ କରିବ ଏବଂ ରାଜ୍ୟର ଶିଳ୍ପାୟନ ଓ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବିକାଶ ହେବ । ଚଳିତ ବର୍ଷ ବିଶ୍ୱବ୍ୟାପି ମାନ୍ଦାବସ୍ଥା ରହିବ ବୋଲି ମଧ୍ୟ ଆକଳନ କରିଛନ୍ତି ଜ୍ଯୋତିଷ । ଭାରତରେ ବୈଦେଶିକ ପୁଞ୍ଜି ନିବେଶ ଯୋଗୁଁ ଆର୍ଥିକ ସ୍ଥିତି ମଜବୁତ ରହିବ । କିନ୍ତୁ ନୂଆ କର ନୀତି ସହ ଦରଦାମରେ ବୃଦ୍ଧି ଜନ ଅସନ୍ତୋଷ ବଢାଇପାରେ ବୋଲି କୁହାଯାଉଛି । ବିଶ୍ଵର କିଛି ଧନୀ ରାଷ୍ଟ୍ରର ଶାସନ ମୁଖ୍ୟ ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

ଏସିଆ, ଆମେରିକା ଏବଂ ୟୁରୋପରେ ପ୍ରାକୃତିକ ବିପର୍ଯ୍ୟୟ ଘଟିବା ନେଇ ଆକଳନ କରାଯାଇଛି । ତେବେ ଆମ ରାଜ୍ୟରେ ଚଳିତ ବର୍ଷ କୃଷି ଉତ୍ପାଦନରେ ଅଭିବୃଦ୍ଧି ହେବ ବୋଲି ପାଞ୍ଜିରେ ଉଲ୍ଲେଖ କରାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।