October 25ରେ ଏ ବର୍ଷର ଭୟଙ୍କର “ସୂର୍ଯ୍ୟ ପରାଗ”, ଏହି 8ଟି ରାଶି ପାଇଁ ବଡ ଶୁଭ ଖବର

ନମସ୍କାର ବନ୍ଧୁଗଣ, ସୂର୍ଯ୍ୟ ପରାଗକୁ ସମସ୍ତେ ନୀତି ନିୟମ ସହ ମାନିଥାନ୍ତି । ବହୁତ କିଛି ଗୁରୁତ୍ଵପୂର୍ଣ କଥା ରହିଛି ଏହି ସୂର୍ଯ୍ୟ ପରାଗକୁ ନେଇ । ସୂର୍ଯ୍ୟ ପରାଗର ଅର୍ଥ ହେଉଛି ସୂର୍ଯ୍ୟଙ୍କୁ ଗ୍ରହଣ ଲାଗିବା । ତେବେ ଏହି ବର୍ଷର ସୂର୍ଯ୍ୟ ପରାଗ କେବେ ଏବଂ କେଉଁ ସମୟର ଗ୍ରହଣ ଲାଗିବ ଏହି ସମସ୍ତ କଥା ଆଜି ଆମେ ଆପଣ ମାନଙ୍କୁ ସମ୍ପୂର୍ଣ ଭାବରେ ଜଣାଇବୁ । ଏବଂ କେଉଁ ସବୁ ରାଶି ଉପରେ ଏହାର ପ୍ରଭାବ ରହିବ ତାହା ମଧ୍ୟ ଜଣାଇବୁ । ତେବେ ଡେରି ନକରି ଆସନ୍ତୁ ଜାଣିବା ।

ଏହି ସୂର୍ଯ୍ୟ ପରାଗର ପାକ ନିଷେଧ ସମୟ ହେଉଛି, ୨୪ ଅକ୍ଟୋବର ସୋମବାର ରାତ୍ରି ୯.୨୫ ମିନିଟ । ୨୫ ଅକ୍ଟୋବର ମଙ୍ଗଳବାର ୨.୩୧ ମିନିଟ । ୨୫ ଅକ୍ଟୋବର ମଙ୍ଗଳବାର ଦିନ ୧୨:୨୧ । ସର୍ବାଧିକ ଦିନ ୧:୨୧ ମିନିଟ ରେ ଶେଷ ମାତ୍ର ୩୪ ସେକେଣ୍ଡ । ଏହି ସୂର୍ଯ୍ୟ ପରାଗ ପାଇଁ ଜୋତିଶ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର କ୍ଷେତ୍ରରେ କିଛି ପରିବର୍ତ୍ତନ ଦେଖା ଦେବ ।

ଏହି ଗ୍ରହ ମାନଙ୍କର ପରିବର୍ତ୍ତନ କିଛି ରାଶିଙ୍କ ଉପରେ ଅଶୁଭ ପ୍ରଭାବ ପକାଇବାକୁ ଯାଉଛି । ଏବଂ କିଛି ରାଶି ଉପରେ ଏହାର ଶୁଭ ପ୍ରଭାବ ମଧ୍ୟ ପଡିବାକୁ ମଧ୍ୟ ଯାଉଛି । ରାଶି ଚକ୍ରର ବାର ଗୋଟି ରାଶି ମଧ୍ୟରୁ ଆଠଟି ରାଶି ଉପରେ ଏହି ସୂର୍ଯ୍ୟ ପରାଗର ଶୁଭ ପ୍ରଭାବ ପଡିବ ପାଇଁ ଯାଉଛି ।

ସେହି ରାଶିଗୁଡିକ ହେଉଛି ମେଷ ରାଶି, ମିଥୁନ ରାଶି, ସିଂହ ରାଶି, ବିଛା ରାଶି, ଧନୁ ରାଶି, ମକର ରାଶି, କୁମ୍ଭ ରାଶି ଓ କର୍କଟ ରାଶି । ଏହା ସହିତ ବୃଷ ରାଶି, ତୁଳା ରାଶି, କନ୍ୟା ଏବଂ ମୀନ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଖରାପ ପ୍ରଭାବ ପଡିବାକୁ ଯାଉଛି । ତେଣୁ ଏହି 4ଟି ରାଶିର ବ୍ୟକ୍ତି ବିଶେଷମାନେ ସୂର୍ଯ୍ୟ ପରାଗ ଲାଗୁଥିବା ସମୟରେ ସାବଧାନ ରହିବାକୁ ଚେଷ୍ଟା କରନ୍ତୁ ।

ଏବଂ ଭଗବାନଙ୍କ ନାମ ଜପ କରନ୍ତୁ ଏହି ସମୟରେ । ଏହି ସୂର୍ଯ୍ୟ ପରାଗ ସମୟରେ ଗର୍ଭବତୀ ମହିଳାମାନେ ଘର ଭାରକୁ ଯିବା ଉଚିତ ନୁହେ । ଏହା ଫଳରେ ସେମାନଙ୍କ ଉପରେ କୁପ୍ରଭାବ ପଡିଥାଏ । ପରାଗ ଲାଗିବାର ବାର ଘଣ୍ଟା ଓ ଚାରି ପ୍ରହର ପୂର୍ବରୁ ପାକ ନିଷେଧ ବା ହାଣ୍ଡି ଛାଡ କରାଯାଇଥାଏ ।

ଏହି ସମୟ ସୀମାକୁ ସୁତକ ସମୟ ବୋଲି ମଧ୍ୟ କୁହାଯାଇଥାଏ । ପରାଗ ଲାଗୁଥିବା ସମୟରେ ଖାଦ୍ୟ ଗ୍ରହଣ କରିବାକୁ ବାରଣ କରାଯାଇଥାଏ । ପରାଗ ଲାଗିବା ସମୟରେ ପେଟରେ କିଛି ଖାଦ୍ୟ ପଦାର୍ଥ ନ ରହିବା ହିଁ ଉଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚୟ ଫଳପ୍ରଦ ହେବ ।