ନୂଆବର୍ଷ ପୂର୍ବରୁ ନୂଆ ଉପହାର ଭେଟି ଦେଲେ ରାଜ୍ୟ ସରକାର, ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ବୃଦ୍ଧି ଘୋଷଣା କଲେ ସରକାର !

ସରକାରୀ କର୍ମଚାରୀ ଏବଂ ପେନସେନ ଭୋଗୀଙ୍କ ପାଇଁ ଖୁସି ଖବର । ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ଦେଲେ ବଡ ଉପହାର । ମିଳିଥିବା ସୂଚନା ଅନୁସାରେ ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ବୃଦ୍ଧି କରିଛନ୍ତି ସରକାର । ଆଜ୍ଞା ହଁ, ରାଜ୍ୟ ସରକାରୀ କର୍ମଚାରୀଙ୍କର ମହଙ୍ଗା ବୃଦ୍ଧି କରିଛନ୍ତି ଓଡିଶା ସରକାର । ପେନସନ ଭୋଗୀଙ୍କୁ ମଧ୍ୟ ଏହି ବର୍ଦ୍ଧିତ ଭତ୍ତା ଦିଆଯିବ । ଏହି ମହଙ୍ଗା ଭତ୍ତା ଚାରି ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହି ଭତ୍ତା ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି ।

ଉଭୟ ସରକାରୀ କର୍ମଚାରୀ ଓ ପେନସନ ଭୋଗୀ ଏହି ମହଙ୍ଗା ବୃଦ୍ଧିର ଲାଭ ପାଇବେ ଓ ଏନେଇ ଉପକୃତ ହେବେ ବୋଲି ଆଶା କରାଯାଉଛି । ତେବେ ଏହି ମହଙ୍ଗା ଭତ୍ତା ବୃଦ୍ଧି 2022 ଜୁଲାଇ ମାସରୁ ପିଛିଲା ଭାବେ ଲାଗୁ ହେବାକୁ ଯାଉଛି । ଏହି ଭତ୍ତା ପୂର୍ବରୁ 34 ପ୍ରତିଶତ ଥିବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ହୋଇ 37 ପ୍ରତିଶତ ହେବ ।

ନୂଆବର୍ଷ ପୂର୍ବରୁ ସରକାରଙ୍କ ଏଭଳି ଭେଟି ନିଶ୍ଚିତ ଭାବେ ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କୁ ଖୁସି ଆଣିଦେବ । ଯାହାକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ମଞ୍ଜୁରୀ କରିଛନ୍ତି । ରାଜ୍ୟ ସରକାର ବିଭିନ୍ନ ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ପାଇଁ ସମୟ ସମୟରେ ଏହି ମହଙ୍ଗା ଭତ୍ତାକୁ ବୃଦ୍ଧି କରିଥାନ୍ତି ।

ଏଥର ମଧ୍ୟ ନୂଆବର୍ଷ ପୂର୍ବରୁ ଏଭଳି ଉପହାର ଦେଇଛନ୍ତି ରାଜ୍ୟ ସରକାର । ଆଉ ଏହି ମହଙ୍ଗା ଭତ୍ତା ବୃଦ୍ଧି ନିଶ୍ଚିତ ଭାବେ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ପାଇଁ ଏକ ବଡ ଖୁସି ଖବର । ସବୁଠୁ ବଡ କଥା ହେଉଛି ଯଦ୍ୟପି ଏହା ଆଜି ଘୋଷଣା କରାଯାଇଛି କିନ୍ତୁ ଏହି ବର୍ଦ୍ଧିତ ଭତ୍ତା 2022 ଜୁଲାଇ ମାସରୁ ପିଛିଲା ଭାବେ ଲାଗୁ କରାଯିବ । ଏହାଦ୍ବାରା ସରକାରୀ କର୍ମଚାରୀ ଓ ପେନସନ ଭୋଗୀମାନେ ନିହାତି ଭାବେ ଉପକୃତ ହେବେ ।

ଆନୁମାନିକ ଭାବେ ପ୍ରାୟ ତିନିରୁ ଚାରି ଲକ୍ଷ ସରକାରୀ କର୍ମଚାରୀ ଏହି ମହଙ୍ଗା ଭତ୍ତା ବୃଦ୍ଧି ଦ୍ଵାରା ଉପକୃତ ହେବେ । ଏହା ବ୍ଯତୀତ ଲକ୍ଷ ଲକ୍ଷ ପେନସନ ଭୋଗୀ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।