ନମସ୍କାର ବନ୍ଧୁଗଣ, IPL ମିନି ନିଲାମରେ ସାମିଲ ହୋଇଛନ୍ତି କମ ବୟସର ଖେଳାଳି । ଏହି ନିଲାମିରେ ସବୁଠାରୁ କମ ବୟସର ୪ ଜଣ ଖେଳାଳି ସାମିଲ ହୋଇଛନ୍ତି । ସେହି ଖେଳାଳିଙ୍କ ମଧ୍ୟରୁ ଜଣଙ୍କ ବୟସ ମାତ୍ର ୧୫ ବର୍ଷ ଅଟେ । ଅନେକ ଯୁବ ଖେଳାଳିଙ୍କୁ IPL ରେ ନିଜ ଖେଳର ପରିଦର୍ଶନ କରିବା ପାଇଁ ସୁଯୋଗ ମିଳିଛି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ IPL ନିଲାମି ସହ ଜଡିତ ସମସ୍ତ ତଥ୍ୟ ସମ୍ପର୍କରେ ଏବଂ ଜାଣିବାକୁ ପାଇବେ ସେହି ୪ଜଣ କନିଷ୍ଠ ଖେଳାଳିଙ୍କ ନାମ ।
IPL ନିଲାମିରେ ସାମିଲ ଅଛନ୍ତି ୧୮ ବର୍ଷୀୟ ସେକ ରସିଦ । ଆନ୍ଧ୍ର ପ୍ରଦେଶର ଏହି ଖେଳାଳି ନିଜ ପ୍ରଦର୍ଶନ ଦ୍ଵାରା ସମସ୍ତ ଦର୍ଶକ ବନ୍ଧୁ ମାନଙ୍କ ମନ କିଣି ସାରିଛନ୍ତି ବିଗତ କିଛି ଦିନ ହେବ । ନିକଟରେ ସେ ଅଣ୍ଡର ନାଇନ୍ଟିନ ବିଶ୍ଵକପ ୨୦୨୨ରେ ଏକ ଅଂଶ ମଧ୍ୟ ହୋଇଥିଲେ । ଏହାଛଡା ରସିଦ ଅଣ୍ଡର ନାଇନ୍ଟିନ ଏସିଆ କପ ୨୦୨୧ରେ ଏକ ଅଂଶ ମଧ୍ୟ ହୋଇସାରିଛନ୍ତି । ଏହି ଟୁରନାମେଣ୍ଟର ସେମି ଫାଇନାଲରେ ରସିଦ ୧୦୮ଟି ବଲରେ ଅପରାଜିତ ୯୦ ରନ କରିଥିଲେ ।
ଦିତୀୟ କନିଷ୍ଠ ଖେଳାଳି ହେଉଛନ୍ତି କୁମାର କୁଶାଗ୍ର । ୧୮ ବର୍ଷୀୟ କୁମାର କିସାଗ୍ର ବ୍ୟାଟମ୍ୟାନ ମଧ୍ୟ IPL ମିନି ନିଲାମର ଏକ ଅଂଶ ହେବେ । ଏପରଜ୍ଯନ୍ତ ସେ ୯ଟି ମ୍ଯାଚରେ ୫୯.୭୭ ହାରାହାରିରେ ମୋଟ ୫୨୯ ରନ ହାସଲ କରିଥିଲେ । ତାଙ୍କର ସର୍ବାଧିକ ସ୍କୋର ୨୬୬ ରହିଛି । ତୃତୀୟରେ ଶାଖୀପ ହୁସେନ । ୧୮ ବର୍ଷୀୟ ସଖୀପ ହୁସେନ ମଧ୍ୟ ଏହି IPL ନିଲାମିରେ ସାମିଲ ହେବେ ।
ସେ ଏକ ମ୍ଯାଚରେ ଗୁଜୁରାଟ ବିପକ୍ଷରେ ୨୦ ରନ କରି ୪ଟି ୱିକେଟ ମଧ୍ୟ ନେଇଥିଲେ । ଏହି ପ୍ରଦର୍ଶନ ପରେ ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସା ମଧ୍ୟ କରାଯାଇଥିଲା । ଚତୁର୍ଥରେ ହେଉଛନ୍ତି ଆଲାନ ଆହମଦ । ୧୫ ବର୍ଷୀୟ ଆଫଗାନିସ୍ଥାନ ବୋଲର ଅଲାନି ଆହମଦ ମଧ୍ୟ IPL ନିଲାମି ପାଇଁ ତାଙ୍କ ନାମ ପଠାଇଛନ୍ତି ।
ଏହା ପୂର୍ବରୁ ସେ ତାଙ୍କ ନାମ ଅଷ୍ଟ୍ରେଲିଆ ବିଗବେଶକୁ ମଧ୍ୟ ପଠାଇଥିଲେ । କିନ୍ତୁ ସେଥିରେ ସେ କୌଣସି କ୍ରେତା ପାଇନଥିଲେ । ବ୍ୟାଟମାନ ମାନଙ୍କୁ ନିଜ ସ୍ପିନର ଫାନ୍ଦରେ ବେସ ସହଜରେ ପକାଇପାରନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।