ଲକଡାଉନରେ ଜଲ୍ଦି ଓଜନ କମ କମ କରିବା ପାଇଁ ଏହି ୬ଟି ଟିପ୍ସ ଆପଣାନ୍ତୁ, ଗାୟବ ହୋଇଯିବ ପେଟର ଚର୍ବି

କରୋନା ଭାଇରସ ପାଇଁ ଲକଡାଉନ କାରଣରୁ ପ୍ରାୟତଃ ସବୁ କିଛି ବନ୍ଦ ରହିବା କାରଣରୁ ଲୋକମାନେ ଘରେ ଅଛନ୍ତି । କିନ୍ତୁ କିଛି ଲୋକମାନେ ଘରେ ରହି ୱାର୍କ ଫ୍ରମ ହୋମ ବି କରୁଛନ୍ତି । ଏହା ଦ୍ଵାରା ଲୋକମାନଙ୍କ ସବୁଦିନର ରୁଟିନ ବହୁତ ପ୍ରଭାବିତ ହେଉଛି । ଲୋକମାନଙ୍କ ଶୋଇବା, ଉଠିବା ଓ ଖାଦ୍ୟପାନର ରୁଟିନ ପୁରାପୁରି ଖରାପ ହୋଇ ଯାଇଛି ଓ ୱାର୍କଆଉଟ ତ ଲୋକମାନେ ଯେମିତି କରିବା ବନ୍ଦ କରି ଦେଇଛନ୍ତି ।

ଯାହା ଦ୍ଵାରାଲୋକମାନଙ୍କ ଓଜନ ବଢିବାରେ ଲାଗିଛି । ଏମିତିରେ ପ୍ରାୟତଃ ଲୋକମାନଙ୍କ ମନରେ ଏହି ପ୍ରଶ୍ନ ଉଠୁଛି କି କଣ କରିବା ଉଚିତ ? ଯଦି ଆପଣ ବି ଏହିଭଳି ଲୋକମାନଙ୍କ ମଧ୍ୟରେ ଅଛନ୍ତି ତେବେ ବର୍ତ୍ତମାନ ଆପଣ ସମସ୍ତ ସମସ୍ୟା ଦୂର ହୋଇଯିବ । କାରଣ ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ଉପାୟ ନେଇ ଆସିଛୁ ଯାହାକୁ କରିବା ଦ୍ଵାରା ଆପଣଙ୍କ ଓଜନ କମ ହୋଇ ଯିବ ।

ଦିନର ଆରମ୍ଭ ସଠିକ ରୂପରେ କରନ୍ତୁ

ଲକଡାଉନ ସମୟରେ ଆମର ରୁଟିନ ବହୁତ ଖରାପ ଭାବରେ ପ୍ରଭାବିତ ହେଉଛି । ଏହାର ସବୁଠୁ ଅଧିକ ପ୍ରଭାବ ଆମର ଶୋଇବା ଓ ଶୋଇ ସକାଳଉ ଉଠିବା ଉପରେ ହେଉଛି । ଆମେ ରାତିରେ ଅଧିକ ଡେରି କରି ଶୋଇବାକୁ ଯାଇଥାଉ ଓ ସକାଳେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥାଉ । ଯାହା ଦ୍ଵାରା ଆମର ପୁରା ରୁଟିନ ଖରାପ ହୋଇ ଯାଉଛି । ସେଥିପାଇଁ ସଠିକ ସମୟରେ ଶୋଇବାକୁ ଯାଆନ୍ତୁ ଓ ସଠିକ ସମୟରେ ଉଠନ୍ତୁ ।

ଏହା ସହିତ ନିଜ ଦିନର ଆରମ୍ଭ ମହୁ ଓ ଗରମ ଲେମ୍ବୁ ପାଣି ଦ୍ଵାରା କରନ୍ତୁ । ଏହା ଶରୀରରୁ ଅନାବଶ୍ୟକ ଟକସିନକୁ ବାହାର କରିବାରେ ସାହାର୍ଯ୍ୟ କରିଥାଏ । ଏହା ଆପଣଙ୍କ ମେଟାବଲିଜମକୁ ବି ବହୁତ ଅଧିକ ବଢାଇ ଥାଏ । ଯାହା ଦ୍ଵାରା ଓଜନ କରିବାରେ ସାହାର୍ଯ୍ୟ ମିଳିଥାଏ ।

ଏକା ସହିତ ଅଧିକ ଖାଦ୍ୟ ଠାରୁ ବଞ୍ଚନ୍ତୁ

ବେଳେ ବେଳେ ଅତ୍ୟଧିକ ଭୋଜନ କରିବା ଦ୍ଵାରା ଶରୀରରେ ବହୁତ ଅଧିକ କ୍ୟାଲୋରି ରାହିଯାଏ । ଯାହା ଓଜନ ବଢିବାର ସବୁଠୁ ମୁଖ୍ୟ କାରଣ ଅଟେ । ସେଥିପାଇଁ ଆପଣଙ୍କୁ ଅଳ୍ପ ଅଳ୍ପ କରି ଦିନରେ ବାରମ୍ବାର ଖାଇବାର ଅଭ୍ୟାସ କରିବା ଉଚିତ । ଏହା ଦ୍ଵାରା ଆପଣ ଏକ୍ସଟ୍ରା କ୍ୟାଲୋରିକୁ ଏକାଠି କରିବାରେ ବଞ୍ଚି ପାରିବେ ଓ କ୍ୟାଲୋରିକୁ ସହଜରେ ହଜମ ବି କରି ପାରିବେ ଓ ଓଜନ ବି କମ ରହିବ । ଆପଣ ଚାହିଁବେ ତ ଛୋଟ ପ୍ଳେଟରେ ଖାଦ୍ୟର ଅଭ୍ୟାସ କରି ପାରିବେ । ଯାହା ଦ୍ଵାରା ଆପଣ ଥରେ ଅତ୍ୟଧିକ ଖାଦ୍ୟରୁ ବଞ୍ଚି ପାରିବେ ।

ନିଜକୁ ହାଇଡ୍ରେଟ ରଖନ୍ତୁ

ଆରାମ କରିବା ସମୟରେ ଆମେ ପ୍ରାୟତଃ ପାଣି ପିଇବାକୁ ଭୁଲି ଯାଉ । ବେଳେ ବେଳେ ଆପଣଙ୍କ ଶରୀରର ଶୋଷ ଓ ଭୋକିଲା ସଂକେତକୁ ବି ରୋକିଦେଇ ଥାଏ । ଯାହା ଦ୍ଵାରା ଆପଣଙ୍କୁ ବାହାର ଖାଦ୍ୟ ଖାଇବାକୁ ଇଛା କରିଥାଏ । ପ୍ରତିଦିନ ୨.୫ ରୁ ୩ ଲିଟର ପାଣି ଦ୍ଵାରା ଭୋକକୁ କମ କରିବାରେ ସାହାର୍ଯ୍ୟ କରିଥାଏ । ଏହା ଦ୍ଵାରା ଶରୀରରୁ ଖରାପ ପଦାର୍ଥ ବି ବାହାରକୁ ବାହାରିଥାଏ । ହଜମ ଶକ୍ତିକୁ ବି ବଢାଇଥାଏ ଓ ଆପଣଙ୍କୁ ଏକ ସୁସ୍ଥ ଓ କୋମଲ ତ୍ଵଚା ପ୍ରଦାନ କରିଥାଏ । ଲକଡାଉନରେ କାମ କରୁଥିବା ସମୟରେ ପାଣି ବୋତଲକୁ ସର୍ବଦା ନିଜ ପାଖରେ ରଖନ୍ତୁ । ଯାହା ଦ୍ଵାରା ଆପଣ ପାଣି ପିଇବାକୁ ଭୁଲି ଯିବେ ନାହିଁ ।

ସଠିକ ସମୟରେ ଭୋଜନ କରନ୍ତୁ

ଲକଡାଉନରେ ୱାର୍କ ଫ୍ରମ ହୋମ କରିବା ଦ୍ଵାରା ଲୋକମାନଙ୍କ ରୁଟିନ ପୂରାପୂରି ବଦଳି ଯାଇଛି । କିନ୍ତୁ ନିଜର ଭୋଜନର ସମୟକୁ ସଠିକ ରଖନ୍ତୁ ଓ ପୁରା ଦିନରେ ନିର୍ଧାରିତ ସମୟରେ ହିଁ ଭୋଜନ କରନ୍ତୁ । ଶୋଇବା ଠିକ ପୂର୍ବେ ଖାଦ୍ୟ ଖାଇବା ଦ୍ଵାରା ଖାଦ୍ୟ ହଜମ ହେବାରେ ଅସୁବିଧା ହୋଇଥାଏ । ସେଥିପାଇଁ ରାତିର ଭୋଜନ ଶୋଇବାର ଠିକ ୨ ଘଣ୍ଟା ପୂର୍ବେ ହିଁ କରି ନିଅନ୍ତୁ ।

ଡାଇଟ ପ୍ଳାନ କରନ୍ତୁ

ଭଲ ଖାଦ୍ୟ ଓ ଡାଇଟ ପ୍ଳାନ କରିବା ଦ୍ଵାରା ଆପଣ ସହଜରେ ନିଜର ଓଜନ କମ କରି ପାରିବେ । ଏହା ସହିତ ଆପଣ କେତେକ ରୋଗରୁ ବି ବଞ୍ଚି ପାରିବେ । ଡାଇଟରେ ତେଲ ଜାତୀୟ ଖାଦ୍ୟ ପଦାର୍ଥକୁ ଦୂରେଇ ରଖନ୍ତୁ ଓ ସୁସ୍ଥ ଡାଇଟକୁ ଫଲୋ କରନ୍ତୁ । ନିଜ ଡାଇଟରେ ପନିପରିବା ଓ ଫଳ ଇତ୍ୟାଦି ସାମିଲ କରନ୍ତୁ ।

ଘରେ ବ୍ୟାୟମ କରନ୍ତୁ

ଆପଣ ଦିନ ସାରା ଯେଉଁ କ୍ୟାଲୋରି ନେଉଛନ୍ତି ତାହାକୁ ହଜମ କରିବା ବହୁତ ଜରୁରୀ ଅଟେ । ଏହିଭଳି ନ କରିବା ଦ୍ଵାରା ଆପଣ ମୋଟାପାର ଶିକାର ହୋଇ ପାରନ୍ତି । ଓଜନ କମ କରିବା ପାଇଁ ସବୁଦିନ ୩୦ ମିନିଟ ବ୍ୟାୟମ କରନ୍ତୁ । ଯେମିତି କି ଘରେ ରହି ସିଢି ଚଢିବା ଇତ୍ୟାଦି । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।