ଆଶ୍ଚର୍ଯ୍ୟ କରୁଛି ଆଉ ଦେଖିବା କ୍ଷଣି ଛାତିର ସ୍ପନ୍ଦନ ବଢିଯାଉଛି । ବାଜିରେ ଲାଗିଛି ଜୀବନ ଆଉ ଯିଏ ଦେଖୁଛି ଧାଇଁ ଆସି କହୁଛନ୍ତି ରକ୍ଷା କର ରକ୍ଷା କର । ଟିକିଏ ଏପଟ ସେପଟ ହେଲେ ସବୁକିଛି ଗଡବଡ ହୋଇଯିବ । ଜୀବନ ଆଉ ମରଣ ସହ ସଂଘର୍ଷ କରୁଛି ଏହି ଛୋଟିଆ ଶିଶୁଟି । ଏହି ଭିଡିଓଟିକୁ ଟିକେ ଭଲ ଭ୍ବେ ଦେଖନ୍ତୁ । ଏକ ଶିଡିରେ କିପରି ଛୋଟିଆ ଝିଅଟି ଫସିଯାଇଛି । ଶିଡିରେ ଲାଗିଥିବା ଲୁହା ଗ୍ରୀଲକୁ ଧରି ଠିଆ ହୋଇଛି ।

ଟିକିଏ ଏପଟ ସେପଟ ହେଲେ କିଛିବି ହୋଇପାରେ, ଜୀବନ ବି ଯାଇପାରେ । ଠିକ ଏତିକି ବେଳେ ଦେବଦୂତ ସାଜି ଶିଶୁକୁ ବଞ୍ଚାଇବାକୁ ଡେଇଁ ପଡ଼ୁଛନ୍ତି ଜଣେ ସିଆଇଏସଏଫ ଯବାନ । ଯବାନ ଜଣକ ଶିଶୁକୁ ନିଜ ବାହୁରେ ଧରି ଧୀରେ ଧୀରେ ତଳକୁ ଆଣୁଥିବା ଦେଖିବାକୁ ମିଳୁଛି । ଭିଡିଓଟି ଦିଲ୍ଲୀସ୍ଥିତ ନିର୍ମାଣ ବିହାର ମେଟ୍ରୋର ବୋଲି ଜଣାପଡିଛି ।
ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ଯୁରିଟି ଫୋର୍ସ ନିଜ ଫେସବୁକ ପେଜ୍ ରେ ଏହି ଭିଡିଓ ଟିକୁ ଶେୟାର କରିଛି । ଯବାନ ଜଣକ ନିଜ ଜୀବନକୁ ବାଜି ଲଗାଇ ବେଶ ସୁରକ୍ଷାତ୍ମକ ଭଙ୍ଗୀରେ ଏହି କଅଁଳ ଶିଶୁକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ଏହି ସିଆଇଏସଏଫ ଯବାନ ଜଣକ । ଏହି ଭିଡିଓରେ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଖୁବ ଭାଇରାଲ ହେଉଛି ।
ଶିଶୁଟି ଏତେ ବିପଦପୂର୍ଣ୍ଣ ଅବସ୍ଥାରେ ଥିଲା ଯେ ଦେଖିବା ଲୋକର ଛାତି ଥରିଯାଉଛି । ଆଉ କେହି କିଛି କରି ନପାରି କେବଳ ପାଟି କରୁଛନ୍ତି । ଆଉ ଏତିକି ବେଳେ ନିଜ ଜୀବନକୁ ବାଜି ଲଗାଇ ଶିଶୁକୁ ରକ୍ଷା କରିଥିବା ଏହି ଯବାନଙ୍କ ପାଇଁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି । ଆମ ଦେଶର ଯବାନ ଆମ ଦେଶ ସହ ଆମର ସୁରକ୍ଷା କରିବାକୁ ସବର୍ଦା ଆଗେଇ ଆସନ୍ତି । ଏହି ଭିଡିଓଟି ପ୍ରତି ଭାରତୀୟଙ୍କ ମନରେ ଗର୍ବ ଓ ଉଲ୍ଲାସ ଆଣି ଦେଉଛି ।

ଭିଡିଓଟି ଦେଖିବା ପରେ ଆପଣଙ୍କ ଲୋମ ବି ଟାଙ୍କୁରି ଉଠିଥିବ ଓ ମନେ ମନେ ଯବାନଙ୍କୁ ଆପଣ ଶତ ଶତ ଧନ୍ୟବାଦ ମଧ୍ୟ ଦେଇଥିବେ । ସତରେ ଏହି ଭିଡିଓ ଦେଖିବା ପରେ ମନରେ ଆପେ ଆପେ ଆସି ଯାଉଛି “ସଲାମ ଭାରତୀୟ ଯବାନ” । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।