ନିବସ୍ତ୍ର ହୋଇ ଗାଧୋଇଲେ ହୋଇଥାଏ ଏହି ସବୁ ଅସୁବିଧା, ଜାଣନ୍ତୁ ନଗ୍ନ ହୋଇ ଗାଧୋଇଲେ ଏମିତି କଣ ହୋଇଥାଏ

ନିବସ୍ତ୍ର ହୋଇ ଗାଧୋଇବା ଦ୍ଵାରା କଣ ସବୁ ଅସୁବିଧା ହୋଇଥାଏ ଜାଣିବା ପାଇଁ ଏହାକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ

ପଦ୍ମପୁରାଣରେ ନିବସ୍ତ୍ର ହୋଇ ସ୍ନାନ କରିବା ଦ୍ଵାରା କଣ କ୍ଷତି ହୁଏ ସେ ସମ୍ପର୍କରେ ବିସ୍ତାର ଭାବେ ଲେଖା ହୋଇଛି । ସ୍ନାନ ଏକ ଏଭଳି ନିତ୍ୟକର୍ମ ଯାହାକୁ କରିବା ପରେ ସମସ୍ତେ ନିଜକୁ ସ୍ବଚ୍ଛ ଅନୁଭବ କରି ଥାନ୍ତି । ଆଜିର ଏହି ଆଧୁନିକ ସମୟରେ ସ୍ନାନ କରିବାର ପକ୍ରିୟାରେ ବହୁତ ପରିବର୍ତ୍ତନ ଆସିଛି । ଆଗରୁ ନଦୀ, ପୋଖରୀ, ବା ଖୋଲାରେ ସ୍ନାନ କରୁଥିଲେ କିନ୍ତୁ ଏବେ ସେଥିପାଇଁ ଏକ ସ୍ଵତନ୍ତ୍ର ଘର ତିଆରି କରା ଯାଉଛି । ଯାହା ସଂପୂର୍ଣ୍ଣ ଗୋପନୀୟ ଅଟେ । ଆମ ମାନଙ୍କ ଭିତରୁ କିଛି ଲୋକ ନଗ୍ନ ହୋଇ ଗାଧୋଇବାକୁ ପସନ୍ଦ କରନ୍ତି ଯାହା କି ଏକ ସାଧାରଣ କଥା । କିନ୍ତୁ ପଦ୍ମପୁରାଣରେ ନିବସ୍ତ୍ର ହୋଇ ସ୍ନାନ କରିବା ବର୍ଜନୀୟ । ଏବଂ ଏହା ସହ ସେଥିପାଇଁ ହେଉଥିବା ଅସୁବିଧା ସମ୍ପର୍କରେ ମଧ୍ୟ କୁହା ଯାଇଛି । ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ କିଛି ବିଶେଷ କଥା ।

ପଦ୍ମପୁରାଣରେ ନିବସ୍ତ୍ର ହୋଇ ଗାଧୋଇବା ବର୍ଜିତ

ଏହି ପୁରାଣରେ ଉଲ୍ଲେଖିତ ଏକ କଥା ଅନୁସାରେ ଭଗବାନ ଶ୍ରୀ କୃଷ୍ଣ ଗୋପୀ ମାନଙ୍କୁ ଖୋଲାରେ  ନିବସ୍ତ୍ର ହୋଇ ସ୍ନାନ କରିବା ଉପରେ ଜ୍ଞାନ ଦେଉଛନ୍ତି । ପଦ୍ମପୁରାଣ ରେ ଚିର ହରଣ ର କଥା ଉଲ୍ଲେଖ କରି କୁହାଯାଇଛି କି ଗୋପୀ ମାନେ ନିଜର ବସ୍ତ୍ର ଓହ୍ଲାଇ ସ୍ନାନ କରିବାକୁ ନଦୀକୁ ଯାଇଛନ୍ତି, ଭଗବାନ ଶ୍ରୀ କୃଷ୍ଣ ନିଜ ଲୀଳା ରେ ଗୋପୀ ମାନଙ୍କ ର ବସ୍ତ୍ର ସବୁ ଚିରି କରି ଆଣିଲେ । ଏବଂ ଯେବେ ଗୋପୀ ମାନେ ବସ୍ତ୍ର ଖୋଜନ୍ତି ତାଙ୍କୁ ମିଳେ ନାହିଁ । ଏହି ସମୟରେ କୃଷ୍ଣ କହିଲେ ତୁମ ମାନଙ୍କର ବସ୍ତ୍ର ଗଛ ଉପରେ ଅଛି । ପାଣିରୁ ବାହାର ଓ ନିଜର ବସ୍ତ୍ର ନେଇଯାଅ ।

ନିବସ୍ତ୍ର ହୋଇଥିବା କାରଣରୁ ଗୋପୀ ମାନେ ଜଳ ରୁ ବାହାରକୁ ଆସିବା ପାଇଁ ନିଜର ଅସାମର୍ଥ୍ୟ ଦେଖାଇ କହିଲେ ଆମେ ନିବସ୍ତ୍ର ଅଛୁ ଓ ଆମେ ଏମିତି ଜଳରୁ ବାହାରକୁ ଆସି ପାରିବୁ ନାହିଁ । ଏହା ସହ ସେମାନେ କହିଲେ କି ଯେବେ ଆମେ ସ୍ନାନ କରିବାକୁ ଆସିଲୁ ସେହି ସମୟରେ ଏଠାରେ କେହି ନଥିଲେ । ଏହି କଥା ଉପରେ ଶ୍ରୀ କୃଷ୍ଣ କହିଲେ ତମକୁ ଏମିତି ଲାଗିଲା କି ଏଠି କେହି ନାହାନ୍ତି, କିନ୍ତୁ ମୁଁ ତ ସବୁ ସମୟରେ, ସବୁ ଜାଗାରେ ଅଛି । ଆକାଶରେ ଉଡୁଥିବା ପକ୍ଷୀ, ତଳେ ଚାଲୁଥିବା ଜୀବ ଜନ୍ତୁ, ଏବଂ ଜଳରେ ଥିବା ଜୀବ ମାନେ ମଧ୍ୟ ତମକୁ ନିବସ୍ତ୍ର ଦେଖିଲେ । କେବଳ ଏତିକି ନୁହେଁ ଜଳରେ ନିବସ୍ତ୍ର ହୋଇ ପ୍ରବେଶ କରିବା ଦ୍ଵାରା ଜଳ ରୂପରେ ସ୍ଥିତ ବରୁଣ ଦେବତା ମଧ୍ୟ ତୁମକୁ ଏନଜିଏନ ଦେଖିଲେ, ଏହା ତାଙ୍କର ଅପମାନ ଅଟେ । ତମର ନଗ୍ନତା ତମକୁ ପାପର ଭାଗି କରୁଛି ।

ଗରୁଡ ପୁରାଣରେ କଣ ଲେଖା ଅଛି

ଗରୁଡ ପୁରାଣରେ କୁହା ଯାଇଛି କି ସ୍ନାନ କରିବା ସମୟରେ ତମର ପୂର୍ବଜ ତମ ପାଖା ପାଖି ଥାନ୍ତି ଏବଂ ବସ୍ତରରୁ ପଡୁଥିବା ଜଳକୁ ଗ୍ରହଣ କରନ୍ତି । ଯେଉଁତିରେ ତାଙ୍କର ତୃପ୍ତି ହୋଇଥାଏ । ନିବସ୍ତ୍ର ହୋଇ ସ୍ନାନ କଲେ ପୂର୍ବଜ ମାନେ ଅତୃପ୍ତ ହୋଇ ରାଗି ଥାନ୍ତି, ଯାହା ଦ୍ଵାରା ବ୍ୟକ୍ତି ର ତେଜ, ବଳ, ଧନ ଏବଂ ସୁଖ ନଷ୍ଟ ହୋଇଥାଏ । ପୂର୍ବଜ ମାନେ ରାଗିଲେ ତାହାର ଦୁଷ୍ପ୍ରଭାବ ବହୁତ ଭୟାନକ ହୋଇଥାଏ । ସେଥିପାଇଁ କେବେବି ନିବସ୍ତ୍ର ହୋଇ ଗାଧୋଇବା କଥା ନୁହେଁ ।

ସେଥିପାଇଁ ଆଗକୁ ଯେବେବି ଆପଣ ଗାଧୋଇବେ ଧ୍ୟାନ ରଖିବେ ଆପଣଙ୍କ ଶରୀରରେ କିଛି ନା କିଛି ବସ୍ତ୍ର ଆବଶ୍ୟ ରହିଥିବ । ନ ଚେତ ପାପର ଭାଗି ହେବେ ।