ମାଳମାଳ ବିଜେଡି ନେତା ମାୟାବିନୀ ଅର୍ଚ୍ଚନାଙ୍କ ଜାଲରେ ଫ-ସି-ଛ-ନ୍ତି । ସେ-କ୍ସ ରାକେଟକୁ ନେଇ ସାଲୁଜା ମୁହଁ ଖୋଲିଲେ । କହିଲେ ସତ ସାମ୍ନାକୁ ଆସିଲେ ବିଜେଡି ସରକାର ଭାଙ୍ଗିଯିବ । ଅର୍ଚ୍ଚନା ନାଗଙ୍କ ସେ-କ୍ସ ରାକେଟରେ ସାମିଲ ହୋଇ ଅନେକ ରାତି ବିତାଇଛନ୍ତି ବହୁ ନେତା, ମନ୍ତ୍ରୀ ଓ ଅଫିସର । ଗୋଟିଏ ରାତି ପାଇଁ ଏମାନେ ଲକ୍ଷ ଲକ୍ଷ ଟଙ୍କା ଦେଇ ମଉଜ ମଜଲିସ କରୁଥିଲେ । ଏକଥା ଆମେ ନୁହେଁ ବରଂ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି ।
ଆଉ ସାଲୁଜାଙ୍କ ପ୍ରତିକ୍ରିୟା ପରେ ଏହି ମାମଲାରେ ଅନେକ ବିଜେଡି ନେତାଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ବଢିଲା । ଯାହାପରେ ଅର୍ଚ୍ଚନାଙ୍କ ଲିଙ୍କରେ ଥିବା ବିଜେଡି ନେତା ଛାନିଆ ହୋଇଗଲେଣି । ତାଙ୍କର ଏହି ଆଲିଶାନ ଘରେ ରାତି ବଢିବା ସହ ତାତି ବି ବଢୁଥିଲା । ଯେହେଟ୍ଟୁ ବିଜେଡି ନେତାଙ୍କର ତାଙ୍କ ସହ ଘନିଷ୍ଠ ସମ୍ପର୍କ ଥିବାରୁ ପୋଲିସ ତାଙ୍କ ପାଖରେ ପହଞ୍ଚି ପାରୁ ନଥିଲା । ରହସ୍ୟମୟୀ ସୁନ୍ଦରୀ ଅର୍ଚ୍ଚନା ନାଗ ଚଲାଉଥିବା ସେ-କ୍ସ ରାକେଟକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା ।
ଅନେକ ନେତା, ମନ୍ତ୍ରୀ ବଡବଡିଆଙ୍କ ଏହିନ ମାମଲାରେ ସମ୍ପୃକ୍ତି ରହିଛି । ତେଣୁ ସରକାରଙ୍କ ଚାପରେ ପଡି ଜବତ ହୋଇଥିବା ଲାପଟପ, ମୋବାଇଲ ଓ ପେନଡ୍ରାଇଭରେ ଥିବା ଭିଡିଓ ଏବଂ ଫଟୋର ବ୍ୟକ୍ତିବିଶେଷଙ୍କ ତଥ୍ୟ ଲୁଚାଉଛି ପୋଲିସ । ଏହାସହ ଅର୍ଚ୍ଚନାଙ୍କୁ ପୁରା ସମର୍ଥନ ମଧ୍ୟ ଦେଉଛି । ସାଲୁଜାଙ୍କ ଅଭିଯୋଗ ଅନୁସାରେ ମମତା ମେହେର ହତ୍ୟାକାଣ୍ଡ ମାମଲାରେ ଜବତ ଲାପଟପ ଭିତରେ ଥିବା ରହସ୍ୟକୁ ପୋଲିସ ଜଯେଭଳି ସମସ୍ତଙ୍କୁ ସାମ୍ନାକୁ ଆଣି ନଥିଲା ଠିକ ସେମିତି ଅର୍ଚ୍ଚନାଙ୍କ ମାମଲାରେ କରିବା ମଧ୍ୟ ଅସମ୍ଭବ ନୁହେଁ ।
ସଫା ପୋଷାକ ପିନ୍ଧି ବହୁ ଘୃଣ୍ୟ କାମ କରୁଛନ୍ତି ଏହି ବିଜେଡି ନେତାମାନେ । ସେମାନଙ୍କ ନାମକୁ ସାଧାରଣରେ ପ୍ରକାଶ କରାଯିବା ସହ ସେମାନଙ୍କ ନାଁରେ ମାମଲା ରୁଜୁ କରାଯାଉ । ଏହି ମାମଲାର ଏସଆଇଟି ସ୍ତରୀୟ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଜାରି କରାଯାଉ ବୋଲି ସେ ଦାବି କରିଛନ୍ତି ।
ତାଙ୍କ ସହ ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ମଧ୍ୟ କହିଛନ୍ତି ଯେ, ଏହି ମାମଲାରେ ବଡ ବଡ ଶକାକରି ଅଧିକାରୀ, ରାଜନେତା ଓ ବ୍ୟବସାୟୀ ସମ୍ପୃକ୍ତ ରହିଛନ୍ତି ବୋଲି ସେମାନଙ୍କ ପୋଲ୍ ଖୋଲିଯିବା ଭୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଏମାନଙ୍କୁ ଘଣ୍ଟ ଘୋଡାଇ ରଖିଛି । ହେଲେ ଏଥିରେ ଜଡିତ ଥିବା ସବୁ ଚେହେରା ସାମ୍ନାକୁ ଆସିବା ଆବଶ୍ୟକତା ଅଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।