Navratri 2022: ନବରାତ୍ରିରେ ମା’ ଦୂର୍ଗାଙ୍କୁ ନିଶ୍ଚୟ ଅର୍ପଣ କରନ୍ତୁ ଏହି ଫୁଲ, ସୁଖ ସମୃଦ୍ଧି ଓ ଧନ ସମ୍ପତ୍ତି ପ୍ରାପ୍ତ ହେବାସହ ଦୂର ହେବ ଗ୍ରହପୀଡା 

ଚଳିତ ବର୍ଷ ୨୬ ସେପ୍ଟେମ୍ବର ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି ପବିତ୍ର ନବରାତ୍ରି । ଯାହାକି ୫ ଅକ୍ଟୋବର ଯାଏଁ ପାଳନ କରାଯିବ । ହିନ୍ଦୁଧର୍ମରେ ଏହି ୯ଦିନର ବେଶ ମହତ୍ଵ ରହିଛି । କାରଣ ଏହିଦିନରେ ଭକ୍ତମାନେ ଦୂର୍ଗା ମା’ଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରିଥାନ୍ତି । ଦେବୀମା’ଙ୍କ ପୂଜାରେ ଫୁଲର ଏକ ଅଲଗା ମହତ୍ଵ ରହିଛି । ଆଜି ଆମେ ଜାଣିବା ଦୂର୍ଗା ମା’ଙ୍କୁ କେଉଁ ଫୁଲ ଅର୍ପଣ କରିବା ଦ୍ଵାରା ସେ ଅତ୍ୟନ୍ତ ପ୍ରସନ୍ନ ହୋଇ ସମସ୍ତ ମନୋସ୍କାମନା ପୂରଣ କରିଥାନ୍ତି ।

ଦେବୀଙ୍କ ପୂଜାରେ ଲାଲ ରଙ୍ଗର ଫୁଲ ଶୁଭ ହୋଇଥିବା ବେଳେ ଦେବତାଙ୍କ ପୂଜାରେ ସବୁବେଳେ ହଳଦିଆ ରଙ୍ଗର ଫୁଲ ଅତ୍ୟନ୍ତ ଶୁଭ ବୋଲି ମାନାଯାଏ । ତେଣୁ ଆଜି ଆମେ ଜଣାଇବା ଦୂର୍ଗାଙ୍କୁ ଅର୍ପଣ କରାଯାଉଥିବା ଲାଲ ମନ୍ଦର ଫୁଲ ବା ପାରିଜାତ ଫୁଲ ବିଷୟରେ । ଏହି ମନ୍ଦାର ଫୁଲକୁ ବ୍ୟବହାର କରି ଆପଣ କିପରି ନିଜର ଦାରିଦ୍ର୍ୟତା ଦୂର କରିପାରିବେ ଆସନ୍ତୁ ଜାଣିବା । ନବଦୂର୍ଗାଙ୍କୁ ୯ଟି, ୧୧ଟି କିମ୍ବା ୨୧ଟି ମନ୍ଦାର ଫୁଲର ମାଳ ଦୂର୍ଗାଙ୍କୁ ଅର୍ପଣ କରନ୍ତୁ ।

ଦେଖିବେ ଆପଣଙ୍କ ସମସ୍ତ ପ୍ରକାରର ମନୋସ୍କାମନା ପୂରଣ ହେବ । ଦେବୀମା ୫୬ ପ୍ରକାରର ଭୋଗଠୁ ଅଧିକ ଲାଲ ମନ୍ଦାର ମାଳକୁ ଶ୍ରଦ୍ଧାର ସହାକାରେ ଗ୍ରହଣ କରନ୍ତି । ମା ଦୂର୍ଗା ଏବଂ ମା ଲକ୍ଷ୍ମୀ ଉଭୟଙ୍କୁ ମନ୍ଦାର ଫୁଲ ଅତିପ୍ରିୟ ହୋଇଥାଏ । ଏହାସହ ଭଗବାନ ହନୁମାନ ଲାଲ ରଙ୍ଗ ପ୍ରତି ଆକୃଷ୍ଟ ହେଉଥିବାରୁ ତାଙ୍କୁ ମଧ୍ୟ ମନ୍ଦାର ଫୁଲ ଅତିପ୍ରିୟ ହୋଇଥାଏ ।

ମଙ୍ଗଳବାର ଦିନ ହନୁମାନ କିମ୍ବା ଦୂର୍ଗାଙ୍କୁ ଲାଲ ମନ୍ଦାର ଅର୍ପଣ କରିବା ଦ୍ଵାରା ଏବଂ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ମନ୍ଦର ଫୁଲ ଅର୍ପଣ କରିବା ଦ୍ଵାରା ସୁଖ ସମୃଦ୍ଧି ଓ ଧନ ସମ୍ପତ୍ତି ଭଳି ସମସ୍ତ ଜିନିଷର ପ୍ରାପ୍ତି ହୋଇଥାଏ । ଏଥିରେ ଗୃହପୀଡା ମଧ୍ୟ ଦୂର ହୋଇଥାଏ । ଯେଉଁମାନେ ନବଦୂର୍ଗା ଏବଂ ସୂର୍ଯ୍ୟନାରାୟଣଙ୍କ ପୂଜା କରିଥାନ୍ତି ସେମାନଙ୍କ ପାଇଁ ଏହି ମନ୍ଦର ଫୁଲ ଅତ୍ୟନ୍ତ ଶୁଭଫଳଦାୟକ ହୋଇଥାଏ ।

ଯଦି ପ୍ରତିଦିନ ଗୋଟିଏ ଲେଖାଏଁ ମନ୍ଦାର ଫୁଲ ନବଦୂର୍ଗାଙ୍କୁ ଅର୍ପଣ କରାଯାଏ ତେବେ ସମସ୍ତ ଶତ୍ରୁଙ୍କୁ ଦମନ କରିହୁଏ । ମନ୍ଦାର ଫୁଲକୁ ଜଳରେ ପକାଇ ସୂର୍ଯ୍ୟନାରାୟଣଙ୍କୁ ଅର୍ପଣ କଲେ ଦୀର୍ଘାୟୁ ପ୍ରାପ୍ତ ହୁଏ ଓ ସମସ୍ତ ରୋଗ ନାଶ ହୋଇଥାଏ । ଘରେ ଥିବା ଫୁଲତୋଡା କିମ୍ବା କଳସରେ ମନ୍ଦାରଫୁଲ ରଖିଲେ ଘରେ ସ୍ନେହ, ଶ୍ରଦ୍ଧା ଓ ସହାନୁଭୁତି ବଢିଥାଏ ଏବଂ ପରିବାରରେ ଏକତା ଦେଖା ଦେଇଥାଏ ।

ଯଦି ଘରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଛି ଓ ଆପଣ ଦୁଃଖ ନିରାଶରେ ଜୀବନ ବିତାଉଥାନ୍ତି, ତେବେ ମଙ୍ଗଳବାର ଦିନ ହନୁମାନଙ୍କୁ ୧୧ଟି ମନ୍ଦାର ଫୁଲ ଅର୍ପଣ କରନ୍ତୁ । ଦେଖିବେ ଦାମ୍ପତ୍ୟ ଜୀବନରେ ଚାଲିଥିବା ସବୁ ସମସ୍ଯା ଦୂର ହୋଇଯିବ । ପ୍ରତ୍ଯେକ ଫୁଲ ଏବଂ ଗଛ ମାନଙ୍କରେ ସନେକ ପ୍ରକାରର ଦେବୀଦେବତାଙ୍କ ଶକ୍ତି ସମାହିତ ରହିଥାଏ ।

ତାହା ଜାଣିପାରିଲେ ଆମ ଜୀବନ ସୁଖମୟ ହୋଇଥାଏ । ତେଣୁ ଏହି ନବରାତ୍ରିରେ ମା ଦୂର୍ଗାଙ୍କୁ ନିଶ୍ଚିତ ଭାବେ ମନ୍ଦାରର ମାଳ ଚଢାନ୍ତୁ ଓ ନବରାତ୍ରି ୯ଦିନ ପର୍ଯ୍ୟନ୍ତ ମା’ଙ୍କୁ ଲାଲ ମନ୍ଦାର ଅର୍ପଣ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।