ଆମ ଜୀବନରେ କିଛି ପରିବର୍ତ୍ତନ ହେବା ଆଗରୁ ଆମକୁ ଏହାର ସଂକେତ ମିଳିଥାଏ । ଆମେ କେବକ ସେହି ସଂକେତଙ୍କୁ ବୁଝିବା ଆବଶ୍ୟକ ରହିଛି । ଆମ ଧାର୍ମିକ ଶାସ୍ତ୍ରରେ ଏହିସବୁ ସଂକେତ ବିଷୟରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି । ତେବେ ଆଜି ଆମେ ଏହିପରି କିଛି ବିଶେଷ ସଂକେତ ବିଷୟରେ ଜାଣିବା ଯାହାଦ୍ୱାରା ଆପଣ ଜାଣିପାରିବେ କି ମା ଦୂର୍ଗା ଆପଣଙ୍କ ଉପରେ ପ୍ରସନ୍ନ ହୋଇ ସାରିଛନ୍ତି ଓ ବହୁତ ଶୀଘ୍ର ଆପଣଙ୍କ ଉପରେ କୃପା ବର୍ଷା କରିବାକୁ ଯାଉଛନ୍ତି ।
ସର୍ବ ପ୍ରଥମ ସଂକେତ ହେଉଛି ଆପଣ ଯେତେବେଳେ ବି ଦୂର୍ଗା ମା’ଙ୍କ ପୂଜାରେ ବସୁଛନ୍ତି କିମ୍ବା ଧ୍ୟାନ କରୁଛନ୍ତି ତେବେ ଆପଣଙ୍କୁ ମା’ଙ୍କ ପ୍ରତିମାର ଭାବ ପରିବର୍ତ୍ତନ ହେବା ଭଳି ନଜର ଆସିବା । କେତେବେଳେ ମା’ ଆପଣଙ୍କୁ ଦେଖି ହସୁଥିବା ଭଳି ଦେଖାଯିବେ କିମ୍ବା ତାଙ୍କ ଓଠ ନଚେତ ମୂର୍ତ୍ତି ହଲୁଥିବା ପରି ଆପଣଙ୍କୁ ଦେଖାଯିବ । ଏହି ସମୟରେ ଆପଣ ଏକ ଅଜଣା ଆନନ୍ଦ ଅନୁଭବ କରିବେ ଓ ଆପଣଙ୍କୁ ଲାଗିବ ମା’ ଆପଣଙ୍କୁ କିଛି କହୁଛନ୍ତି । ଏହାର ଅର୍ଥ ମା’ ଆପଣଙ୍କ ଭକ୍ତିରେ ସନ୍ତୁଷ୍ଟ ଅଟନ୍ତି ଓ ଆପଣଙ୍କ ପ୍ରାର୍ଥନା ଶୁଣି ସାରିଛନ୍ତି ।
ଦ୍ଵିତୀୟ ସଂକେତଟି ହେଉଛି ଆପଣ ଯଦି ନବରାତ୍ର ସମୟରେ ସ୍ଵପ୍ନରେ ନିଜକୁ କନ୍ୟା ପୂଜନ କରୁଥିବାର ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ଅଟେ । ଏହାର ଅର୍ଥ ମା ଦୂର୍ଗା ସ୍ଵୟଂ କନ୍ୟା ରୂପରେ ଆପଣଙ୍କ ଘରେ ଆସନ ଗ୍ରହଣ କରି ସାରିଛନ୍ତି । ସ୍ଵପ୍ନରେ ଯଦି ଦେଖୁଛନ୍ତି ଆପଣ କନ୍ୟାଙ୍କୁ ତିଳକ ଲଗାଉଛନ୍ତି, ପ୍ରସାଦ ପରଷୁଛନ୍ତି, ବସ୍ତ୍ର ଦେଉଛନ୍ତି କିମ୍ବା ତାଙ୍କ ପାଦ ଛୁଉଁଛନ୍ତି ତେବେ ଏହା ମା’ଙ୍କ କୃପାର ସଂକେତ ଅଟେ ।
ଏହାସହିତ ଯଦି ଆପଣ ସ୍ଵପ୍ନରେ କୌଣସି କନ୍ୟାଙ୍କୁ ହସୁଥିବାର କିମ୍ବା ଆପଣ ତାଙ୍କ ସହ ଖେଳୁଥିବାର ଦେଖନ୍ତି ତେବେ ଏହା ମଧ୍ୟ ସୁଚାଏ କି ଆପଣଙ୍କ ଜୀବନର କଷ୍ଟ ବହୁତ ଶୀଘ୍ର ଶେଷ ହେବାକୁ ଯାଉଛି ।
ତୃତୀୟ ସଂକେତ ହେଉଛି ଆପଣ ଧ୍ୟାନରେ ବସିଥିବା ବେଳେ କିମ୍ବା ଗଭୀର ନିଦ୍ରା ଯାଇଥିବା ବେଳେ ଯଦି ଅନୁଭବ ହୁଏ ଯେପରି ଆପଣ କିଛି ମଧୁର ନଚେତ ମା’ଙ୍କ ଭଜନ ଶୁଣୁଛନ୍ତି ଏବଂ ଢୋଲ କିମ୍ବା ଘଣ୍ଟିର ଶବ୍ଦ ଶୁଣୁଛନ୍ତି ତେବେ ଜାଣିରଖନ୍ତୁ ଯେ ମା’ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହୋଇଛନ୍ତି ଓ ଆଗକୁ ଆପଣଙ୍କ ଭାଗ୍ୟ ବହୁତ ତେଜ ହେବାକୁ ଯାଉଛି ।
ଚତୁର୍ଥ ସଂକେତ ହେଉଛି ଆପଣ ଯଦି ସ୍ଵପ୍ନରେ ଭଗବାନ ଭୈରବଙ୍କୁ ଦେଖୁଛନ୍ତି ତେବେ ଏହା ମଧ୍ୟ ମା’ଙ୍କ କୃପା ପ୍ରାପ୍ତିର ଏକ ବହୁତ ବଡ ସଂକେତ ଅଟେ । ମା ଦୂର୍ଗାଙ୍କ ପୂଜା ବେଳେ ଭଗବାନ ଭୈରବଙ୍କ ପୂଜାର ମଧ୍ୟରେ ଅନେକ ମହତ୍ଵ ରହିଛି । ଏପରି ସଂକେତ ମିଳିଥିଲେ ଆପଣ ମା ଦୂର୍ଗା ଓ ଭୈରବଙ୍କ ମନ୍ଦିର ଯାଇ ଦର୍ଶନ କରନ୍ତୁ ଓ ସମରଥୟ ଅନୁସାରେ କିଛି ଦାନ କରନ୍ତୁ । ନିଶ୍ଚୟ ଶୁଭଫଳ ପାଇବେ ।
ପଞ୍ଚମ ସଂକେତ ହେଉଛି ସ୍ଵପ୍ନରେ ଯଦି ଆପଣ ଦୂର୍ଗା ମା’ଙ୍କ ମନ୍ଦିର ଯାଉଥିବାର, ତାଙ୍କର ପୂଜା କରୁଥିବାର, ତାଙ୍କୁ ପୁଷ୍ପ ଅର୍ପଣ କରୁଥିବାର, ଦୀପ ଜଳାଉଥିବାର କିମ୍ବା ମା’ଙ୍କୁ ଭୋଗ ଲଗାଉଥିବାର ଦେଖନ୍ତି ତଥା ପୂଜା ସମ୍ବନ୍ଧିତ କୌଣସି କାର୍ଯ୍ୟ କରୁଥିବାର ଦେଖନ୍ତି ତେବେ ମଧ୍ୟ ଜାଣି ନିଅନ୍ତୁ ଯେ ମା’ଙ୍କ କୃପା ଆପଣଙ୍କୁ ମିଳିସାରିଛି ।
ଏହାସହ ସ୍ଵପ୍ନରେ ଯଦି ମନ୍ଦାର କିମ୍ବା କୌଣସି ନାଲି ରଙ୍ଗର ପୁଷ୍ପ ଦେଖୁଛନ୍ତି ଏହା ମଧ୍ୟ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।