ଲଜ୍ଜା ! ନାତୁଣୀ ପେଟରେ ଅଜାର କଳା କାରନାମା, ରଙ୍ଗିଲା ଅଜାର କାରନାମା ବିଷୟରେ ଜାଣିଲେ ଆପଣ ବି ଛି ଛି କରିବେ

ଏଭଳି ଏକ ଲଜ୍ଜାଜନକ ଘଟଣା ବିଷୟରେ ଜାଣିଲେ ଆପଣ ବି ଛି ଛି କରିବେ । ଆଳିରେ ପୁଣି ଦେଖିବାକୁ ମିଳିଛି ଏଭଳି ଏକ ଲଜ୍ଜାଜନକ କଥା । ନାତୁଣୀ ପେଟରେ ଅଛି ଅଜାର ଛୁଆ, ଆଉ ନାତୁଣୀ ଏବେ ସାତ ମାସର ଗର୍ଭବତୀ । ୧୬ ବର୍ଷୀୟ ସମ୍ପର୍କୀୟ ନାତୁଣୀକୁ ୬୫ ବର୍ଷର ଅଜା ଗର୍ଭବତୀ କରିଛନ୍ତି । ସୂଚନା ଅନୁଯାୟୀ କେନ୍ଦ୍ରପଡା ଜିଲ୍ଲା ଆଳି ଥାନା ଅଧୀନସ୍ଥ ଗୋବିନ୍ଦପୁର ପଞ୍ଚାୟତର କୈଳାସ ମଲ୍ଲିକଙ୍କ ୧୬ ବର୍ଷିୟା ମା ଛେଉଣ୍ଡ ଝିଅକୁ ଅଜା ରାଜୀବ ମଲ୍ଲିକ ଗର୍ଭବତୀ କରି ଦେଇଛନ୍ତି ।

ଅଜାଙ୍କ କଳା କାରନାମା କହିଲେ ସରିବନି । ନାତୁଣୀ ସହ ବଳପୂର୍ବକ ଜୋର ଜବରଦସ୍ତ ବାରମ୍ବାର ଅନୈତିକ ସମ୍ପର୍କ ରଖିଥିଲେ ଅଜା । ଏହାସହ କାହାକୁ ନ ଜଣେଇବା ପାଇଁ ଧମକ ଚମକ ବି ଦେଇଥିଲେ । ଝିଅର ଶରୀର ପରିବର୍ତ୍ତନକୁ ଲକ୍ଷ୍ୟ କରି ପରିବାର ଲୋକେ ଝିଅକୁ ପଚାରିବାରୁ ଝିଅ ସବୁ ସତ କଥା ମାନିଥିଲା । ଡାକ୍ତରଙ୍କ ପରାମର୍ଶ କରିବା ପରେ ଅଲଟ୍ରାସାଉଣ୍ଡରେ ଝିଅ ସାତ ମାସର ଗର୍ଭବତୀ ଥିବା ଜଣାପଡିଛି ।

ଆଉ ଏହି ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତ ଅଜା ଘରଛାଡି କୁଆଡେ ପଳାଇଛନ୍ତି । ଏନେଇ ଝିଅର ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଖୁବ ଶୀଘ୍ର ଅଭିଯୁକ୍ତକୁ ଦଣ୍ଡ ଦେବା ପାଇଁ ଆଳି ଥାନା ଅଧିକାରୀ ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି । ଝିଅଟି କହୁଛି କିଏ ସେ ଅଜା ଘରକୁ ଯାଇଥିବା ବେଳେ ସେ ପଚ୍ଛରୁ ଆସି ତାଙ୍କୁ କୁଣ୍ଢାଇବା ସହ ଜୋର ଜବରଦସ୍ତ ସମ୍ପର୍କ ରଖିଥିଲେ ।

ସମ୍ପର୍କ ରଖିବା ପରେ ଏକଥା କାହାକୁ କହିଲେ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ । ସେହିପରି ଆଉ ଦିନେ ସେ ବାହାରକୁ ଝାଡା ଯାଇଥିବା ବେଳେ ଅଜା ରାଜୀବ ମଲ୍ଲିକ ତାଙ୍କୁ ଆସି କୁଣ୍ଢାଇ ତାଙ୍କ ସହ ଜବରଦସ୍ତ ସମ୍ପର୍କ ରଖିଥିଲା । ଝିଅଟି ଲୋକଲଜ୍ଜା ଭୟରେ କାହାକୁ ଏକଥା ଜଣାଇ ନଥିଲା ।

ହେଲେ ସେ ଗର୍ଭବତୀ ହୋଇଯିବ ବୋଲି ଜାଣି ନଥିଲା । ଆଉ ଏବେ ତା’ ସହ ଏମିତି ଘଟିଯାଇଛି । ଝିଅର ବାପା ମଧ୍ୟ ଅତ୍ୟନ୍ତ ମର୍ମାହତ ଅଛନ୍ତି ଓ ଦୋଷୀକୁ ଶୀଘ୍ର ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।