ନାତୁଣୀକୁ ସମ୍ପର୍କୀୟ ଜେଜେ ବଳାତ୍କାର ବା ଗର୍ଭବତୀ କରିନାହାନ୍ତି । ନାତୁଣୀ ମିଛ କହୁଛି । କାରଣ ଯଦି ଜଣେ ୬୫-୭୦ ବର୍ଷୀୟ ବୃଦ୍ଧ ଜଣେ ୧୬ ବର୍ଷିୟା ଝିଅଙ୍କୁ ବଳାତ୍କାର କରେ ତେବେ ସେ ଝିଅର ଅବସ୍ଥା ସଙ୍ଗେ ସଙ୍ଗେ ଗୁରୁତର ହୋଇଯିବ ଓ ତାକୁ ମେଡିକାଲ ଯିବାକୁ ପଡିବ । ଏକଥା ଆମେ କହୁନୁ ବରଂ ନାତୁଣୀକୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ ହୋଇଥିବା ଜେଜେଙ୍କ ଗାଁ ଲୋକେ ଏକଥା କହୁଛନ୍ତି ।
ଅଭିଯୋଗ କରିଥିବା ଏହି ନାବାଳିକାଙ୍କ ପଛରେ ଆଉ କେହି ନିଶ୍ଚୟ ଅଛି ଓ ସେ ଜେଜେବାପାଙ୍କୁ ଫସେଇବାକୁ ଚାହୁଁଛି । ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁରରେ ସମ୍ପର୍କୀୟ ନାତୁଣୀଙ୍କୁ ଗର୍ଭବତୀ କରିଥିବା ଏହି ୬୫ ବର୍ଷୀୟ ବୃଦ୍ଧ ରାଜୀବ ମଲ୍ଲିକଙ୍କୁ ନେଇ ଗାଁ ଲୋକ କିଛି ଅଲଗା କଥା କହୁଛନ୍ତି । ଗ୍ରାମବାସୀ ମଧ୍ୟ କହୁଛନ୍ତି କି ଏହି ଘଟଣାରେ ପ୍ରଥମେ ତାଙ୍କର ଡ଼ିଏନଏ ଟେଷ୍ଟ କରାଯାଉ ।
ବାସ୍ତବିକ ସତ କଥା କଣ ତାହାପରେ ଯାଇ ଜଣାପଡିବ । ହେଲେ ଅନ୍ୟପଟେ ଜେଜେ ରାଜୀବ ମଲ୍ଲିକ ଘଟଣା ପ୍ରଘଟ ହେବା ପରଠାରୁ କେଉଁଆଡେ ନିଖୋଜ ଅଛନ୍ତି । ତାଙ୍କୁ ମାରପିଟ କରା ଯାଇଥିବା ମଧ୍ୟ ଶୁଣିବାକୁ ମିଳୁଛି । ଯେଉଁଦିନ ଅଭିଯୋଗ କରା ଯାଇଥିବା ତା’ ପୂର୍ବଦିନରୁ ହିଁ ସେ ନିଖୋଜ ଅଛନ୍ତି ।
ତେବେ ବାସ୍ତବରେ ଏହି ନାବାଳିକା ପେଟରେ ପଢୁଥିବା ଛୁଆ କାହାର ଓ ଜେଜେଅଙ୍କ ମୁଣ୍ଡରେ କେହି ଅଠା ବୋଳିବାକୁ ଚେଷ୍ଟା କରୁଛି କି ? ଏନେଇ ଏବେ ସମସ୍ତଙ୍କ ମନରେ ସନ୍ଦେହ ବଢୁଛି । ଏଥିପାଇଁ ରାଜୀବଙ୍କ ମେଡିକାଲ ଟେଷ୍ଟ କରିବାର ଆବଶ୍ୟକ ରହିଛି ବୋଲି ତାଙ୍କ ଝିଅ କହିଛନ୍ତି । ସେ କହିଛନ୍ତି କି ତାଙ୍କର ବିଶ୍ବାସ କି ତାଙ୍କ ବାପା ନିର୍ଦ୍ଦୋଷ । ତାଙ୍କ ବାପାଙ୍କୁ ପ୍ରଥମେ ଖୋଜି ବାହାର କରାଯାଉ ।
ମେଡିକାଲ ଟେଷ୍ଟ ଯଦି ସତ ଆସେ ତେବେ ଯାହାବି ଦଣ୍ଡ ମିଳିବ ସେମାନେ ମୁଣ୍ଡପାତି ସହିନେବେ । କିନ୍ତୁ ଯେତେ ଯାଏଁ ଦୋଷ ପ୍ରମାଣିତ ନ ହୋଇଛି ତାଙ୍କ ପରିବାର ଲୋକଙ୍କୁ କେହି ବଦନାମ ନ କରନ୍ତୁ ବୋଲି ସେ କହିଛନ୍ତି । ଏହି ଘଟଣାଟି ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।
ପ୍ରକୃତରେ ରାଜୀବ ଦୋଷୀ ନା ତାଙ୍କୁ ମିଥ୍ୟା ଅଭିଯୋଗ ଫସାଯାଉଛି ? କାରଣ ସେମାନଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ମଧ୍ୟ ପାଟିତୁଣ୍ଡ ରହିଛି । ତେବେ ତଦନ୍ତ ହେଲେ ଯାଇ ପ୍ରକୃତ କଥା ସାମ୍ନାକୁ ଆସିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।