Varsha ଙ୍କ ମହାନତା, ନିଜ ଅସୁବିଧା ସମୟରେ ବି ସାହାଯ୍ୟ ପାଇଁ ଆଗେଇ ଆସିଲେ

କୋରାପୁଟ ବନ୍ଧୁ ଗାଁ ବ୍ଲକ ଚିନ୍ତାଗଡା ଗାଁ ର ଆଦିବାସୀ ଝିଅ ନମିତା ମେଲା ଙ୍କ ଗୀତକୁ ନେଇ ଗାଆଁରୁ ସହର ଯାଏଁ ସବୁଆଡେ ଚର୍ଚ୍ଚା । ନିଜ କ୍ୱି ଭାଷାରେ, ହିନ୍ଦୀ ଏବଂ ଓଡ଼ିଆ ଭାଷାର ଗୀତ ବହୁତ ଚର୍ଚ୍ଚାରେ ରହିଛି ଏବଂ ଲୋକମାନେ ବହୁତ ପ୍ରଶଂସା କରିଛନ୍ତି । ଏହା ସହ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ନମିତା ଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେବେ ବୋଲି ଘୋଷଣା କରିଛନ୍ତି ଯାହା କି ବର୍ଷା ପ୍ରିୟଦର୍ଶିନୀ ଙ୍କ ମହାନତା ବୋଲି କୁହାଯାଇଛି।

ସୋସିଆଲ ମିଡିଆରେ ବର୍ଷା ନମିତାଙ୍କୁ ପ୍ରଶଂସା କରିବା ସହ ଘୋଷଣା କରିଛନ୍ତି କି ତାଙ୍କର କି ଯାଦୁଗର ସ୍ୱର ସତରେ ଈଶ୍ୱର ଦତ୍ତ । ସାନ ଭଉଣୀ ନମିତା ସହ ମୋର ପର୍ଥନା ଏବଂ ଆଶୀର୍ବାଦ ରହିଛି,ତାଙ୍କର ଦକ୍ଷତା ଲୁଚି ନ ରହୁ । ମୁଁ ତାଙ୍କର ଏହି ଯାତ୍ରାରେ ଛୋଟ ଭୂମିକା ତୁଲାଇବାକୁ ଚାହୁଁଛି ।

 

ମୁଁ ତାଙ୍କ ସ୍ବପ୍ନ ପୁରଣ ପାଇଁ ତାଙ୍କର ସହାୟତା କରିବାକୁ ଚାହୁଁଛି । ମୁଁ ଚାହୁଁଛି ସେ ଏହି ପ୍ରୟାସ ରେ ଜଣେ ସଂଗୀତ ଗୁରୁ ଙ୍କ ଦିଗ୍ଦର୍ଷଣରେ ତାଙ୍କର କ୍ୟାରିୟର ଆରମ୍ଭ କରନ୍ତୁ । ନିଜ ଉପରେ ବିଶ୍ୱାସ ରଖ ଆମେ ସମସ୍ତେ ତୁମ ପାଖରେ ଅଛୁ ବୋଲି କହିଛନ୍ତି ବର୍ଷା । କୋରାପୁଟ ଜିଲ୍ଲାପାଳ ମଧ୍ୟ ନାମିତାଙ୍କୁ ଭେଟିଛନ୍ତି,ତାଙ୍କ ପରିବାର ପରିସ୍ଥିତି କୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ମଧ୍ୟ ଦେଇଛନ୍ତି ।ନମିତା ଏଥିରୁ କିଛି ବିନିଯୋଗକରି TV କିଣିବେ ବୋଲି କହିଥିଲେ।

ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରଲ ହୋଇଛି ନମୀତାଙ୍କ ଗୀତ । ଏହା ମଧ୍ୟରେ ସେ ସମସ୍ତଙ୍କ ଦୃଷ୍ଟିକୁ ମଧ୍ୟ ଆକର୍ଷିତ କରିଛନ୍ତି । ବର୍ଷା ପ୍ରିୟଦର୍ଶିନୀ ଏହି ଭିଡିଓଟିକୁ ଦେଖି ଏବେ ମନ୍ତ୍ରମୁଗ୍ଧ ।ନିଜ ପରିବାର ର ଚିନ୍ତାକୁ ନେଇ ମଧ୍ୟ ବର୍ଷା ଅନ୍ୟ ଟ୍ୟାଲେନ୍ଟ କୁ ପଛରେ ଛାଡ଼ିନାହାନ୍ତି । ଯାହା ଏବେ ବର୍ଷା ଙ୍କୁ ପ୍ରଶଂସାର ପାତ୍ର କରିଛି ।

ବର୍ଷା ନିଜର ଟ୍ୟାଲେନ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି। ବର୍ଷା ନିଜେ କହିଛନ୍ତି କି ସେ ନମିତା ଙ୍କୁ ଜଗନ୍ନାଥ ଭଜନରେ ଗାଇବାକୁ ସୁଯୋଗ ଦେବେ। ଏବଂ ନମିତା ଙ୍କୁ ଖୁବ ଆଗକୁ ନେବାକୁ ଚାହୁଁଛନ୍ତି ବର୍ଷା। ନମିତା ଙ୍କୁ ଏବେ ବହୁତ ଅଫର ଆସୁଛି। କିନ୍ତୁ ଏହା କେତେ ଦିନ ଯାତ୍ରା ବୋଲି ଜାଣିନାହାନ୍ତି କହିଛନ୍ତି ବର୍ଷା । ବର୍ଷା ନମିତା ଙ୍କୁ ସବୁ ପ୍ରକାରର ସହଯୋଗ କରିବେ ବୋଲି କହିଛନ୍ତି।

ବର୍ଷା ଙ୍କ ମହାନତା ଲୋକଙ୍କୁ ବହୁତ ଆକର୍ଷିତ କରିଛି।କାରଣ ଏତେ ଅସୁବିଧା ଭିତରେ ମଧ୍ୟ ସେ ସାହାଯ୍ୟ କରିବାରେ ପଛେଇ ନାହାନ୍ତି। ବର୍ଷା କହିଛନ୍ତି ସେ ଆଗକୁ ଯେତେ ଫିଲ୍ମ କରିବେ ସେଥିରେ ଗୋଟେ ଗୀତ ନିଶ୍ଚିନ୍ତ ଭାବରେ ନମିତା ଗାଇବେ। ବର୍ଷା ଙ୍କ ମହାନତା ପାଇଁ ସମସ୍ତଙ୍କ ମନରେ ଖୁସିର ଆଦରତା ଖେଳି ଯାଇଛି।ବର୍ଷା ପ୍ରିୟଦର୍ଶିନୀ ଖୁବ ଆଗକୁ ବଢନ୍ତୁ ଏବଂ ନମିତା ମଧ୍ୟ ବହୁତ ଉନ୍ନତି କରନ୍ତୁ ବୋଲି ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଆମର ପାର୍ଥନା।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।