Kangna ଏମିତି ଜବାବ ଦେଲେ Jaya ଙ୍କୁ, କେହିଲେ- ଏଠି 2 ମିନିଟର ରୋଲ ପାଇଁ ହିରୋ ସହ ଶୋଇବାକୁ ପଡିଥାଏ

ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ପଛରେ ଥିବା ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ ବଲିଉଡ ଇଣ୍ଡଷ୍ଟ୍ରି ରେ ହଂଗାମା ହୋଇଛି । ଏହା ଭିତରେ କିଛି ଦିନ ତଳେ ଜୟା ବଚନ ରାଜ୍ୟସଭାରେ ବୟାନ ଦେଇଥିଲେ ଯାହା ଏବେ ଖୁବ ଚର୍ଚ୍ଚାରେ ରହିଛି । ଡ୍ରଗ ବିଷୟରେ ଆରମ୍ଭ ଭୋଜପୁରୀ ଅଭିନେତା ରବି କିଶନ କରିଥିଲେ । ଏହା ପରେ ସାଂସଦ ଏବଂ ଅଭିନେତ୍ରୀ ଜୟା ବଚନ ଏହାର ଜବାବ ଦେଇଥିଲେ । ଜୟା ଙ୍କ ବୟାନ ପରେ କଙ୍ଗନା ରଣାବତ ଜୟା ବଚ୍ଚନ ଙ୍କ ଉପରେ ବରଷି ଯାଇଛନ୍ତି । ଚାଲନ୍ତୁ ଜାଣିବା ।

ଖବର ମିଳିଛି କି ଜୟା ବଚ୍ଚନ ରବି କିଶନ ଙ୍କୁ ଜବାବ ଦେଇ କହିଥିଲେ କି ଯେଉଁ ଥାଳି ରେ ଖାଉଚ ସେଇଠି କଣା କରିବା ଉଚିତ ନୁହେଁ । ଜୟା ଙ୍କ ଏହି ବୟାନ ସୋସିଆଲ ମିଡିଆରେ ରେ ଛାଇ ଯାଇଛି । ଜଣେ ୟୁଜର ଜୟାଙ୍କ ଫଟୋ ତଳେ କମ୍ମେନ୍ଟ କରି ଲେଖିଛନ୍ତି କି ଆପଣ ୪, ୫ ଜଣଙ୍କ ଅଇଁଠା କୁ ପୁରା ଇଣ୍ଡଷ୍ଟ୍ରି ର ଥାଳି ବୋଲି ଭାବିନେଉଚନ୍ତି ।

କଙ୍ଗନା ନିଜେ ନିଜ ଥାଳି ପରସୀ ଛନ୍ତି ଏବଂ ଅନ୍ୟ ମାନଙ୍କ ଡ୍ରଗ ଥାଳିକୁ ସଫା କରିଛନ୍ତି । ୟୁଜର ଙ୍କ ଏହି କମ୍ମେନ୍ଟ ପରେ କଙ୍ଗନା ନିଜ ମୁଡ ରେ ଆସିଥିଲେ ଏବଂ ସେହି ଟୁଇଟ କୁ ରିଟୁଇଟ କରି ଲେଖିଥିଲେ କି କେଉଁ ଥାଳି ଦେଇଛନ୍ତି ଜୟା ଜି ଆଊ ତାଙ୍କ ଇଣ୍ଡଷ୍ଟ୍ରି ?

ଗୋଟେ ଥାଳି ମିଳିଥିଲା ଯେଉଁଥିରେ ୨ ମିନିଟ ର ରୋଲ ଆଇଟମ ନମ୍ବର ଆଊ ଗୋଟେ ରୋମାଣ୍ଟିକ ସିନ ମିଳିଥିଲା, ତାହା ବି ହିରୋ ସହିତ ଶୋଇବା ପରେ । ମୁଁ ଏହି ଇଣ୍ଡଷ୍ଟ୍ରି କୁ ଫେମିନିଜ୍ମ ଶିଖେଇଛି । ଥାଳି ଦେଶ ଭକ୍ତି ଏବଂ ନାରୀ ପ୍ରଧାନ ଫିଲ୍ମ ଦ୍ଵାରା ସଜେଇଛି । ଏହା ମୋର ନିଜର ଥାଳି ଜୟା ଜି, ଆପଣଙ୍କର ନୁହେଁ ।

ଜୟା ବଚ୍ଚନ କିଛି ଦିନ ତଳେ ରାଜ୍ୟସଭାରେ କହୁଥିଲେ କି ଯେଉଁ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରି ନାଁ ଦେଲା, ପରିଚୟ ଦେଲା ଏବେ ସେହି ମାନେ ବଲିଉଡ ଇଣ୍ଡଷ୍ଟ୍ରି ର ନା ତଳକୁ ପକାଇବାରେ ଲାଗିଛନ୍ତି । ଇଣ୍ଡଷ୍ଟ୍ରି କୁ ବଦନାମ କରିବାରେ ଲାଗିଛନ୍ତି । ଏହି ବ୍ୟକ୍ତି ମାନେ ଯେଉଁ ଥାଳିରେ ଖାଉଛନ୍ତି ସେହି ଥାଳିକୁ କଣା କରୁଛନ୍ତି, ଏହା ଉଚିତ ନୁହେଁ ।

ଜୟା ଙ୍କ ଏହି ବୟାନ ପରେ ଲୋକେ ନିଜର ଭଡାଶ ବାହାର କରିବାରେ ଲାଗିପଡିଛନ୍ତି ଏବଂ ଏବେ କଙ୍ଗନା ମଇଦାନ କୁ ଫେରି ଆସିଛନ୍ତି ଏବଂ ଜବାବ ମଧ୍ୟ ଦେଇଛନ୍ତି । ତେବେ ଜୟା ଙ୍କ ବୟାନ କୁ ନେଇ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।