ନାମର ପ୍ରଥମ ଅକ୍ଷର ଦ୍ଵାରା ଜାଣନ୍ତୁ ନିଜର ଲଭ ପାର୍ଟନରଙ୍କର ସ୍ଵଭାବ, ଖୋଲି ଯିବ ସମସ୍ତଙ୍କର ରାଜ

ନିଜର ରାଶି ସମସ୍ତଙ୍କୁ ଜଣା ଅଛି । ସମସ୍ତଙ୍କ ରାଶିରେ କିଛି ଭଲ ଏବଂ କିଛି ଖରାପ ଲେଖା ହୋଇଥାଏ । କିନ୍ତୁ ଲୋକମାନଙ୍କୁ ରାଶିରେ ଲେଖା ହୋଇଥିବା କଥା ଉପରେ ଏତେ ବିଶ୍ଵାସ ଥାଏ କି ସେମାନେ ସବୁ କାମ ଏହା ଅନୁସାରେ ହିଁ କରିବା ପାଇଁ ପସନ୍ଦ କରନ୍ତି । ଯେମିତି କି ଆମେ ସମସ୍ତେ ଜାଣିଛୁ କି ରାଶିଚକ୍ରରେ ୧୨ଟି ରାଶି ଅଛି ଏବଂ ସବୁ ରାଶିର ନିଜର ନିଜର ଗୁଣ ଏବଂ ଦୋଷ ରହିଛି ।

ଜ୍ୟୋତିଷ ଶାସ୍ତ୍ରରେ ବହୁତ ଏମିତି କଥା ଲେଖାହୋଇଛି ଯାହାକୁ ପଢି ଆପଣ ବ୍ୟକ୍ତିର ସ୍ଵଭାବ ବିଷୟରେ ଜାଣି ପାରିବେ । ଏଥିରେ ଏମିତି ଏକ ଅଧ୍ୟାୟ ଅଛି ଯାହା ଜରିଆରେ ଆମେ ଆଜି ଆପଣଙ୍କୁ ନାମର ପ୍ରଥମ ଅକ୍ଷର ଦ୍ଵାରା ବ୍ୟକ୍ତିର ସ୍ଵଭାବ ବିଷୟରେ ଜଣାଇବା ପାଇଁ ଚେଷ୍ଟା କରିବୁ ।

ମେଷ ରାଶି

ନାମର ମୂଳ ଅକ୍ଷର, ଚୁ, ଚେ, ଚୋ, ଲା ହୋଇଥିଲେ: ଅଶ୍ୱିନୀ ନକ୍ଷତ୍ର । ଲି, ଲୁ,ଲେ, ଲୋ ହୋଇଥିଲେ: ଦ୍ୱିଜା ନକ୍ଷତ୍ର । ଅ ହୋଇଥିଲେ: କୃତ୍ତିକା ନକ୍ଷତ୍ର ।

ଉପୋରୋକ୍ତ ଅକ୍ଷରରେ ଯାହାର ନାମ ତାହାର ରାଶି ମେଷ। ଏହି ରାଶି ମାନଙ୍କର ଭଲ ପାଇବା କିଛି ସମୟ ପାଇଁ ହିଁ ରହିଥାଏ । ଏମାନଙ୍କର ସ୍ଵଭାବ ବହୁତ ରୋମାଣ୍ଟିକ ହୋଇଥାଏ ଏବଂ ସେଥିପାଇଁ ଏମାନଙ୍କର ବହୁତ ସମ୍ବନ୍ଧ ହୋଇଥାଏ । ଯେତେ ଜଲ୍ଦି ଏମାନେ ଭଲ ପାଆନ୍ତି ସେତେ ଜଲ୍ଦି ଭଲ ପାଇବାରୁ ବାହାରି ମଧ୍ୟ ଯାଆନ୍ତି ।

ବୃଷ ରାଶି

ନାମର ମୂଳ ଅକ୍ଷର ଇ,ଉ,ଏ ହୋଇଥିଲେ: କୃତ୍ତିକା ନକ୍ଷତ୍ର । ଓ,ବା,ବି,ବୁ ହୋଇଥିଲେ: ରୋହିଣୀ ନକ୍ଷତ୍ର । ବେ,ବୋ ହୋଇଥିଲେ: ମୃଗଶିରା ନକ୍ଷତ୍ର ।

ଉପୋରୋକ୍ତ ଅକ୍ଷରରେ ଯାହାର ନାମ ତାହାର ରାଶି ବୃଷ। ଏହି ରାଶିମାନଙ୍କର ଭଲ ପାଇବା ଦୁନିଆର ଯେ କୌଣସି ଜିନିଷ ଠାରୁ ବଡ ହୋଇଥାଏ । ଏମାନେ ବହୁତ ଭାବୁକ ଅଟନ୍ତି ଏବଂ ଥରେ ଯେଉଁଥିରେ ହୃଦୟ ଲଗାଇ ଦିଅନ୍ତି ତାହାକୁ ଜୀବନ ସାରା ଭଲ ପାଉଥାନ୍ତି ।

ମିଥୁନ ରାଶି

ନାମର ମୂଳ ଅକ୍ଷର କା, କି ହୋଇଥିଲେ: ମୃଗଶିରା ନକ୍ଷତ୍ର । କୁ, ଘ, ଙ, ଛ ହୋଇଥିଲେ: ଆର୍ଦ୍ରା ନକ୍ଷତ୍ର । କେ, କୋ, ହା ହୋଇଥିଲେ: ପୁନର୍ବସୁ ନକ୍ଷତ୍ର ।

ଉପୋରୋକ୍ତ ଅକ୍ଷରରେ ଯାହାର ନାମ ତାହାର ରାଶି ମିଥୁନ।  ମିଥୁନ ରାଶିର ଲୋକମାନେ ଭଲ ପାଇବାକୁ ନେଇ ଏତେ ଗମ୍ଭୀର ନୁହନ୍ତି । ଏମାନେ କାହାଠାରୁ ବି ବହୁତ ଜଲ୍ଦି ଆକର୍ଷିତ ହୋଇଯାନ୍ତି । ଗୋଟିଏ ସମୟରେ ଏମାନଙ୍କର ବହୁତ ଲୋକଙ୍କ ସହ ଅଫେୟର ଚାଲିଥାଏ ।

କର୍କଟ ରାଶି

ନାମର ମୂଳ ଅକ୍ଷର ହୀ ହୋଇଥିଲେ: ପୁନର୍ବସୁନକ୍ଷତ୍ର । ହୁ, ହେ, ହୋ, ଡା ହୋଇଥିଲେ: ପୁଷ୍ୟାନକ୍ଷତ୍ର । ଡି,ଡୁ,ଡେ,ଡୋ ହୋଇଥିଲେ: ଅଶ୍ଳେଷାନକ୍ଷତ୍ର୍ର ।

ଉପୋରୋକ୍ତ ଅକ୍ଷରରେ ଯାହାର ନାମ ତାହାର ରାଶି କର୍କଟ । କର୍କଟ ରାଶିର ଲୋକମାନେ ନିଜର ଭଲ ପାଇବା ଏବଂ ଦାୟୁତ୍ଵ ପ୍ରତି ବହୁତ ଆତ୍ମସମର୍ପଣ ଥାନ୍ତି । ଏହି କଥା ବି ସେ ନିଜର ପାର୍ଟନର ଠାରୁ ମଧ୍ୟ ଆଶା କରନ୍ତି ସେହି କାରଣରୁ ତାଙ୍କର ତାଳମେଳ ରହିଥାଏ । ଏହି ଲୋକମାନଙ୍କର ବାହାଘର ପରେ ଉନ୍ନତି ହେବା ଆରମ୍ଭ ହୋଇଥାଏ ।

ସିଂହ ରାଶି

ନାମର ମୂଳ ଅକ୍ଷର ମା, ମି, ମୁ, ମେ ହୋଇଥିଲେ: ମଘାନକ୍ଷତ୍ର । ମୋ, ଟା, ଟି, ଟୁ ହୋଇଥିଲେ: ପୂର୍ବାଫାଲଗୁନୀ ନକ୍ଷତ୍ର । ଟେ ହୋଇଥିଲେ: ଉତ୍ତରା ଫାଲଗୁନୀନକ୍ଷତ୍ର ।

ଉପୋରୋକ୍ତ ଅକ୍ଷରରେ ଯାହାର ନାମ ତାହାର ରାଶି ସିଂହ । ସିଂହ ରାଶିର ଲୋକମାନେ ଯେତେବେଳେ ପ୍ରେମରେ ଥାନ୍ତି ସେତେବେଳେ ସେମାନେ କାହାକୁ ନ ଡରି ନିଜର ଭଲ ପାଇବାକୁ ସମସ୍ତଙ୍କ ଆଗରେ କହିବାରେ ବିଶ୍ଵାସ ରଖନ୍ତି । ଏମାନେ ପ୍ରେମ ଉପରେ ବିଶ୍ଵାସ ରଖନ୍ତି ଏବଂ ଏହାକୁ ନିଭାନ୍ତି ମଧ୍ୟ।

କନ୍ୟା ରାଶି

ନାମର ମୂଳ ଅକ୍ଷର ଟୋ, ପା, ପି ହୋଇଥିଲେ: ଉତ୍ତରା ଫାଲଗୁନୀ ନକ୍ଷତ୍ର। ପୁ, ଷ, ଣ, ଠ ହୋଇଥିଲେ: ହସ୍ତା ନକ୍ଷତ୍ର। ପେ, ପୋ ହୋଇଥିଲେ: ଚିତ୍ରା ନକ୍ଷତ୍ର।

ଉପୋରୋକ୍ତ ଅକ୍ଷରରେ ଯାହାର ନାମ ତାହାର ରାଶି କନ୍ୟା। କନ୍ୟା ରାଶିର ବ୍ୟକ୍ତି ଦେଖେଇ ହେଉଥିବା ଭଲ ପାଇବା ଉପରେ ବିଶ୍ଵାସ କରନ୍ତି ନାହିଁ । ଏମାନେ ବହୁତ ଭାବୁକ ହୋଇଥାନ୍ତି ଏବଂ ଏମାନଙ୍କ ଅନୁସାରେ ପ୍ରେମ ପାଇଁ ହୃଦୟ ସହିତ ହୃଦୟର ମିଶିବା ବହୁତ ଜରୁରୀ ଅଟେ । ସୁନ୍ଦରତା ଏମାନଙ୍କ ପାଇଁ କିଛି ନୁହେଁ । ଏମାନଙ୍କର ବିବାହିତା ଜୀବନ ବହୁତ ଭଲ ବ୍ୟତିତ ହୋଇଥାଏ ।

ତୁଳା ରାଶି

ନାମର ମୂଳ ଅକ୍ଷର ରା, ରି ହୋଇଥିଲେ: ଚିତ୍ରା ନକ୍ଷତ୍ର। ରୁ, ରେ, ରୋ, ତା ହୋଇଥିଲେ: ସ୍ୱାତୀ ନକ୍ଷତ୍ର। ତି, ତୁ ତେ ହୋଇଥିଲେ: ବିଶାଖା ନକ୍ଷତ୍ର।

ଉପୋରୋକ୍ତ ଅକ୍ଷରରେ ଯାହାର ନାମ ତାହାର ରାଶି ତୁଳା।  ତୁଳା ରାଶି ର ବ୍ୟକ୍ତି ଏକ ଏଭଳି ପାର୍ଟନର ଚାହାନ୍ତି ଯିଏ ସବୁ ପରିସ୍ଥିତିରେ ତାଙ୍କ ସାଥ ଦେବ ଓ ତାଙ୍କ ଜୀବନରେ ସ୍ଥାଇତ୍ଵ ଆଣିଦେବ।

ବିଛା ରାଶି

ନାମର ମୂଳ ଅକ୍ଷର ତୋ ହୋଇଥିଲେ: ବିଶାଖା ନକ୍ଷତ୍ର । ନା, ନୀ, ନୂ, ନେ ହୋଇଥିଲେ: ଅନୁରାଧା ନକ୍ଷତ୍ର ନୋ, ଯା, ଯୁ ହୋଇଥିଲେ: ଜ୍ୟେଷ୍ଠା ନକ୍ଷତ୍ର ।

ଉପୋରୋକ୍ତ ଅକ୍ଷରରେ ଯାହାର ନାମ ତାହାର ରାଶି ବିଛା। ଏମାନେ ଗଭୀରତାର ସହ ଭଲ ପାଆନ୍ତି ଓ ନିଜ ସାଥି କୁ ଆଉ କାହା ସହ ଅଧିକ ମିଶିବାର ଦେଖିଲେ ଏମାନେ ସାହି ପାରନ୍ତି ନାହିଁ।

ଧନୁ ରାଶି

ନାମର ମୂଳ ଅକ୍ଷର ଯେ, ଯୋ, ଭା, ଭି ହୋଇଥିଲେ : ମୂଳା ନକ୍ଷତ୍ର । ଭୂ, ଧା, ଫା, ଢ ହୋଇଥିଲେ: ପୂର୍ବାଷାଢା ନକ୍ଷତ୍ର । ଭେ ହୋଇଥିଲେ: ଉତ୍ତରାଷାଢା ନକ୍ଷତ୍ର ।

ଉପୋରୋକ୍ତ ଅକ୍ଷରରେ ଯାହାର ନାମ ତାହାର ରାଶି ଧନୁ। ଏହି ରାଶିର ଲୋକ ବହୁତ ସଂବେଦନଶୀଳ ଅଟନ୍ତି। ଏମାନେ ଭଲ ପ୍ରେମୀ ହୋଇଥାନ୍ତି କିନ୍ତୁ ଅଧିକା ସମୟ ଏମାନେ ଗୋଟେ ସମ୍ପର୍କରେ ବାନ୍ଧି ହୋଇ ରହିପାରନ୍ତି ନାହିଁ।

ମକର ରାଶି

ନାମର ମୂଳ ଅକ୍ଷର ଭୋ, ଜା, ଜୀ ହୋଇଥିଲେ: ଉତ୍ତରାଷାଢା ନକ୍ଷତ୍ର । ଜୁ, ଜେ, ଜୋ, ଖା ହୋଇଥିଲେ: ଅଭିଜିତ ନକ୍ଷତ୍ର । ଖୂ, ଖୁ, ଖେ, ଖୋ ହୋଇଥିଲେ: ଶ୍ରବଣା ନକ୍ଷତ୍ର । ଗା, ଗୀ, ହୋଇଥିଲେ: ଧନିଷ୍ଠା ନକ୍ଷତ୍ର ।

ଉପୋରୋକ୍ତ ଅକ୍ଷରରେ ଯାହାର ନାମ ତାହାର ରାଶି ମକର । ଏମାନେ ବହୁତ ଜିଦ୍ଦି ସ୍ଵଭାବ ର ଅଟନ୍ତି, ଏମାନେ ବହୁତ ସଚ୍ଚୋଟ ମଧ୍ୟ ଅଟନ୍ତି କିନ୍ତୁ ଏମାନଙ୍କର କିଛି ଅଭ୍ଯାସ ତାଙ୍କ ସାଥୀଙ୍କୁ ପସନ୍ଦ ଆସି ନଥାଏ, ସେଥିପାଇଁ ଏମାନେ ଭଲ ପ୍ରେମୀ ନୁହନ୍ତି।

କୁମ୍ଭ ରାଶି

ନାମର ମୂଳ ଅକ୍ଷର ଗୁ, ଗେ ହୋଇଥିଲେ: ଧନିଷ୍ଠା ନକ୍ଷତ୍ର । ଗୋ, ସା, ସୀ, ସୁ ହୋଇଥିଲେ: ଶତଭିଷାନକ୍ଷତ୍ର । ସେ, ସୋ, ଦା ହୋଇଥିଲେ: ପୂର୍ବଭାଦ୍ରପଦ ନକ୍ଷତ୍ର ।

ଉପୋରୋକ୍ତ ଅକ୍ଷରରେ ଯାହାର ନାମ ତାହାର ରାଶି କୁମ୍ଭ । ଏମାନେ ବହୁତ ଶାନ୍ତ ଅଟନ୍ତି କିନ୍ତୁ ରାଗିବା ସମୟରେ ଏମାନଙ୍କୁ ସମ୍ଭାଳିବା ବହୁତ କଷ୍ଟ ଅଟେ, ସେଥିପାଇଁ ଏମାନେ ଏମିତି ଏକ ସାଥି ଚାହାନ୍ତି କି ଯିଏ ତାଙ୍କୁ କଠିନ ସମୟରେ ସମ୍ଭାଳି ପାରିବ।

ମୀନ ରାଶି

ନାମର ମୂଳ ଅକ୍ଷର ଦୀ ହୋଇଥିଲେ: ପୂର୍ବାଭାଦ୍ରପଦ ନକ୍ଷତ୍ର । ଦୁ, ଥ, ଝ, ଞ୍ଜ ହୋଇଥିଲେ: ଉତ୍ତରଭାଦ୍ରପଦ ନକ୍ଷତ୍ର । ଦେ, ଦୋ, ଚ, ଚୀ ହୋଇଥିଲେ: ରେବତୀ ।

ଉପୋରୋକ୍ତ ଅକ୍ଷରରେ ଯାହାର ନାମ ତାହାର ରାଶି ମୀନ । ଏମାନେ ବହୁତ ଚଞ୍ଚଲ ସ୍ଵଭାବର ଅଟନ୍ତି, ଏମାନେ କାହାକୁ ବି ନିଜର ହୃଦୟ ଦେଇବସନ୍ତି। ଏମିତିରେ ଏମାନଙ୍କୁ ବୁଝିଲା ଭଳି ଏକ ସାଥିର ଆବଶ୍ୟକ ଥାଏ।

ବନ୍ଧୁଗଣ ଏହା ମଧ୍ୟରୁ ଆପଣଙ୍କର କେଉଁ ରାଶି ନିଶ୍ଚୟ କମେଣ୍ଟ କରିବେ, ଶେୟାର କରି ସାଙ୍ଗ ମାନଙ୍କୁ ମଧ୍ୟ ଜଣାନ୍ତୁ । ଏହିଭଳି ଅନେକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ।