ସୋସିଆଲ ମିଡିଆରେ ଭାଇରାଲ ହେଉଥିବା “କେଉଁ ଜିଲ୍ଲା ଝିଅ କେମିତି” ଗୀତକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି । ଯାହାକୁ ନେଇ ବିବାଦ ଘେରକୁ ଆସିଛନ୍ତି ବାଲେଶ୍ଵର ଅଞ୍ଚଳର ୟୁଟ୍ଯୁବ ବ୍ୟଙ୍ଗକାର ତଥା କମେଡିଆନ ଶଙ୍କର ଓମ ଶରଣ । କେଉଁ ଜିଲ୍ଲା ଝିଅ କେମିତି ଗୀତରେ ସେ ସବୁ ଜିଲ୍ଲାର ଝିଅମାନଙ୍କୁ ନେଇ ଗୀତ ଲେଖିଛନ୍ତି । ଯାହା ଅନେକ ସ୍ଥାନରେ ଲୋକଙ୍କୁ ଆଘାତ ଦେଇଛି । ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହେବା ସହ ମହିଳାମାନେ ଏକତ୍ର ହୋଇ ଏହି ଗୀତ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।
ତେବେ ଏହାକୁ ନେଇ ବର୍ତ୍ତମାନ ଶଙ୍କର ଓମ ଶରଣ ନିଜେ ଗଣମାଧ୍ୟମକୁ ଆସିଛନ୍ତି ଓ ନିଜପକ୍ଷ ରଖିଛନ୍ତି । ଶଙ୍କର କହିଛନ୍ତି, ସେ ୟୁଟ୍ଯୁବରେ ଦୀର୍ଘ ୫-୬ ବର୍ଷ ଧରି କମେଡି କରି ଆସୁଛନ୍ତି ଓ ବ୍ୟଙ୍ଗ ଗୀତ ମଧ୍ୟ ଲେଖୁଛନ୍ତି । ଯେତେବେଳେ ଟିକଟକ ବ୍ୟାନ ହୋଇ ନଥିଲା ସେତେବେଳେ ସେ ଟିକଟକରେ ଏହି ଗୀତକୁ ନେଇ ଏକ ସର୍ଟ ଭିଡିଓ ବନେଇଥିଲେ । ଏହି ଗୀତରେ କୌଣସି ପ୍ରକାର ଅଶ୍ଳୀଳତା ନଥିଲା । ଆଉ ଗୀତଟି ବହୁମାତ୍ରାରେ ଝିଅମାନେ ଡୁଏଟ ମଧ୍ୟ କରୁଥିଲେ ଏବଂ ଟିକଟକରେ ଭିଡିଓଟି ବେଶୀ ଭାଇରାଲ ହୋଇଥିଲା ।
ତେଣୁ ସେମାନଙ୍କ ଅନୁରୋଧ କ୍ରମେ ଏହାକୁ ଆଲବମ ଗୀତ ବନେଇଥିଲେ ଶଙ୍କର । ସେତେବେଳେ ମଧ୍ୟ ଏହାକୁ ନେଇ ବିବାଦ ଉପୁଜିପାରେ ବୋଲି ସେ ଭାବିଥିଲେ । କିନ୍ତୁ ତାଙ୍କ ଗୀତକୁ ପସନ୍ଦ କରିଥିବା ଲୋକମାନେ କିଛି ହେବନି ତୁମେ ଗୀତ ବନାଅ ବୋଲି କହିଥିଲେ । ଏହି ଗୀତଟି କମେଡି ଗୀତ ଏବଂ ଗୀତର ଶେଷରେ ମଧ୍ୟ ସେ କହିଛନ୍ତି ଏହା ସଂପୂର୍ଣ୍ଣ ଭାବେ କମେଡି ଓ କେହି ଦେହକୁ ନେବେନି ।
ଆଉ ମିଡିଆରେ ଏହି ଗୀତଟି ଅଶ୍ଳୀଳତା ବୋଲି ଯାହା କୁହାଯାଉଛି, ଏଥିରେ କୌଣସି ପ୍ରକାର ଅଶ୍ଳୀଳତା ନାହିଁ । ଆଉ ଯେଉଁ ଯେଉଁ ଜାଗାରେ ମୋ ନାଁରେ ଅଭିଯୋଗ ଅଣାଯାଇଛି ସେଠାକାର ଲୋକଙ୍କୁ ମୁଁ ଗୋଟିଏ କଥା ମନେପକାଇ ଦେଉଛି, ଯେତେବେଳେ ନବମ ଶ୍ରେଣୀ ଝିଅଟା ଛାତିକୁ ହଟ୍ କରୁଥିଲା ସେତେବେଳେ ଆପଣଙ୍କ ଏରିଆରେ କଣ କୌଣସି ଝିଅପିଲା ନବମ ଶ୍ରେଣୀରେ ପଢୁ ନଥିଲେ ?
ଯେତେବେଳେ ପ୍ରାର୍ଥନା ଗୀତ ଆହେ ଦୟାମୟ ବିଶ୍ବବିହାରୀ ମୋତେ କଲ କାଇଁ ଏତେ ସୁନ୍ଦରୀ ଗୀତ ଆସିଥିଲା ସେତେବେଳେ କଣ ଆପଣଙ୍କ ସଂଗଠନ ଜନ୍ମ ନେଇ ନଥିଲା ? ମୁଁ କମେଡି ଗୀତ ବୋଲି କହିବା ସତ୍ତ୍ୱେ ଏବେ ମୋ ନାଁରେ FIR ଦିଆଯାଉଛି । ବିବାଦ ଉଠିବା ପରେ ଦର୍ଶକଙ୍କ ମନ ରଖିବା ପାଇଁ ସେ ଭିଡିଓଟିକୁ ଡ଼ିଲିଟ କରି ଦେଇଥିବା ମଧ୍ୟ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲୟକ କରନ୍ତୁ ।