ନଦୀରେ କୁମ୍ଭୀର ଅଛି ବୋଲି ଜାଣି ମଧ୍ୟ ଗୁଜବ ଭାବୁଥିଲି, ହେଲେ ମୋତେ ଆଜି ଟାଣିନେଇଥାନ୍ତା … କୁମ୍ଭୀର

ଗାଧୋଇଲା ବେଳେ ପାଖକୁ ଚାଲି ଆସିଲା କୁମ୍ଭୀର ? ହଁ ବନ୍ଧୁଗଣ ନଦୀରେ କୁମ୍ଭୀର ଥିବା କଥା କୈଳାସ ନାମକ ବ୍ୟକ୍ତି ଜଣଙ୍କ ଆଗରୁ ଜାଣିବାକୁ ପାଇଥିଲେ । ହେଲେ ଏହି କୁମ୍ଭୀର କଥାକୁ ଗୁଜବ ଭାବି ମଜାକରେ ଉଡାଇ ଦେଉଥିଲେ । ହେଲେ ଗତ କାଲି ଯେତେବେଳେ କୈଳାସ ନାମକ ବ୍ୟକ୍ତି ନଦୀ ତୁଠରେ ସ୍ନାନ କରୁଥିଲେ । ସେତେବେଳେ ତାଙ୍କ ପାଖକୁ ୧୦ ରୁ ୧୨ ଫୁଟ ବିଶିଷ୍ଠ କୁମ୍ଭୀର ମାଡି ଆସିଥିଲା । ଯାହାକୁ ଦେଖି ନଦୀ ମଧ୍ୟରେ ଭୟଭୀତ ହୋଇ ସଙ୍ଗେ ସଙ୍ଗେ ଉପରକୁ ଉଠି ଯାଇଥିଲେ କୈଳାସ ।

ପରେ ପରେ ପାଖରେ ଗାଈ, ଛେଳି ଚରାଉଥିବା କିଛି ଲୋକନୁ ନେଇ ନଦୀରେ କୁମ୍ଭୀର ଥିବା ଦେଖାଇଥିଲେ । ତାପରେ କୁମ୍ଭୀର ଉପରକୁ ବାଉଁଶ ମଧ୍ୟ ଫିଙ୍ଗି ଥିଲେ । ହେଲେ କୁମ୍ଭୀରଟି ନିଜ ସ୍ଥାନ ନଛାଡି ସେହିଠାରେ ହିଁ ରହିଥିଲା । ଆଉ ଅନ୍ୟ କେହି ମଣିଷ ନଦୀକୁ ଗାଧୋଇବା ଆସିବେ ବୋଲି ସେଠାରେ ଜଗି ରହିଥିଲା । କାରଣ ଏହି ମଣିଷଖିଆ କୁମ୍ଭୀର ମାନଙ୍କୁ ମଣିଷମାଂସ ବେଶ ପସନ୍ଦ । ତେବେ ଏଭଳି ଦୃଶ୍ୟ କେନ୍ଦ୍ରପଡା ଜିଲ୍ଲା ଅନ୍ତର୍ଗତ ମାର୍ଶାଘାଇ ଥାନା ଅନ୍ତଗତ ଲୁଣା ନଦୀରେ ଦେଖିବାକୁ ମିଳିଥିଲା ।

ତେବେ କୈଳାସ ବ୍ୟକ୍ତି ଜଣଙ୍କ ନିଜର ପ୍ରତିକ୍ରିୟା ମିଡିଆ ସାମ୍ନାରେ ଦେବା ବେଳେ କହିଥିଲେ । ଯେ ମୁଁ କୁମ୍ଭୀର ନଦୀରେ ଅଛି ବୋଲି ଗୁଜବ ଭାବୁଥିଲି । ହେଲେ ପ୍ରକୃତରେ ଆମ ନଦୀରେ ବି  କୁମ୍ଭୀର ଅଛନ୍ତି ବୋଲି ନିଜ ଆଖିରେ ଦେଖିଲି । ଯେତେ ଶୀଘ୍ର ନଦୀ ମଧ୍ୟରୁ କୁମ୍ଭୀରଙ୍କୁ ଧରି ନେଇଯିବା ପାଇଁ ଆମେ ପ୍ରଶାସନ ନିକଟରେ ଦାବୀ କରୁଛୁ । କାରଣ ସ୍ଥାନୀୟ ଏରିଆର ଅନେକ ଲୋକ ନିଜର ନିତ୍ୟ ବ୍ୟବହାର୍ଜ୍ୟ କାର୍ଯ୍ୟ ପାଇଁ ଏହି ନଦୀ ଉପରେ ଆଶ୍ରା କରିଥାନ୍ତି ।

ଯଦି ନଦୀରୁ କୁମ୍ଭୀର ନଧରାଯାଏ । ତେବେ ନିହାତି କେହି ନ କେହି ମଣିଷ କୁମ୍ଭୀର ଆକ୍ରମଣର ଶିକାର ନିଶ୍ଚୟ ଆଗାମୀ ସମୟରେ ହେବେ । ତେବେ ପ୍ରଶାସନ ଏହି ସମ୍ପର୍କରେ ବନ ବିଭାଗ ସହ ଅବଗତ ହୋଇ କୁମ୍ଭୀର ଧରିବାର ଯଥା ଶୀଘ୍ର କାର୍ଯ୍ୟ କରିବା ଉଚିତ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ