ଏହି ନବରାତ୍ରି ରେ ମା ଦୂର୍ଗାଙ୍କ ପାଇଁ କରନ୍ତୁ ଏହି 9 ଉପାୟ, ହେବ ସବୁ ସମସ୍ଯା ଦୂର, ଧନର ଆଗମନ

ମା ଦୂର୍ଗାଙ୍କ ପୂଜା ଆରାଧନା ନବରାତ୍ରି ୧୭ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଅଛି । ନବରାତ୍ରିରେ ୯ ଦିନ ଯାଏ ମା ଦୂର୍ଗାଙ୍କୁ ଅଲଗା ଅଲଗା ରୂପରେ ପୂଜା କରାଯାଏ । ଏହି ସମୟରେ ମା ଦୂର୍ଗାଙ୍କ ଆଶୀର୍ବାଦ ପାଇବାକୁ ବହୁତ ଶୁଭ ବୋଲି ମାନିଥାନ୍ତି । ଭକ୍ତ ମାନେ ଏହି ସମୟରେ ବ୍ରତ ରଖିଥାନ୍ତି ଏବଂ ମା ଦୂର୍ଗାଙ୍କୁ ନିଷ୍ଟା ର ସହ ଭକ୍ତି କରିଥାନ୍ତି ।

ଏହା କହିବାକୁ ଚାହୁଁଛୁ ଯେ ମା ଦୂର୍ଗାଙ୍କ ର ଯେଉଁ ଲୋକ ଉପରେ ଆଶୀବାଦ ଥାଏ ସେହି ଲୋକର ଜୀବନରେ ସବୁ ଦୁଃଖ ଦୂର ହୋଇ ଯାଇଥାଏ । ବ୍ୟକ୍ତି ନିଜ ଜୀବନ ରେ ହସ ଖୁସି ରେ ବଞ୍ଚିଥାଏ । ଧର୍ମ ଅନୁସାରେ ଏହି ନବରାତ୍ରି ଦିନ ମା ଦୂର୍ଗାଙ୍କ ସହ କିଛି ଉପାୟରେ ଯୋଡି ହେଲେ ମାତା ଦୂର୍ଗା ଙ୍କ ଆଶୀର୍ବାଦ ମିଳିଥାଏ ।

କେବଳ ଏତିକି ନୁହେଁ ମା ଦୂର୍ଗା ଙ୍କ ଆଶ୍ରିବାଦରେ ଭକ୍ତର ସବୁ ମନସ୍କାମନା ପୂରଣ ହୋଇଥାଏ । ଏହି ନବ ରାତ୍ରି ଦିନ କେଉଁ କେଉଁ ଉପାୟରେ ପୂଜା କରି ମା ଦୂର୍ଗାଙ୍କୁ ପ୍ରସନ୍ନ କରାଯାଏ ? ଚାଲନ୍ତୁ ସେହି ସବୁ ବିଷୟରେ ଜାଣିବା ।

ଏହି ନବରାତ୍ରି କରି ମା ଦୂର୍ଗା ଙ୍କ ଆଶୀର୍ବାଦ ପାଇବାର ଉପାୟ

୧. ଆମେମାନେ ସମସ୍ତେ ଜାଣିଛନ୍ତି ନବରାତ୍ରି ର ୯ ଦିନ ଯାଏ ମା ଦୂର୍ଗା ଙ୍କର ବିଶେଷ ପୂଜା ଅର୍ଚନା କରା ଯାଇଥାଏ । ଆପଣ ମାନେ ନବରାତ୍ରି ସମୟରେ ୯ ଦିନ ଯାଏ ମାଙ୍କୁ ପୂଜା ନିହାତି ଭଲ ଭାବରେ କରିବେ ଓ ପତକା ଆଣି ନବମୀ ଦିନ ମା’ଙ୍କ ମନ୍ଦିରରେ ଲଗାଇବେ । ଆପଣ ମାନେ ଏହି ପରି ଭାବରେ ପୂଜା କରିଲେ ବିଦେଶଯାତ୍ରା ର ମନୋସ୍କାମନା ପୂରଣ ହୋଇଥାଏ ।

୨. ଯଦି ଆପଣଙ୍କ ର ଆର୍ଥିକ ପରିସ୍ଥିତି ଥାଏ ତା ହେଲେ ନବରାତ୍ରି ସମୟରେ ମା ଦୂର୍ଗାଙ୍କୁ କିଛି ରୂପା ସାମଗ୍ରୀ ଅର୍ପଣ କରିଲେ ମା ଦୂର୍ଗା ଆର୍ଥିକ ସମସ୍ୟା ଦୂରକରି ଦେଇଥାନ୍ତି ।

୩. ଯଦି ଆପଣ ନବରାତ୍ରିର କୌଣସି ବି ଦିନରେ ଘରକୁ ଗାଈ ର ଘିଅ ଆଣି ରଖିବେ ତାହାଲେ ଆପଣ ସୁଖରେ ଜୀବନ ଜାପନ କରିବେ । ମା ଦୂର୍ଗାଙ୍କ କୃପାରୁ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

୪. ଯଦି ଆପଣ ଚାହୁଁଛନ୍ତି ଆପଣଙ୍କର ଚାକିରି କ୍ଷେତ୍ରରେ ପଦୋନ୍ନତି ହେଉ ତାହା ହେଲେ ଆପଣ ନବରାତ୍ରି ସମୟରେ ତିନୋଟି ନଡିଆ ଘରକୁ ଆଣି ଘରେ ରଖନ୍ତୁ ଓ ନବମୀ ଦିନ ଏହି ନଡିଆ ମନ୍ଦିରରେ ଅର୍ପଣ କରନ୍ତୁ ।

୫. ବର୍ତମାନ ସମୟରେ ସମସ୍ତଙ୍କ ଏହା ଇଛା ଯେ ସେ ନିଜ ଘରେ ରୁହନ୍ତୁ, ଯଦି ଆପଣ ନିଜ ଘର ଚାହୁଁଛନ୍ତି ତବେ ପୂଜା ସ୍ଥଳରେ ମାଟିର ଛୋଟ ଘର ଟିଏ ଆଣି ରଖନ୍ତୁ ମାନ୍ୟତା ଅନୁଯାଇ ଏହି ଉପାୟ ଦ୍ଵାରା ଆପଣଙ୍କ ସ୍ୱପ୍ନ ଶୀଘ୍ର ପୂର୍ଣ ହୋଇଥାଏ ।

୬. ଯଦି ଆପଣ ନବରାତ୍ରି ସମୟରେ ଧୂପ, ଝୁଣା, ଅଗରବତୀ, ଧଳା ସାମଗ୍ରୀ କିଣନ୍ତି ତେବେ ଏହା ଆପଣଙ୍କ ବ୍ୟକ୍ତିତ୍ବ ଆକର୍ଷଣ ବଢେଇଥାଏ ।

୭. ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ସବୁ କାର୍ଯ୍ୟ ସଫଳ ହେଉ ତେବେ ନାଲି ସୂତା ଆଣି ୯ ଟି ଗଣ୍ଠି ପକାଇ ଦେବୀ ମାଙ୍କୁ ସମର୍ପିତ କରନ୍ତୁ ।