ବନ୍ଧୁଗଣ ଅକ୍ଟୋବର ମାସ 3 ତାରିଖ ଠାରୁ ପବିତ୍ର ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି । ଏହି ଦିନ ମାନଙ୍କରେ ଦେବୀ ମାତାଙ୍କର 9 ଟି ରୂପର ବିଶେଷ ଭାବେ ପୂଜା ଆରାଧନା କରାଯାଇଥାଏ । ଦେବୀ ମାତାଙ୍କର ଅନେକ ରୂପ ରହିଛି । ମାତାଙ୍କର ସମସ୍ତ ରୂପ ତାଙ୍କ ଭକ୍ତ ପାଇଁ ଶକ୍ତି, ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ କରିଥାଏ । ଯେଉଁ ଭକ୍ତ ନିଷ୍ଠାର ସହ ଦେବୀ ମାତାଙ୍କର ଏହି ନବରାତ୍ରୀ ପାଳନ କରିଥାଏ ଏବଂ ଯଦି ଆପଣ ଏହି ନବରାତ୍ରୀରେ ଏହି 10 ଟି ନିୟମର ପାଳନ କରନ୍ତି । ତେବେ ଆପଣଙ୍କ ଉପରେ ଦେବୀ ମାତାଙ୍କର କୃପା ସଦା ସର୍ବଦା ବଜାୟ ରହିବ ।
1- ପବିତ୍ର ନବରାତ୍ରୀରେ ଅନେକ ଲୋକ ନବରାତ୍ର ବ୍ରତ ରଖିଥାନ୍ତି । ହେଲେ ଯେଉଁ ମାନେ ଏହି ବ୍ରତ ରଖିଛନ୍ତି । ସେମାନଙ୍କୁ ହୃଦୟରୁ ନିଷ୍ଟା ସହ ବ୍ରତର ସମସ୍ତ ବିଧିବିଧାନ ମାନି ପୂଜା କରିବାକୁ ପଡିବ । କାରଣ ମନ ସଫା ନଥିବା ଲୋକଙ୍କର ପୂଜାକୁ ଦେବୀ ମାତା ସ୍ଵୀକାର କରନ୍ତି ନାହିଁ ।
2- ନବରାତ୍ରୀରେ କୌଣସି ପ୍ରକାର ଅପଶବ୍ଦ ମୁହଁରୁ କାହା ପ୍ରତି ବାହାର କରିବା ଉଚିତ ନୁହେଁ । କାରଣ ଯେଉଁ ମୁହଁରୁ ଆମେ ନବରାତ୍ରୀରେ ମା’ ଙ୍କ ନାମ ଜପ କରିଥାଉ । ସେହି ମୁହଁରେ କୌଣସି ପ୍ରକାର ଅପଶବ୍ଦ ଶୋଭା ପାଇନଥାଏ ।
3- ନବରାତ୍ରୀର ପବିତ୍ର ଦିନ ଗୁଡିକରେ ଲୋକମାନଙ୍କୁ କୌଣସି ପ୍ରକାର ତାମସିକ ଖାଦ୍ୟ ଯେପରି ମାଛ, ମାଂସ, ମଦ ଆଦି ଖାଦ୍ୟର ସେବନ କରିବାକୁ ଉଚିତ ମାନାଯାଇନଥାଏ । ତେଣୁ ଏହିସବୁ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖି ଶୁଦ୍ଧ ତଥା ସାତ୍ଵିକ ଭୋଜନ ଖାଆନ୍ତୁ ।
4- ଏହି ଦିନ ମାନଙ୍କରେ ଘରକୁ ଆସିଥିବା କୌଣସି ସାହାଜ୍ଯର ଆବଶ୍ୟକତା ଲୋକଙ୍କୁ ଖାଲି ହାତରେ ଘରୁ ଫେରିଯିବାକୁ ଦିଅନ୍ତୁ ନାହିଁ । ନିଜ ସାମର୍ଥ ଅନୁସାରେ ଦୁଃଖୀ, ଦରିଦ୍ର ଲୋକଙ୍କୁ ସାହାଜ୍ଯ କରିବାକୁ ଚେଷ୍ଟା କରନ୍ତୁ ।
5- ନବରାତ୍ର ଚାଲୁଥିବା ସମୟରେ ନଖ, ଚୁଟି, ଦାଢି କାଟିବାକୁ ଅଶୁଭ ମାନାଯାଇଥାଏ । ତେଣୁ ଏହିସବୁ କାର୍ଯ୍ୟରୁ ନିଜକୁ ନିବୃତ୍ତ ରଖନ୍ତୁ ।
6- ଚମଡାରୁ ତିଆରି ବସ୍ତୁ ଯେପରି ବେଲ୍ଟ, ପର୍ସ ଆଦି ଜିନିଷର ବ୍ୟବହାର ଏହିଦିନ ଗୁଡିକରେ କରନ୍ତୁ ନାହିଁ । ନଚେତ ମାତା ରୁଷ୍ଠ ହୋଇଥାନ୍ତି ।
7- ନବରାତ୍ରରେ ଯଦି ଘରେ ଅଖଣ୍ଡ ଦୀପ କି କଳସ ବସାଇଥାନ୍ତି । ତେବେ ତାହାକୁ ଘରେ ରଖି ଘରର ସମସ୍ତ ସଦସ୍ୟ ଘରୁ କୁଆଡେ ଯିବା ଉଚିତ ନୁହେଁ । ଘରେ କୌଣସି ସଦସ୍ୟ ରହିବା ନିହାତି ଆବଶ୍ୟକ ।
8- ନବରାତ୍ରରେ ଘରେ ପୂଜାପାଠ ଆଦି କରୁଥିବା ସମୟରେ ବାରମ୍ବାର ପୂଜାପାଠରୁ ଉଠନ୍ତୁ ନାହିଁ କି କାହା ସହ କଥାବାର୍ତ୍ତା ପୂଜା ମଧ୍ୟରେ କରନ୍ତୁ ନାହିଁ ।
ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।